ସ୍ପେଶାଲ

ଭିନ୍ନ ଜଣେ କରୋନା ଯୋଦ୍ଧା, ନିଜ ଖର୍ଚ୍ଚରେ ଗଳିକନ୍ଦି ସାନିଟାଇଜ କରୁଛନ୍ତି ଏହି ମୁସଲମାନ ମହିଳା

କରୋନା ମହାମାରୀ ନେଇ ସତର୍କତା ମୂଳକ ପଦକ୍ଷେପ ଜଣେ ଯୁବତୀଙ୍କୁ ଆଜି ସାଧାରଣ ରୁ ଅସାଧାରଣ କରି ଦେଇଛି । ଏହି ମାରାତ୍ମକ ଭାଇରସକୁ ନିଜେ ରହୁଥିବା ସହରରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଯୁବତୀ । ସହରର ପିଲା ମାନଙ୍କୁ ସୁସ୍ଥ ରଖିବା ପାଇଁ ନିଜ ସଂଚିତ ଅର୍ଥ ରାଶିକୁ ପାଣି ଭଳିଆ ଖର୍ଚ୍ଚ କରିବାକୁ ବି ପଛାଇ ନାହାନ୍ତି ଲଖନଉର ଏହି ମହିଳା । ନିଜ ସଂଚିତ ଅର୍ଥରୁ ସାନିଟାଇଜର, ସାନିଟାଇଜିଙ୍ଗ ମେସିନ ଆଦି କିଣି ପ୍ରତିଦିନ ସହରକୁ ପାଦରେ ଚାଲି ଚାଲି ସାନିଟାଇଜ କରୁଛନ୍ତି । କରୋନା ସଙ୍କଟ ସମୟରେ ଦେଶରେ ଜଣେ ପରେ ଜଣେ ଯୋଧ୍ହା ଆଗକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶ ରାଜଧାନୀ ଲଖନଉ ବାସିନ୍ଦା ସେୟାଦ ଉଜମା ପରବୀନ । ଦେଶରେ ଲକଡାଉନ ଜାରି ହେବା ଦିନ ଠାରୁ ହିଁ ଏବେ ପର୍ଯ୍ୟନ୍ତ ମୁହଁରେ ମାସ୍କ, ଶରୀରରେ ବୁର୍ଖା ଓ ପିଠିରେ ଏକ ଭାରି ଓଜନର ସାନିଟାଇଜିଙ୍ଗ ମେସିନ ଲଦି ସହର ଗଲି କନ୍ଦି ବୁଲି ସାନିଟାଈଜ କରିବା ଆରମ୍ଭ କରିଥିଲେ ଉଜମା ।

ସୂଚନା ମୁତାବକ ପୁରୁଣା ଲଖନଉ ସ୍ଥିତ ସୀତାରାମ ମନ୍ଦିର ନିକଟବର୍ତ୍ତୀ ଅଂଚଳରୁ ହିଁ ସାନିଟାଈଜ କରିବା ଆରମ୍ଭ କରିଥିଲେ ପରବୀନ । ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏହି କାର୍ଯ୍ୟରେ ପରବୀନଙ୍କୁ ଅନେକ କଠିନତାର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ନିଜେ କରିଥିବା ପ୍ରଣରୁ ଓ଼ହାରୀ ନଥିଲେ । ଏବାବଦରେ ଉଜମା ନିଜେ କହିଛନ୍ତିକି, ସାନିଟାଈଜ କରିବା ପାଇଁ ସ୍ପ୍ରେୟର ମେସିନ ଠାରୁ ଆରମ୍ଭ କରି କେମିକାଲ ପର୍ଯ୍ୟନ୍ତ ସେ ନିଜ ଖର୍ଚ୍ଚରେ ହିଁ କରିଛନ୍ତି । ଏବାବଦରେ ଏଯାବତ ୬ରୁ ୭ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିସାରିଲେଣି । ଏକ ସାକ୍ଷାତକାର ସମୟରେ ସେ ଆହୁରି ମଧ୍ୟ କହିଛନ୍ତିକି, ନଗର ନିଗମ ପକ୍ଷରୁ ସାନିଟାଇଜେସନ କରାଯାଉଥିଲେ ମଧ୍ୟ ସେମାନେ ପ୍ରତି ଗଳି କନ୍ଦିକୁ ପହଂଚି ପାରୁନଥିଲେ । ଏହି କାରଣରୁ ହିଁ ନିଜକୁ ଏହି କାମରେ ନିୟୋଜିତ ରଖିବାକୁ ସ୍ଥିର କରିଥିଲେ ।

ଉଜମାଙ୍କ ଅନୁଯାୟୀ ସେ ଏଭିତରେ ସହରର ବସ ଷ୍ଟେସନ, ରେଳ ଷ୍ଟେସନ, ପୋଲିସ ଷ୍ଟେସନ, ଛକ ସ୍ଥାନ, ପେଟ୍ରୋଲ ପମ୍ପ,ବାଲା ଗଞ୍ଜ, କ୍ୟାମ୍ପେଲ ରୋଡ, ଜାମା ମସଜିଦ, ଖଦରା, ଠାକୁରଗଞ୍ଜ, ସାହାଡ଼ଗଞ୍ଜ ଆଦି ଅଂଚଳ ଗୁଡିକୁ ନିଜ ଖର୍ଚ୍ଚରେ ସାନିଟାଈଜ କରି ସାରିଲେଣି । ଉଜମାଙ୍କ ଅନୁଯାୟୀ ଏହି ପ୍ରେରଣା ତାଙ୍କୁ ତାଙ୍କ ପିତାଙ୍କ ଠାରୁ ହିଁ ମିଳିଥିଲା । ତାଙ୍କ ପିତା ମଧ୍ୟ ଜଣେ ସମାଜ ସେବି ହିସାବରେ ସମାଜ ପାଇଁ ଅନେକ ତ୍ୟାଗ କରିଥିଲେ । ପରବୀନଙ୍କ ଅନୁଯାୟୀ, ଭୋର ୪ ଟା ଠାରୁ ହିଁ ଏହି କାମ ଆରମ୍ଭ କରିଦିଅନ୍ତି । ସକାଳ ୧୦ ଟା ପର୍ଯ୍ୟନ୍ତ ଏହି କାମ ଚାଲୁ ରହେ । ପରେ ଘରକୁ ଯାଇ ଅନ୍ୟାନ କାମରେ ନିଜକୁ ନିୟୋଜିତ ରଖନ୍ତି ।

KNews Bureau

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

1 min ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

9 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

23 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

29 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

59 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago