ଏ ବାହାଘରରେ ସାକ୍ଷୀ ରହିଲା ତାଜମହଲ, ଘର ଲୋକେ ଦେଲେ ଆଶୀର୍ବାଦ

ପୂର୍ବରୁ ବିବାହ ପାଇଁ ପୁଅ ସହ ଝିଅ ଟିଏ ଦରକାର ପଡ଼ୁଥିଲା। କିନ୍ତୁ ଏବେ ନୂଆ ଆଇନ୍ ଆସିବା ପରେ ଯିଏ ଯାହାକୁ ପାରୁଛି ନିର୍ଦ୍ୱନ୍ଦ୍ୱରେ ବାହା ହୋଇପାରୁଛି। ପୁଅ-ପୁଅ ଓ ଝିଅ- ଝିଅ ବାହା ହେବା ଏବେ ଏକ ଟ୍ରେଣ୍ଡ୍ ପାଲଟିଛି। ସମଲିଙ୍ଗୀ ସମ୍ପର୍କକୁ ସରକାର ଅନୁମତି ଦେବା ପରେ ଏହା ଏବେ ସାଧାରଣ ହୋଇଯାଇଛି। ଏହି ଧାରାରେ ଏବେ ଜଣ ଯୁବକ ଆଉ ଜଣେ ଯୁବକକୁ ବିବାହ କରିଛନ୍ତି। ଏହି ଦୁଇ ଯୁବକଙ୍କ ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
View this post on Instagram
କୋଲକାତାରେ ଏକ ଭବ୍ୟ ସମାରୋହରେ ଉଭୟଙ୍କ ହଳଦୀ ସେରିମନି ହୋଇଥିଲା। ତା’ ପରେ ଉଭୟେ ପରସ୍ପରକୁ ବରଣମାଳା ପିନ୍ଧାଇ ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମ ପାଇଁ ସାଥୀ ହୋଇଛନ୍ତି। ଏହି ଯୋଡ଼ିଙ୍କ ବିବାହ ପରେ ତାଙ୍କ ଭଳି ଅନ୍ୟ ସମଲିଙ୍ଗୀ ସମ୍ପର୍କରେ ଥିବା ଲୋକଙ୍କୁ ନିଜ ସମ୍ପର୍କକୁ ସ୍ୱୀକୃତି ଦେବାକୁ ସାହସ ମିଳିଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦୁଇ ଜଣ ହେଲେ ଚୈତନ୍ୟ ଶର୍ମା ଓ ଅଭିଷେକ। ଉଭୟେ ନିଜ ପ୍ରେମ ସମ୍ପର୍କରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
View this post on Instagram
ଚୈତନ୍ୟ କହିଛନ୍ତି- ଆମେ ଫେସ୍ବୁକ୍ରେ ପରସ୍ପରକୁ ଭେଟିଥିଲୁ। ଗତ ୨ ବର୍ଷ ହେଲାଣି ଆମେ ରିଲେସନ୍ସିପ୍ରେ ଅଛୁ। ଅଭିଷେକଙ୍କ ପରିବାର ଓ ସାଙ୍ଗମାନେ ଆରମ୍ଭରୁ ହିଁ ଏହି ସମ୍ପର୍କକୁ ସପୋର୍ଟ କରୁଥିଲେ। କିନ୍ତୁ ମୋ ପରିବାର ମାନୁନଥିଲେ। କିନ୍ତୁ ପରେ ସେମାନେ ମଧ୍ୟ ରାଜି ହୋଇଗଲେ। ଏଣୁ ଏବେ ଆମେ ବିବାହ କରି ସବୁଦିନ ପାଇଁ ଏକ୍ ହୋଇଯାଇଛୁ ବୋଲି କହିଛନ୍ତି ଚୈତନ୍ୟ।
ଚୈତନ୍ୟଙ୍କ କହିବାନୁସାରେ, ସେ ତାଜମହଲ ସାମ୍ନାରେ ଅଭିଷେକଙ୍କୁ ପ୍ରପୋଜ୍ କରିଥିଲେ। ତାହା ତାଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ।
View this post on Instagram
ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ନେଇ ଶୁଣାଣି କରି ସମଲିଙ୍ଗୀ ସମ୍ପର୍କକୁ ବୈଧ ଘୋଷଣା କରିଥିଲେ। ଏଥିସହ ଗେ’ ସେକ୍ସକୁ ମଧ୍ୟ ଅପରାଧ ତାଲିକାରୁ ହଟାଇ ଦେଇଥିଲେ। କିନ୍ତୁ ଭାରତରେ ଏବେ ବି ସମଲିଙ୍ଗୀ ବିବାହ ବୈଧ ବୋଲି ଧରାଯାଉ ନାହିଁ।