କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ

ଆଜି କୁମାର ପୂର୍ଣ୍ଣିମା । ଏହି ଦିନର ବିଶେଷତ୍ୱ ହେଉଛି ଆଜିର ଦିନରେ ପ୍ରଭୁ ଶିବ-ପାର୍ବତୀଙ୍କର ପୁତ୍ର କୁମାର କାର୍ତିକେୟଙ୍କର ଜନ୍ମ ହୋଇଥିଲା । ଆଶ୍ୱିନ ମାସର ପୂର୍ଣ୍ଣିମା ତଥା କାର୍ତିକ ମାସର ଆରମ୍ଭରେ ଏହି ପୂଜା ପାଳନ କରାଯାଇଥାଏ । ତେବେ ଏହା କୁମାରୀମାନଙ୍କର ଏକ ବିଶେଷ ପର୍ବ ବୋଲି ମଧ୍ୟ ବିବେଚନା କରାଯାଏ ।

KHAI ANJULI

ଆଶ୍ୱିନ ମାସ ପୂର୍ଣ୍ଣିମା ଦିନ ବଡି ଭୋର୍‌ରୁ ଉଠି କୁମାରୀମାନେ ଶୁଦ୍ଧପୂତ ଭାବରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଧାନ ଲଗା ଖଇ ବା ଲିଆକୁ ଅର୍ପଣ କରିଥାନ୍ତି । ସାତ ଆଞ୍ଜୁଳା ଖଇରେ ନଡିଆ, ଗୁଆ, କଦଳୀ, ଆଖୁ, ଜହ୍ନି ଆଦି ଦେଇ ଆଞ୍ଜୁଳା ଟେକି ଥାନ୍ତି । ସକାଳୁ ପୂଜା କରାଯାଇଥିବା ଖଇ ବା ଲିଆକୁ ଛେନା କଦଳୀ ନଡିଆ ଦହି ଆଦି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।

CHANDA

ଏହାକୁ ସଂଧ୍ୟାରେ ଚଉରା ମୂଳେ ଜହ୍ନି ପତ୍ରରେ ଚନ୍ଦ୍ରର ଆକାର ଦେଇ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଇଥାଏ । ‘କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ..’ ଗୀତ ଗାଇଥାନ୍ତି । ଠିଆ ପୁଚି ସାଙ୍ଗକୁ ବସା ପୁଚି ମଧ୍ୟ ଖେଳିଥାନ୍ତି ଝିଅମାନେ। ପୂଜା ସମୟରେ ଚନ୍ଦ୍ର ଦେବତାଙ୍କୁ କାର୍ତିକେୟଙ୍କ ପରି ସୁନ୍ଦର ବର ମାଗିଥାନ୍ତି ।

PUCHI

ଅବଶ୍ୟ ଗଞ୍ଜାମ ଭଳି ରାଜ୍ୟର କେତେକ ଅଞ୍ଚଳରେ ପୁଅମାନେ ମଧ୍ୟ ପୂଜାରେ ସାମିଲ ହୁଅନ୍ତି । ଗାଁ ଗହଳିରେ ଦେଖା ଯାଉଥିବା ଏହି କୁମାରୀ ପୂର୍ଣ୍ଣିମା ସହରର ଝିଲିମିଲି ଆଲୁଅରେ ହଜି ଯାଇଥିଲେ ମଧ୍ୟ ଏବେ ତାର ସ୍ୱତନ୍ତ୍ରତା ବଜାଇ ରଖି ପାରିଛି । ଅନ୍ୟପକ୍ଷରେ ଆଜିଠାରୁ ଗଜଲକ୍ଷ୍ମୀ ପୂଜା ମଧ୍ୟ ଆରମ୍ଭ ହେଉଛି । ପୁଣି ଆରମ୍ଭ ହୋଇଛି କାର୍ତ୍ତିକବ୍ରତ ।

ପିପିଲିରୁ ଦିବାକର ଷଡ଼ଙ୍ଗୀ, କେନ୍ୟୁଜ୍

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.