କୋଣାର୍କ ମନ୍ଦିରର ମୁଖ୍ୟଦ୍ୱାରରେ ଲୁଚି ରହିଛି ଏମିତି ରହସ୍ୟ, ଯାହାକୁ ଜାଣିବାକୁ ଚାଲିଛି ରିସର୍ଚ୍ଚ

କୋଣାର୍କ ନାଁ ଟି ଆସିଲେ ସୂର୍ଯ୍ୟ ମନ୍ଦିରର କଳା କୃତି ଆପଣଙ୍କ ଆଖି ସାମ୍ନାରେ ନାଚିଯାଏ । ଅନେକ ରହସ୍ୟ , ଭରପୁର ଇତିହାସ ନିଜ ଛାତିରେ ଜାବୁଡ଼ି ଧରିଛି ଏହି ମନ୍ଦିର। ଅନେକ ସମୟରେ ଆପଣ ଚିନ୍ତା କରୁଥିବେ ଯେ, କାରିଗରଙ୍କ ନିଖୁଣ କାର୍ଯ୍ୟ ସହ ସହ ବର୍ଷ ପୂର୍ବେ ଏତେ ମାର୍ଜିତ ହେଲା କିପରି । କେମିତି ପଥରରେ ରୂପ ଦେଇଥିଲେ ଶିଳ୍ପୀ। ଏଠାରେ କାରିଗରଙ୍କ ଅନନ୍ୟ କୀର୍ତ୍ତିରାଜିର ଝଲକ ଆପଣନଙ୍କୁ ଅଭିଭୂତ କରିଥିବ ନିଶ୍ଚିତ । ହିନ୍ଦୁ ପ୍ରଦେଶରେ ଏଭଳି ଅନେକ ମନ୍ଦିର ରହିଛି ଯାହାକୁ ଆଧୁନିକ ଯୁଗରେ ଇଞ୍ଜିନିୟର୍ସ ଅବିକଳ ରୂପ ଦେଇପାରିବା ଅସମ୍ଭବ ପ୍ରାୟ । ବୈଜ୍ଞାନିକ ମାନେ ବି କୌଣସି ପ୍ରମାଣ ପାଇପାରି ନାହାନ୍ତି ।

ସେଇ ଅସମ୍ଭବ କଳା କୁ ପାଖରୁ ଦେଖିବା ପାଇଁ ତା ବିଷୟରେ ଜାଣିବା ପାଇଁ ବିଶ୍ବ ର କୋଣ କୋଣରୁ ଆସୁଛନ୍ତି ପର୍ଯ୍ୟଟକ । କିନ୍ତୁ ଅନେକ ରହସ୍ୟ ଉପରୁ ପରଦା ଆଜିବି ହଟିନି। ଆମେ ଗର୍ବିତ ଆମ ରାଜ୍ୟରେ ଅଛି ଏହି ରହସ୍ୟମୟୀ ମନ୍ଦିର । ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ । ପୁରୀ ଜିଲ୍ଲାର ବିଶ୍ୱବିଖ୍ୟାତ କୋଣାର୍କ ମନ୍ଦିର।  ଯାହା ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ କରାଯାଇଛି। ଆମେ ଜାଣିଛେ ଯେ, ଦୁନିଆରେ କେବଳ ଆମେ ଦୁଇ ଭଗବାନଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଥାଉ। ପ୍ରଥମ ହେଉଛନ୍ତି ଚନ୍ଦ୍ରଦେବ ଏବଂ ଦ୍ୱିତୀୟରେ ସୂର୍ଯ୍ୟଦେବ। ଆପଣ ଜାଣନ୍ତି! ସୂର୍ଯ୍ୟଙ୍କ ପ୍ରଥମ କୀରଣ ଏହି ମନ୍ଦୀରରେ ହିଁ ପଡ଼ିଥାଏ। ତେଣୁ ଏହି ମନ୍ଦିରର ରହସ୍ୟ ମଧ୍ୟ ନିଶ୍ଚିତ ରୂପେ ସୂର୍ଯ୍ୟଦେବଙ୍କ ସହ ଜଡ଼ିତ ରହିଛି। ଆପଣ ସବୁ ମନ୍ଦିରରେ ଭଗବାନଙ୍କ ଦର୍ଶନ କରୁଥିବା ବେଳେ ଏଠାରେ ଭଗବାନଙ୍କ ଶକ୍ତି ଅନୁଭବ କରିପାରିବେ। ଅନ୍ୟ ମନ୍ଦିରର ମୁଖ୍ୟଦ୍ୱାର ଖୋଲା ଥାଏ ହେଲେ ଏଠାରେ ମୁଖ୍ୟଦ୍ୱାରା ବନ୍ଦ ରହିଥାଏ । ଆଉ ଏହି ବନ୍ଦ ଘରେ ଲୁଚି ରହିଛି ଅନେକ ରହସ୍ୟ।

konrakkkkk
pc: curiosmos

୧୩୦୦ ଖ୍ରୀଷ୍ଟାବ୍ଦରେ ୧୨ଶହ ବଢ଼େଇ ରାଜା ଲାଙ୍ଗୁଳା ନରସିଂହଦେବଙ୍କ ଆଦେଶକୁ ମାନି ଲାଗିପଡ଼ିଥିଲେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ। ତେବେ ୧୯୦୩ ମସିହାର ଏକ ଘଟଣା ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଏ ସେହି ବର୍ଷ ଅଚାନକ୍‌ ମନ୍ଦିର ମୁଖ୍ୟଦ୍ୱାରକୁ ବାଲି ଓ ପଥର ସାହାଯ୍ୟରେ ବନ୍ଦ କରିଦିଆଯାଇଥିଲା। କାହିଁକି ବନ୍ଦ୍ କରାଗଲା, ତାର ଉତ୍ତର କାହା ପାଖରେ ନାହିଁ । କେବେ ଏହି କବାଟ ଖୋଲିବାକୁ କେହି ସାହସ କରିନାହାନ୍ତି , କାହିଁକି ତାର ମଧ୍ୟ କିଛି ଉତ୍ତର ନାହିଁ । ୧୯୦୩ମସିହାରୁ ଏହି ମୁଖ୍ୟଦ୍ୱାର କବାଟ ବନ୍ଦ ଥିବା ଶୁଣିବାକୁ ମିଳେ । କୁହାଯାଏ ଏହି ମୁଖ୍ୟଦ୍ୱାର ମଧ୍ୟରେ ଲୁଚି ରହିଛି ବିଶାଳ ରହସ୍ୟ । ଏଠାରେ ଏଭଳି ଏକ ଚମତ୍କାରୀ ଜିନିଷ ଲୁଚି ରହିଛି ଯାହା ସମୁଦ୍ର ପତନ କୁ ବଢ଼ିବାକୁ ଦିଏନି। କିନ୍ତୁ ଏହା କେତେ ସତ ତାହାର କିଛି ପ୍ରମାଣ ନାହିଁ।

konrakk
pc: chardham yatra

ସେହିପରି ଆପଣ ସମସ୍ତେ ଜାଣିଛନ୍ତି ଏହି ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ମାନେ ଏହା ଅଧାଗଢ଼ା ମନ୍ଦିର। ଏହି ମନ୍ଦିରର ଅଗ୍ରଭାଗ ଏବେ ପର୍ଯ୍ୟନ୍ତ ଖାଲି ଅଛି ।ଏହି ଭବ୍ୟ ମନ୍ଦିର ପୃଥିବୀର ୧୦ଟି ବିଖ୍ୟାତ ମନ୍ଦିର ମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ମନ୍ଦିରଟି ସୂର୍ଯ୍ୟଙ୍କ ରଥ ସଦୃଶ୍ୟ ତିଆରି କରାଯାଇଛି। ଯାହାର ୧୨ଟି ଚକ ରହିଛି। ଏହି ମନ୍ଦିରରେ ସବୁବେଳେ ଭଗବାନ ସୂର୍ଯଦେବଙ୍କ ଶକ୍ତି ରହିଥାଏ। ତେବେ ଏହି ରଥରେ ଥିବା ୧୨ଟି ରଥ ଚକ ବର୍ଷର ୧୨ଟି ମାସକୁ ମଧ୍ୟ ବୁଝାଇଥାଏ ।

ସବୁ ଚକରେ ଦିନର ୮ଟି ପ୍ରହର ବା ସମୟକୁ ବୁଝାଇଥାଏ। ଅର୍ଥାତ ଆପଣ ଏହି ଚକରୁ ମଧ୍ୟ ଦିନର ନିର୍ଦ୍ଦିଷ୍ଟ ସମୟ ବିଷୟରେ ଜାଣିପାରିବେ । ତେବେ ଏହି ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର ମଧ୍ୟ କରାଯାଇଛି। ଯାହା ଦ୍ୱାରା ମନ୍ଦିରର ପିଲର ବା ଖମ୍ବ ଠିଆ ହୋଇଛିି। ପୂର୍ବେ ଏଠାରେ ୫୨ଟନର ଚୁମ୍ବକ ରହିଥିଲା। କୁହାଯାଏ ବିଭିନ୍ନ ଜାହାଜ ଏହାଦ୍ବାରା ଟାଣି ହୋଇ ପିଟି ହେବା ପରେ ଏହାକୁ ଇଂରେଜ ମାନେ ଭାଙ୍ଗି ନେଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.