ହଜାର ଏକାଦଶୀ ସହିତ ସମାନ ଜନ୍ମାଷ୍ଟମୀ ବ୍ରତ, ଅକାଳ ମୃତ୍ୟୁ ସହ ୧୦୦ ପାପରୁ ମିଳିଥାଏ ମୁକ୍ତି

କୃଷ୍ଣ ଜନ୍ମାଷ୍ଟମୀ, ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ରୂପେ ମଧ୍ୟ ଜଣାଶୁଣା। ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ, ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ପାଳନ କରାଯାଏ। ଚଳିତବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ୨୦୨୧କୁ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି, ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ମଧ୍ୟରାତ୍ରିରେ ହୋଇଥିଲା।

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ ବ୍ରତ ପାଳନ କରାଯିବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ଏହି ବ୍ରତ ରଖାଯାଏ। ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ୫୬ ଭୋଗ ଅର୍ପଣ କରାଯାଏ। ଶାସ୍ତ୍ରରେ ଏହି ବ୍ରତ କରିବା ଦ୍ବାରା ୧୦୦ ପାପରୁ ମୁକ୍ତ କରିଥାଏ। ତେବେ କ’ଣ ପାଇଁ ଏହି ବ୍ରତ ସ୍ବତନ୍ତ୍ର ଆସନ୍ତୁ ଜାଣିବା…

ଶାସ୍ତ୍ର ଅନୁସାରେ, ଏକାଦଶୀ ବ୍ରତ ଶ୍ରେଷ୍ଠ ବ୍ରତ ମଧ୍ୟରେ ଏକ। ଏମିତିରେ ଏହି ବ୍ରତ ରଖି ଆପଣ ଏକାଦଶୀ ସମାନ ପୂଣ୍ଯ ଅର୍ଜନ କରିପାରିବେ। ଜନ୍ମାଷ୍ଟମୀ ବ୍ରତ ହଜାରେ ଏକାଦଶୀ ସହିତ ସମାନ।

କୁହାଯାଏ, ଏହିଦିନ ଜପ ଏବଂ ଧ୍ୟାନ କରିବାର ଅନ୍ଯତ୍ର ଗୁଣ ଫଳ ପ୍ରାପ୍ତ ହୋଇଥାଏ। ତେଣୁ ଜନ୍ମାଷ୍ଟମୀ ରାତିରେ ଜାଗରଣ କରି ଭଗବାନଙ୍କ ଭଜନ କୀର୍ତ୍ତନ କରିବା ଦରକାର।

ଜନ୍ମାଷ୍ଟମୀ ବ୍ରତ ଅକାଳ ମୃତ୍ୟୁରୁ ରକ୍ଷା କରିବା ବ୍ରତ ମଧ୍ୟରେ ଅନ୍ଯତମ। ଗର୍ଭବତୀ ମହିଳା ଏହି ବ୍ରତ କରିବା ଦ୍ବାରା ଗର୍ଭରେ ଥିବା ପିଲା ଏକଦମ ସୁରକ୍ଷିତ ରହିଥାଏ।

Leave A Reply

Your email address will not be published.