କରିବେକି ଏମିତି ଚାକିରି ? ଏଠି କୁକୁର ବୁଲେଇଲେ ମିଳେ ଲକ୍ଷାଧିକ ଟଙ୍କାର ଦରମା

କୁକୁର ବୁଲାଇବା ଚାକିରୀ । ଆଉ ଏଥିପାଇଁ ମିଳିବ ମୋଟା ଅଙ୍କର ଦରମା । ରିଟାୟରମେଣ୍ଟ ପରେ ବି ମିଳିବ ପେନ୍ସନ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । କିନ୍ତୁ ଏହା ଶତ ପ୍ରତିଶତ ସତ । ଲଣ୍ଡନ ସ୍ଥିତ ଆରୋସନ ନାମକ ଏକ କମ୍ପାନୀ ହିଁ ଏମିତି ଏକ ଅଫର ଲଞ୍ଚ କରିଛି । ଯିଏ ବି ଏହି ପଦ ପାଇଁ ଚୟନ ହେବେ ଦିନ ସାରା କେବଳ ଏକ ଡେସ୍କରେ ବସିବେ ଆଉ ଆବଶ୍ୟକ ସମୟରେ କୁକୁରଙ୍କୁ ବୁଲାଇବେ । ଆଉ ଏହି କାମ ପାଇଁ ବର୍ଷକୁ ୩୦ ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରା ଅନୁଯାୟୀ ୨୯ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ । ଏହା ସହ ପେନ୍ସନ, ଜୀବନ ବୀମା ସହ, ମେଡିକାଲ, ଡେଣ୍ଟାଲ ଇନ୍ସୁରାନ୍ସ ଲାଭ ମଧ୍ୟ ମିଳିବ । ଆଉ କାର୍ଯ୍ୟକାଳ ସମୟ ଦୈନିକ ସକାଳ ୯ ଟା ଠାରୁ ଆରମ୍ଭ କରି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରହିବ । ଅବଶ୍ୟ ଏପରି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବି ଲଣ୍ଡନର ଏପରି ସମାନ ଧରଣର ଘଟଣା ସାମ୍ନାକୁ ଆସିଛି ।

dog walking

\ପ୍ରକୃତରେ ଏକ ବର୍ଷ ପୂର୍ବରୁ ଲଣ୍ଡନର ନାଇଟ୍ସ ବ୍ରିଜ ଅଂଚଳରେ ରହୁଥିବା ଏକ ଦମ୍ପତ୍ତି ନିଜ ଦୁଇ ପୋଷାକୁକୁରଙ୍କ ଦେଖାଶୁଣା କରିବା ପାଇଁ କେୟାରଟେକର ଆବଶ୍ୟକ ବୋଲି ଏକ ବିଜ୍ଞାପନ ଦେଇଥିଲେ । ଆଉ ଏହି ବିଜ୍ଞାପନରେ ଏହି କାମ ପାଇଁ ଲକ୍ଷାଧିକ ଟଙ୍କାର ଦରମା ଦିଆଯିବା ନେଇ ମଧ୍ୟ ଉଲ୍ଲେଖ କରିଥିଲେ । ଆଉ ସପ୍ତାହକୁ ପାଞ୍ଚ ଦିନ ପାଇଁ ହିଁ କାର୍ଯ୍ୟ କରିବାକୁ ହେବ । ଏହା ସହ କୁକୁର ମାନଙ୍କ ଖାଦ୍ୟପେୟ ପାଇଁ ସପିଙ୍ଗ କରିବା ସହ ସେମାନଙ୍କୁ ଏକ୍ସରସାଇଜ କରାଇବାକୁ ହେବ । ଏହାସହ ନିୟମିତ ଅନ୍ତରରେ ରୁଟିନ ଚେକଅପ ବି କରାଇବେ । ନିଜ କାମ ପାଇଁ ଏହି ଦମ୍ପତ୍ତିଙ୍କୁ ଦିନର ଅଧିକାଂଶ ସମୟ ବାହାରେ ବିତେଇବାକୁ ପଡୁଥିଲା । ଆଉ ଏହି ସମୟରେ ତାଙ୍କ ପ୍ରିୟ କୁକୁରଙ୍କ ଦେଖାଶୁଣା କରିବାକୁ କେହି ନଥିଲେ । ସେଥିପାଇଁ ଏକ ବିଶ୍ଵସ୍ଥ ତଥା ଅନୁଭବୀ କେଆରଟେକରର ସନ୍ଧାନରେ ଥିଲେ ।

 

 

Leave A Reply

Your email address will not be published.