ଏବେବି ମର୍ତ୍ତ୍ୟରେ ରହିଛି ସ୍ବର୍ଗକୁ ସିଡ଼ି : କେଉଁ ସ୍ଥାନରେ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ସ୍ବର୍ଗକୁ ଯିବା କାହାକୁ ବା ନାପସନ୍ଦ । ଦୁନିଆରେ ସମସ୍ତ ବ୍ୟକ୍ତି ସ୍ବର୍ଗକୁ ଯିବା ପାଇଁ ହିଁ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି । ଆଜି ଆମେ ଆପଣଙ୍କୁ ପୃଥିବୀରେ ରହିଥିବା ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି ଯେଉଁ ଠାରେ ରହିଛି ସ୍ବର୍ଗକୁ ଯିବା ପାଇଁ ରାସ୍ତା । ଚିନର ତିଆନମେନ୍ ମାଉନଟେନରେ ରହିଛି ଏକ ଗୁମ୍ଫାକୁ ଯାହାକୁ ସ୍ବର୍ଗକୁ ସିଢ଼ି ବୋଲି କୁହାଯାଇଥାଏ । ଏହି ସ୍ଥାନଟି ଭୂମିରୁ ୧୫୧୮ ମିଟର ଅର୍ଥାତ୍ ୫ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ। ଏହି ଉଚ୍ଚତାରେ ରହିଛି ସ୍ବଗକୁ ପହଞ୍ଚିବାର ସିଢ଼ି ।

 

ଇତିହାସ ଅନୁଯାୟୀ , ୨୫୩ ଶତାବ୍ଦିରେ ଏହି ପାହଡ଼ର କିଛି ଅଂଶ ଭାଙ୍ଗିଯାଇଥିଲା , ଯାହା ବର୍ତ୍ତମାନ ଗୁମ୍ଫାର ରୁପ ନେଇଛି। ଏବେ ଏହାର ଉଚ୍ଚତା ୧୯୬ ଫୁଟ ରହିଥିବା ବେଳେ ପୂର୍ବେ ରହିଥିଲେ ୪୩୧ ଫୁଟ ଏବଂ ୧୮୭ ଫୁଟ୍ ଚଉଡ଼ା । ଏହି ସ୍ଥାନଟି ୫ହଜାର ଫୁଟ ଉଚ୍ଚତାରେ ରହିଥିବାରୁ ଏହାର ଶୀର୍ଷଟି ସବୁବେଳେ ବାଦଲରେ ଘେରି ହୋଇ ରହିଥାଏ ।

ଏହି ସ୍ଥାନକୁ ଯିବା ପାଇଁ ରୋପ୍ ୱେର ବ୍ୟବହାର କରାଯାଇଥାଏ । ୨୪୪୫୯ ଫୁଟ ଉଚ୍ଚତାରେ ରହିଥିବା ଏହା ଦୁନିଆର ପ୍ରଥମ ରୋପ୍ ୱେ , ଏହାର ନାମ ଗିନିଜ୍ ୱାର୍ଲ୍ଡ ବୁକରେ ମଧ୍ୟ ଲେଖା ହୋଇଛି । ଏହି ସ୍ଥାନକୁ ଯିବା ପାଇଁ ରୋପ୍ ୱେରୁ ଓହ୍ଲାଇବା ପରେ ୯୯୯ଟି ସିଡ଼ି ଚଢ଼ିଯିବାକୁ ପଡ଼ିଥାଏ । ଏତେ କଠିନ ରାସ୍ତା ଜାଣି ମଧ୍ୟ ବହୁମାତ୍ରାରେ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି ।

Also read: ଅନନ୍ୟ ହ୍ରଦ: ଏକା ସାଙ୍ଗେ ଯେଉଁଠି ଦେଖି ହୁଏ ସୂର୍ଯ୍ୟ ଓ ଚନ୍ଦ୍ର