ଦୁର୍ବଳ କେତୁ ଜୀବନରେ ଆଣିଥାଏ ଅନେକ କଷ୍ଟ, ଲାଲ କିତାବର ଏହି ସହଜ ଉପାୟ ଆସିବ କାମରେ

ଲାଲ କିତାବରେ କେତୁ ଗ୍ରହକୁ ଏକ ଛାୟା ଗ୍ରହ କୁହାଯାଇଥାଏ । ଯାହାକି ଭଗବାନ ଗଣେଶଙ୍କ ପ୍ରତିନିଧିତ୍ୱ କରିଥାଏ । ବୈଦିକ ଜ୍ୟୋତିଷ ଅନୁଯାୟୀ ଲାଲ କିତାବରେ ମଧ୍ୟ କେତୁକୁ ପାପ ଗ୍ରହ ବୋଲି କୁହାଯାଏ । ଏହି କିତାବରେ କେତୁ ଗ୍ରହର ସମ୍ପର୍କ ସମାଜ ସେବା, ଧାର୍ମିକ ଓ ଆଧ୍ୟାତ୍ମିକ କର୍ମ ସହ ସମ୍ପର୍କିତ କରାଯାଇଥାଏ । କଳା କମ୍ବଳ, କଳା ତିଳ ବା ଖସା,ଲହସୁନିଆ ପଥର, ତେନ୍ତୁଳି, ପିଆଜ ଓ ରସୁଣ ଭଳି ଜିନିଷ କେତୁ ଗ୍ରହ ସମ୍ବନ୍ଧିତ ବୋଲି ମନାଯାଇଥାଏ ।

ଲାଲ କିତାବର ନକରାତ୍ମକ ପ୍ରଭାବ

କୌଣସି ବ୍ୟକ୍ତିର କୁଣ୍ଡଳୀରେ କେତୁ ଗ୍ରହ ବଳବାନ ଥିଲେ, ଉକ୍ତ ବ୍ୟକ୍ତିର ମନ ଆଧ୍ୟତ୍ମିକ ଆଡକୁ ଟାଣିଥାଏ । ଗୁରୁଙ୍କ ସହ କେତୁ କୁଣ୍ଡଳୀରେ ରାଜଯୋଗ ନିର୍ମାଣ କରିଥାଏ । ଶୁଭ କେତୁ ଲୋକଙ୍କୁ ଚରିତ୍ରବାନ କରିଥାଏ । ଯଦି କୁଣ୍ଡଳୀରେ କେତୁର ସ୍ଥିତି ଦୁର୍ବଳ ହୋଇଥାଏ,ତେବେ ତାଙ୍କୁ ବହୁ ପ୍ରକାର ଅସୁବିଧାର ସାମନା କରିବାକୁ ପଡିଥାଏ । ଦୁର୍ବଳ କେତୁ ବ୍ୟକ୍ତିକୁ ରାଜକୀୟ ଦଣ୍ଡ ଦେଇଥାଏ ।

ଲାଲ କିତାବର ଉପାୟ

ଲାଲ କିତାବରେ କେତୁ ଗ୍ରହର ଶାନ୍ତି ପାଇଁ ବହୁତ ଲାଭକାରୀ ଓ ସରଳ ଉପାୟ ଦିଆଯାଇଛି । ଏହାକୁ ଆପଣାଇ କେହି ବି ବ୍ୟକ୍ତି ସହଜରେ କେତୁ ଗ୍ରହର ସକରାତ୍ମକ ଫଳ ପାଇ ପାରିବେ । ଯାହାଙ୍କ କେତୁ ଦୁର୍ବଳ ହୋଇଥାଏ ସେ ମଥାରେ କେଶର ବା ହଳଦୀର ତିଳକ ଲଗାଇବା ଉଚିତ୍‌ । ବୃଦ୍ଧ ଓ ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବା ଉଚିତ୍‌ । ମହିଳା କାନରେ ସୁନାର ବାଲି ପିନ୍ଧିବା ଉଚିତ୍‌ । କୁକୁର ପାଳନ କଲେ କେତୁ ଭଲ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.