ଓଡିଶାରେ ଏହି ସ୍ଥାନରେ ବି ହେଉଛି ଲାଖ ଚାଷ, ମିଳୁଛି ୧୫ ଗୁଣା ଲାଭ

ମୟୂରଭଞ୍ଜ(କେନ୍ୟୁଜ୍‌): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରାକୃତିକ ପରିବେଶରେ ଭରପୁର ରହିଛି । ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାର ବୃକ୍ଷ ଥିବାରୁ ପାଣିପାଗ ଖାପ ଖୁଆଇଛି ଲାଖ ଚାଷ। ମୟୁରଭଞ୍ଜ ଜିଲ୍ଲାର ପାଦ ଦେଶରେ ଥିବା ଠାକୁରମୁଣ୍ଡା ବ୍ଲକର ବଡବାଲିପୋଷି, ମଣ୍ଡଳଝରି ଓ ଚିରୁପଦା ଗାଁରେ ୧୦୦ ଜଣ ଲାଖ ଚାଷ କରୁଛନ୍ତି। ବର୍ଷରେ ୨ ଥର ଅମଳ ହୋଇଥାଏ ଏହି ଫସଲ।

ସୂଚନା ମୁତାବକ ଚଳିତ ବର୍ଷ ଜୁନ୍‌ ମାସରେ ପ୍ରଥମ ଥର ପାଇଁ ଏଠିକାର ଅଧିବାସୀ ଚାଷ କରିଛନ୍ତି। ଲାଖ ତିନି ପ୍ରକାର ଗଛରେ ଚାଷ କରାଯାଇଥାଏ। କୁସୁମ ଗଛ, ବରକୋଳି ଗଛ ଓ ସାନିଆ ଲତା ଗଛରେ ମୁଖ୍ୟତଃ ଲାଖ ଚାଷ କରାଯାଇଥାଏ। ଏହି ୩ଟି ଗଛ ମଧ୍ୟରେ କୁସୁମ ଗଛରୁ ଅମଳ ହେଉଥିବା ଲାଖର ଅଧିକ ଡିମାଣ୍ଡ ରହିଛି। ଏହି ଚାଷ କରିବା ପାଇଁ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡିନଥାଏ ବରଂ ୧୫ ଗୁଣା ଲାଭ ପାଇଥାନ୍ତି ଚାଷୀ। ଏଠାକାର ଅଧିବାସୀ ଚଳିତ ବର୍ଷ କୁସୁମ ଗଛରେ ଛାଡିଥିବା ଲାଖ ପୋକ ଭଲ ଚାଷ ହୋଇଥିବା ଜଣାପଡିଛି। ଏହା ଆସନ୍ତା ଜାନୁଆରୀ ଏବଂ ଫେବୃଆରୀ ମାସରେ ଅମଳ କରାଯିବ।

lakhକରଞ୍ଜିଆ ଉପଖଣ୍ଡ ରେ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୧୦୦ ଜଣ ଚାଷୀମାନଙ୍କୁ ମାଗଣାରେ ଲାଖ ବିହନ ଦେଇଛନ୍ତି । ଫସଲ ଅମଳ ପୂର୍ବରୁ ୬୦ ଜଣ ସ୍ଵଂୟ ସହାୟକ ଗୋଷ୍ଠୀ ମହଲାକୁ ଲାଖରେ ନିର୍ମିତ ଚୁଡି ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବାର ତାଲିମ ଦିଆଯାଉଛି । ଓଡ଼ିଶାର ବିଶେଷ କରି ତିନୋଟି ଜିଲ୍ଲାରେ ଲାଖ ଚାଷ କରାଯାଇଥାଏ । ଲାଖ ସୁନା ଗହଣାରେ ବ୍ୟବହାର ହେବା ସହ କେମିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଧିକାଂଶ ଜିନିଷରେ ଲାଖ ବ୍ୟବହାର ହୋଇଥାଏ।

ଲାଖର ବିହନ ବର୍ଷରେ ୨ ଥର ମିଳିଥାଏ। ପ୍ରଥମେ ଜାନୁଆରୀ ଓ ଫେବୃଆରୀ ମାସରେ ଏବଂ ତାପରେ ଜୁନ୍‌ ଓ ୁଲାଇ ମାସରେ ମିଳିଥାଏ। ଏହି ବିହନରେ ସରୁ ପୋକ ଭଳି ଛୋଟ ଛୋଟ ପୋକ ଥାଆନ୍ତି। ଏହି ବିହନକୁ କୁସୁମ ଗଛ, ବରକୋଳି ଗଛ ଏବଂ ସାନିଆଲତା ଗଛ ପତ୍ରର ଡାଳରେ କପଡା ଦେଇ ବିହନକୁ ବନ୍ଧାଯାଇଥାଏ। ପରବର୍ତ୍ତୀ କ୍ରମେ ଏହି ପୋକ ପତ୍ର ଖାଇ ଜନସଂଖ୍ୟା ବୃଦ୍ଧି କରିଥାନ୍ତି। ଲାଖ ପୋକ ଯେଉଁ ମଳ ତ୍ୟାଗ କରିଥାନ୍ତି ତାହାକୁ ହିଁ ଲାଖ କୁହାଯାଏ। ଗୋଟିଏ ଡାଳରେ ଏହି ଲାଖ ତିଆରି କରିବାକୁ ୫ ରୁ ୬ ମାସ ସମୟ ଲାଗିଥାଏ।

lakhaଦେଶ ବିଦେଶରେ ଲାଖର ବେଶ ଚାହିଦା ରହିଛି । ଏବେ ଅମଳ ହୋଇନଥିଲେ ବି ବାହାର ରାଜ୍ୟର ଲୋକମାନେ ଏଠାକାର ଲାଖକୁ ନେବା ପାଇଁ ଇଛା ପ୍ରକାଶ କରିଛନ୍ତି। ଚଳିତବର୍ଷ ଲାଖ ଫସଲ ଭଲ ହୋଇଥିବାରୁ ୧୬ କେଜି ବିହନ ରେ ୫୦ ରୁ ୭୦ କେଜି ଲାଖ ଅମଳ ହେବ । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱରେ ଲାଖ ଦୁଇଟି ଦେଶରେ ମିଳିଥାଏ । ବିଶ୍ୱ ରେ କେବଳ ଭାରତ ୯୦ ଭାଗ ଲାଖ ଯୋଗେଇଥାଏ । ଲାଖରୁ କମ୍ପ୍ୟୁଟର , ମୋବାଇଲ ମଧ୍ୟ ବ୍ୟବହାର କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.