Categories: ସ୍ପେଶାଲ

ଏହା ହେଉଛି ଦୁନିଆର ସବୁଠାରୁ ବଡ ଗୁମ୍ଫା, ଯାହାକୁ ଦେଖିବା ମାତ୍ରେ ହିଁ ଟାଙ୍କୁରି ଉଠେ ଲୋମ

ଦୁନିଆରେ ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଏପରି ଏକ ସ୍ଥାନ ରହିଛି ଜର୍ଜିଆର ଅବଖାଜିୟାରେ । ଯାହାକୁ ବିଶ୍ଵର ଦ୍ଵିତୀୟ ଗଭୀର ଗୁମ୍ଫା ବୋଲି କୁହାଯାଇଥାଏ । ଏହି ଗୁମ୍ଫା ଏତେ ଗଭୀର ଯେ ଏହାକୁ ଉପର ଭାଗରୁ ଦେଖିଲେ ଲୋକମାନଙ୍କର ଲୋମ ଟାଙ୍କୁରି ଉଠେ ।

ଏହି ଗୁମ୍ଫାର ନାମ ହେଉଛି କୄବେରା ଗୁମ୍ଫା । ଏହାର ଗଭୀରତା ୨୧୯୭ ମିଟର ବା ୭୨୦୮ ଫୁଟ ଅଟେ । ସାଧାରଣତଃ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ କିନ୍ତୁ ଏହା ଏକ ଦୁର୍ଗମ ଇଲାକା ଅଟେ ସେଥିପାଇଁ ଏଠାରେ ବର୍ଷରେ ମାତ୍ର ଚାରି ମାସ ହିଁ ଜନଗହଳି ଦେଖାଯାଏ । 1960 ମସିହାରେ କୄବେରା ଗୁମ୍ଫାକୁ ଖୋଜି ବାହାର କରାଯାଇଥିଲା । ଏହି ଗୁମ୍ଫାଟିକୁ ବୋରୋନ୍ୟା ନାମରେ ମଧ୍ୟ ଜଣାଯାଇଥାଏ । ବୋରୋନ୍ୟାର ଅର୍ଥ ହେଉଛି କାଉମାନଙ୍କର ଗୁମ୍ଫା । ଏପରି ନାମକରଣ ହେବାର ଉଦ୍ଦେଶ୍ୟ ହେଉଛି ୧୯୮୦ ମସିହାରେ ଯେତେବେଳେ ପ୍ରଥମଥର ପାଇଁ ଏହି ଗୁମ୍ଫାକୁ ପ୍ରବେଶ କରାଯାଇଥିଲା ସେତେବେଳେ ଏଥିରେ କେବଳ କାଉମାନଙ୍କର ବସା ରହିଥିଲା ।

ସାଧାରଣତଃ ଏହି ଗୁମ୍ଫା ଭିତରକୁ ଅନେକ ଅନୁସନ୍ଧାନକାରୀ ଦଳ ଯାଇ ସାରିଛନ୍ତି କିନ୍ତୁ ୨୦୧୨ ମସିହାରେ ଯେତେବେଳେ ବିଭିନ୍ନ ଦେଶର ପ୍ରାୟ ୫୯ ଜଣଙ୍କୁ ନେଇ ଏକ ଅନୁସନ୍ଧାନକାରୀ ଟିମ ଏହା ଭିତରକୁ ଯାଇଥିଲେ ସେତେବେଳେ ଏହାର ଗଭୀରତା ୨୧୯୭ ମିଟର ବା ୭୨୦୮ଫୁଟ ବୋଲି ମାପିଥିଲେ । ଏହି ଦଳ ଗୁମ୍ଫା ଭିତରେ ପ୍ରାୟ ୨୭ ଦିନ ବିତାଇଥିଲେ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

12 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

13 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

17 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

40 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

47 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

54 mins ago