ଏବେବି ମର୍ତ୍ତ୍ୟରେ ରହିଛି ସ୍ବର୍ଗକୁ ସିଡ଼ି : କେଉଁ ସ୍ଥାନରେ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ସ୍ବର୍ଗକୁ ଯିବା କାହାକୁ ବା ନାପସନ୍ଦ । ଦୁନିଆରେ ସମସ୍ତ ବ୍ୟକ୍ତି ସ୍ବର୍ଗକୁ ଯିବା ପାଇଁ ହିଁ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି। ଆଜି ଆମେ ଆପଣଙ୍କୁ ପୃଥିବୀରେ ରହିଥିବା ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି ଯେଉଁ ଠାରେ ରହିଛି ସ୍ବର୍ଗକୁ ଯିବା ପାଇଁ ରାସ୍ତା। ଚିନର ତିଆନମେନ୍ ମାଉନଟେନରେ ରହିଛି ଏକ ଗୁମ୍ଫାକୁ ଯାହାକୁ ସ୍ବର୍ଗକୁ ସିଢ଼ି ବୋଲି କୁହାଯାଇଥାଏ। ଏହି ସ୍ଥାନଟି ଭୂମିରୁ ୧୫୧୮ ମିଟର ଅର୍ଥାତ୍ ୫ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ। ଏହି ଉଚ୍ଚତାରେ ରହିଛି ସ୍ବଗକୁ ପହଞ୍ଚିବାର ସିଢ଼ି।

chaina

ଇତିହାସ ଅନୁଯାୟୀ , ୨୫୩ ଶତାବ୍ଦିରେ ଏହି ପାହଡ଼ର କିଛି ଅଂଶ ଭାଙ୍ଗିଯାଇଥିଲା , ଯାହା ବର୍ତ୍ତମାନ ଗୁମ୍ଫାର ରୁପ ନେଇଛି। ଏବେ ଏହାର ଉଚ୍ଚତା ୧୯୬ ଫୁଟ ରହିଥିବା ବେଳେ ପୂର୍ବେ ରହିଥିଲେ ୪୩୧ ଫୁଟ ଏବଂ ୧୮୭ ଫୁଟ୍ ଚଉଡ଼ା। ଏହି ସ୍ଥାନଟି ୫ହଜାର ଫୁଟ ଉଚ୍ଚତାରେ ରହିଥିବାରୁ ଏହାର ଶୀର୍ଷଟି ସବୁବେଳେ ବାଦଲରେ ଘେରି ହୋଇ ରହିଥାଏ।

ଏହି ସ୍ଥାନକୁ ଯିବା ପାଇଁ ରୋପ୍ ୱେର ବ୍ୟବହାର କରାଯାଇଥାଏ। ୨୪୪୫୯ ଫୁଟ ଉଚ୍ଚତାରେ ରହିଥିବା ଏହା ଦୁନିଆର ପ୍ରଥମ ରୋପ୍ ୱେ , ଏହାର ନାମ ଗିନିଜ୍ ୱାର୍ଲ୍ଡ ବୁକରେ ମଧ୍ୟ ଲେଖା ହୋଇଛି। ଏହି ସ୍ଥାନକୁ ଯିବା ପାଇଁ ରୋପ୍ ୱେରୁ ଓହ୍ଲାଇବା ପରେ ୯୯୯ଟି ସିଡ଼ି ଚଢ଼ିଯିବାକୁ ପଡ଼ିଥାଏ। ଏତେ କଠିନ ରାସ୍ତା ଜାଣି ମଧ୍ୟ ବହୁମାତ୍ରାରେ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି।

Leave A Reply

Your email address will not be published.