ସୁନ୍ଦରଗଡ ଜିଲ୍ଲାର ପ୍ରଥମ ମହିଳା, ଯିଏ ନିଜେ ଟ୍ରାକ୍ଟର ଚଳାଇ ପୋଷୁଛନ୍ତି ପରିବାର

ବଣାଇ (କେନ୍ୟୁଜ) : ବହୁତ ସମୟରେ ଏମିତି ହୋଇଥାଏ ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ତାଙ୍କ ଚାକିରି ମିଳିଥାଏ । ଆଉ ସ୍ତ୍ରୀ ତଲାଇଥାନ୍ତି ସ୍ୱାମୀଙ୍କ କାର୍ଯ୍ୟ ଭାର। ବହୁତ ସମୟରେ ଆମେ ଦେଖିଥାନ୍ତି ଯେ ସ୍ୱାମୀ ଯେଉଁ କମ୍ପାନୀରେ ଚାକିରି କରିଥାନ୍ତି ତାଙ୍କ ଅନ୍ତେ ସେ ଚାକିରି ତାଙ୍କ ସ୍ତ୍ରୀକୁ ମିଳିଥାଏ। ସ୍ୱାମୀଙ୍କ ରାସ୍ତାକୁ ଅନୁସରଣ କରି ଏବଂ ତାଙ୍କୁ ସାହାଯ୍ୟ କରି ସ୍ତ୍ରୀ ମଧ୍ୟ କିଛି କାମ ଶିଖି ଯାଇଥାନ୍ତି। ଯାହାଦ୍ୱାରା ସେମାନେ ଅନୁପସ୍ଥିତିରେ କାର୍ଯ୍ୟ ଭାର ସମ୍ଭାଳି ପାରିଥାନ୍ତି। କିନ୍ତୁ ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ହୁଏତ ତାହା ସବୁ ସ୍ତ୍ରୀଙ୍କ ପାଇଁ ସମ୍ବବପର ନୁହେଁ। କିନ୍ତୁ ଅନିମା କରି ଦେଖାଇଛନ୍ତି ଅସମ୍ବବକୁ ସମ୍ବବ ଆଉ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦହରଣ।

animaସୁନ୍ଦରଗଡ ଜିଲ୍ଲା ବଣାଇର କସଡା ଗ୍ରାମର ଅନିମା ଓରାମ, ଯିଏ ଏବେ ଅନ୍ୟମାନଙ୍କ ପାଇଁ ସାଜତଛନ୍ତି ପ୍ରେରଣାର ଉତ୍ସ। ସ୍ୱାମୀ ବିଜୟ ଓରାମଙ୍କୁ ନେଇ ଚାଲିଥିଲା ଅନିମାଙ୍କ ସୁନାର ସଂସାର। ସ୍ୱାମୀ ବିଜୟ ଓରାମ ନିଜେ ଟ୍ରାକ୍ଟର ଚଳାଇବା ସହିତ ଡ୍ରାଇଭର ରଖି ଘରର ପ୍ରତିପୋଷଣ କରୁଥିଲେ। ସ୍ୱାମୀ ବେଶ ଭଲ ପଇସା ରୋଜଗାର କରୁଥିଲେ ଆଉ ହସଖୁସିରେ ଚାଲୁଥିଲା ପରିବାର। କିନ୍ତୁ ଏହି ହସଖୁସିର ସଂସାର ଉପରେ ଲାଗିଗଲା ଯେମିତି କାହାର କଳା ନଜର। ହଠାତ ଦେହ ଅସୁସ୍ଥ ହେବାରୁ ଆରପାରିକୁ ଚାଲିଗଲେ ସ୍ୱାମୀ। କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ଧରି ପରିବା ପୋଷିବା ଅନିମାଙ୍କ ପାଇଁ ହେଲା କଷ୍ଟକର।

animaaନିଜ ପୁଅ ଓ ଝିଅଙ୍କ ଭବିଷ୍ୟତ ଏବଂ ସେମାନଙ୍କୁ ଭଲ ପାଠ ପଢ଼ାଇ ବା ପାଇଁ ଅନିମା ଚଢ଼ିଲେ ସ୍ୱାମୀ ଛାଡି ଯାଇଥିବା ଟ୍ରାକ୍ଟର। ଡ୍ରାଇଭରଙ୍କ ଠାରୁ ଟ୍ରାକ୍ଟର ଚଲାଇବା ଶିଖିବା ପରେ ନିଜେ ଚାଷ କରିବା ସହିତ ଭଡାରେ ବି ଜମି ଚାଷ କରୁଛନ୍ତି। ଆଦିବାସୀ ମହିଳା ଅନିମା ଦଶମ ଯାଏଁ ପଢ଼ିଛନ୍ତି। କିନ୍ତୁ ଏହି ରୋଜଗାରରେ ସେ ତାଙ୍କ ପିଲାମାନଙ୍କୁ ପୋଶିବା ସହିତ ସେମାନଙ୍କୁ ଉଚ୍ଚ ଶିକ୍ଷା ମଧ୍ୟ ଦେଉଛନ୍ତି। ଅନିମା ସକାଳୁ ଉଠି ରୋଷେଇ କାମ ସାରିବା ପରେ ଛୁଆ ମାନଙ୍କୁ ଖୁଆଇ ନିଜେ ଖାଇ ବାହାରି ପଡନ୍ତି କାମ ପାଇଁ। ନିଜେ ଟ୍ରାକ୍ଟରକୁ ଷ୍ଟାର୍ଟ କରି ଗିଅର ପକାଇ ଲଙ୍ଗଳ ଲଗାଇ ଜମିରେ ଚାଷ କରିଥାନ୍ତି। ଏମିତି ଟ୍ରାକ୍ଟର ଚଲାଇ ପରିବାର ପୋଷୁଥିବା ସେ ହେଉଛନ୍ତି ଜିଲ୍ଲାର ପ୍ରଥମ ମହିଳା।

animaକୁହାଯାଏ ଇଚ୍ଛାଶକ୍ତି ଥିଲେ ସବୁ ସମ୍ବବ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆଦିବାସୀ ବିଧବା ମହିଳା ଅନିମା ଓରାମ। ତାଙ୍କର ଏହି ପ୍ରେରଣାପୂର୍ଣ୍ଣ କାମ ପାଇଁ ତାଙ୍କୁ ଚାରିଆଡୁ ଛୁଟୁଛି ପ୍ରସଂସାର ସୁଅ। ଅନିମା ଓରାମ କହନ୍ତି କାହାରି ଇଚ୍ଛା ଥିଲେ ସବୁ କିଛି ସମ୍ବବ ହୋଇପାରିବ। ସେହିପରି ଯଦି କିଏ ଟ୍ରାକ୍ଟର ଚଲା ଶିଖିବା ପାଇଁ ଚାହିଁବେ ତ ମୁଁ ମହିଳା ମାନଙ୍କୁ ନିଶ୍ଚୟ ଶିଖାଇବି। ତେବେ ସେ ଯାହା ବି ହେଉ ଅସମୟ ଏବଂ ଦୁର୍ଦ୍ଦିନରେ ଅନିମା ଯେମିତି ନିଜକୁ ସମ୍ଭାଳିପାରିଛନ୍ତି ବାସ୍ତବରେ ତାହା ପ୍ରଶଂସନୀୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.