ଦୃଷ୍ଟିହୀନ ଯୁବକଙ୍କୁ ସ୍ବାମୀ ରୂପେ ବାଛି ନେଇ ନିଆରା ଉଦାହରଣ ସୃଷ୍ଟି କଲେ ଲକ୍ଷ୍ମୀ

ଭଞ୍ଜନଗର(କେନ୍ୟୁଜ୍): ସବୁ ପୁଅ ଓ ଝିଅ ଚାହିଁଥାନ୍ତି , ଗୋଟେ ମନ ପସନ୍ଦର ଜୀବନସାଥି ଟିଏ । କିଏ ନିଜ ପସନ୍ଦରେ ବିବାହ କରେ ତ’ , ଆଉ କିଏ ପରିବାର ଲୋକଙ୍କ ସହମତିରେ । ପୁଣି କିଏ , ଇଛା ଥାଉ କି ନଥାଉ , ପରିସ୍ଥିତିରେ ପଡ଼ି ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏହା ଏକ ଭିନ୍ନ ବାହାଘରର କଥା । ଯାହା କେବଳ ସିନେମା କିମ୍ବା ସିଲିଏଲ୍ ହିଁ ସମ୍ଭବ ହୋଇଥାଏ । କିନ୍ତୁ ବାସ୍ତବ ଜୀବନରେ ତାହା , ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ । ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ଦୋମୁହାଁଣି ଗାଁ ରେ ହୋଇଛି ଏମିତି ଏକ ନିଆରା ବାହାଘର।

ଘର କାନ୍ଥରେ ଲେଖା ହୋଇଥିଲା ମିଟୁ ସହ ଲକ୍ଷ୍ମୀର ଶୁଭ ବିବାହ । ନାଚରେ କମ୍ପୁଥିଲା ଗାଁଦାଣ୍ଡ । ଗାଁ ପିଲା ସାଜିଥିଲେ ବରଯାତ୍ରୀ । ରୋଷଣୀ ସରିବା ପରେ , ମନ୍ଦିର ବେଢ଼ା ବେଦିରେ ବସିଲେ ବର-କନ୍ଯା । ବ୍ରହ୍ମଣଙ୍କ ମନ୍ତ୍ରପାଠ ସାଙ୍ଗକୁ ଶଂଖ-ହୁଳହୁଳି । ଉପସ୍ଥିତ ଥିଲେ , ବନ୍ଧୁବାନ୍ଧବ ଓ ପରିବାର ଲୋକେ । ଅଗ୍ନିକୁ ସାକ୍ଷୀ ରଖି ବର-କନ୍ଯା ଙ୍କ ହାତଗଣ୍ଠି ପଡ଼ିଲା । ନବଦମ୍ପତ୍ତି ଙ୍କ ମୁହଁରେ ହସ ଫୁଟିଉଠୁଥିଲା । ଜଣେ ସବୁ ଦେଖୁଥିଲା , ଆଉଜଣେ ନୀରବରେ ଶୁଣୁଥିଲା । କାରଣ ବର ଜଣକ ଥିଲା , ଦୃଷ୍ଟିହୀନ ଯୁବକ । ସବୁ ଜାଣି ମଧ୍ୟ , କନ୍ଯା ଜଣକ ସ୍ୱଇଛାରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲା । ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ଯ ହେଉଥିଲା । ଯୁବତୀଙ୍କ ଏଭଳି ଉତ୍ସକୃର୍ଗୀକୃତ ମନୋଭାବକୁ ଧନ୍ଯବାଦ ଜଣାଉଥିଲେ ସମସ୍ତେ ।

mrgଦୋମୁହାଣି ଗାଁ ର ମିଟୁ ଗୈାଡ । ଜନ୍ମରୁ ଦୃଷ୍ଟିହୀନ । ଉଭୟ ବାପା ଓ ମା’ ମୃତ । ବର୍ତମାନ ବଡ଼ଭାଇ ଭାଉଜଙ୍କ ଭରଷାରେ ଦିନ ବିତାଉଛନ୍ତି । ନିଜେ ସ୍ୱାବଲମ୍ବୀ ହେବାକୁ ଇଛା କରି , ଘର ଆଗରେ ଛୋଟିଆ ବ୍ଯବସାୟ ଟିଏ କରିଛନ୍ତି । ଭଲ ଗୀତ ମଧ୍ୟ ଗାଆନ୍ତି ମିଟୁ । ଏପରିକି ସଂଗୀତ ଶିକ୍ଷା ମଧ୍ୟ କରନ୍ତି । ଏଭଳି ସମୟରେ ପାଖ ଗାଁ ରାଇଗୋଛା ଗାଁର ଜଣେ ସମ୍ପର୍କୀୟଙ୍କ ଝିଅ ଲକ୍ଷ୍ମୀ ଗୈାଡଙ୍କ ବିଷୟରେ ଜାଣିବା ପରେ , ନିଜେ ଯାଇ ଲକ୍ଷ୍ମୀକୁ ବିବାହ ପ୍ରସ୍ତାବ ଦେଇଥିଲେ । ଲକ୍ଷ୍ମୀ ଗୈାଡ ଗରୀବ ପରିବାରର ଝିଅ , କିନ୍ତୁ ସେ ସକ୍ଷମ । ଶ୍ରମିକ ଭାବେ କାମ କରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମିଟୁ ଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ , ସେ ରାଜି ହୋଇଗଲେ । ଯାହାକୁ ସ୍ୱାମୀ ଭାବେ ଗ୍ରହଣ କରିବେ , ସେ କିଛି ଦେଖିନପାରିଲେ ମଧ୍ୟ ନିଜ ଆଖି ହିଁ ତାଙ୍କପାଇଁ ଭରଷା ହେବ ବୋଲି ବିଚାର କରି , ବିବାହ କରିବାକୁ ନିଷ୍ପତ୍ତି ନେଲେ ଲକ୍ଷ୍ମୀ । ଯାହା ଆଜିର , ଝିଅ ମାନଙ୍କ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛି ।

ଜଣେ ସକ୍ଷମ ଝିଅ ହୋଇ ମଧ୍ୟ, ଜଣେ ଜଣେ ଦୃଷ୍ଟିହୀନ ଯୁବକଙ୍କୁ ବିବାହ କରିବାର ନିଷ୍ପତି ନେଇଥିବାରୁ , ଲକ୍ଷ୍ମୀ ଙ୍କୁ ଏବେ ସବୁଠି ପ୍ରଶଂସା । ଦୃଷ୍ଟିହୀନ ମିଟୁ ଙ୍କ ପାଇଁ ମଧ୍ୟ , ଦୋମୁହାଣି ଗାଁର ସବୁ ଲୋକଙ୍କ ଯଥେଷ୍ଟ ସ୍ନେହ ରହିଥିବାରୁ , ସେମାନଙ୍କ ବାହାଘରର ସମସ୍ତ ଖର୍ଚ୍ଚ ଏବଂ ଭୋଜି-ଭାତ ର ସବୁ ଆୟୋଜନ କଲେ , ଗ୍ରାମବାସୀ । ଗ୍ରାମବାସୀଙ୍କ ଏଭଳି ସହଯୋଗ ପାଇଁ ଆଖପାଖ ଅଞ୍ଚଳର ଲୋକେ , ଦୋମୁହାଁଣୀ ଗ୍ରାମବାସୀଙ୍କୁ ଧନ୍ଯବାଦ ଜଣାଇବା ସହ ମିଟୁ-ଲକ୍ଷ୍ମୀ ଯୋଡ଼ି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏଇଠୁ ଆରମ୍ଭ ହେଲା, ମିଟୁ ଏବଂ ଲକ୍ଷ୍ମୀ ଙ୍କ ଜୀବନର ନୂଆଁ ଏକ ଅଧ୍ୟାୟ । ଉଭୟେ ଉଭୟଙ୍କୁ ଜୀବନସାଥି ଭାବେ ପାଇଲେ । ଏଣିକି ଲକ୍ଷ୍ମୀର ଆଖିରେ , ଦୁନିଆଁକୁ ଅନୁଭବ କରିବ ମିଟୁ । ମିଟୁ ମଧ୍ୟ ଲକ୍ଷ୍ମୀକୁ କଥା ଦେଇଛି , ଜୀବନସାରା ଭରଷାର ବତୀଖୁଣ୍ଟ ଟିଏ ହୋଇ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.