ଜେନେଟିକ୍ ଷ୍ଟଡିରୁ ଜଣାପଡ଼ିଲା ନିନ୍ଦରଥାଲ ଜାତି ମଣିଷଙ୍କ ଚେହେରା, ଏକଦା ମନୁଷ୍ୟର ପୂର୍ବଜ ଭାବରେ ଥିଲେ ଜଣାଶୁଣା
ମଣିଷ ସମାଜ କେବେ ସୃଷ୍ଟି ହୋଇଥିଲା ଓ କିପରି ସୃଷ୍ଟି ହୋଇଥିଲା ତାହା ସମସ୍ତଙ୍କୁ ଅଜଣା। ମଣିଷ ସମାଜ ବିଷୟରେ ଅନେକ ରହସ୍ୟ ଲୁଚି ରହିଛି। ହୁଏତ ବର୍ତ୍ତମାନ ପରିବେଶ ସହିତ ମଣିଷର ରୂପ ଠାରୁ ଆରମ୍ଭ କରି ତାର ରହଣି ଶୈଳୀ ମଧ୍ୟ ବଦଳିଛି। କିନ୍ତୁ ଏହି ମଣିଷ ପ୍ରକୃତରେ ପ୍ରଥମେ କିପରି ଦେଖାଯାଉଥିଲା। ତାକୁ ନେଇ ଏବେ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ। କାରଣ ଅନେକ ସମୟରେ କଥା ଉଠେ ଆମେ ମାଙ୍କଡ ପ୍ରଜାତିରୁ ସୃଷ୍ଟି ହୋଇଛୁ।
ହେଲେ ବର୍ତ୍ତମାନ ଏପରି ଏକ ତଥ୍ୟ ସମ୍ନାକୁ ଆସୁଛି ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କାରଣ ସାମ୍ନାକୁ ଆସିଛି ଆମ ପୁର୍ବଜ ବା ଆଦି ମାନବଙ୍କ ଚିତ୍ର। ଯେଉଁମାନେ ରହୁଥିଲେ ଘଞ୍ଚ ଜଙ୍ଗଲର ଗୁମ୍ଫା ମଧ୍ୟରେ। ୟୁରୋପରେ ଏବଂ ଦକ୍ଷିଣ ସାଇବରିଆର ଆଲଟାଇ ପର୍ବତ ପର୍ଯ୍ୟନ୍ତ ବ୍ୟାପି ଥିଲା ଏମାନଙ୍କ ସମ୍ପ୍ରଦାୟ। ଏହି ସମ୍ପ୍ରଦାୟ ପ୍ରାୟ ୪୦ ଲକ୍ଷ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ। ଏହି ସମ୍ପ୍ରଦାୟକୁ କୁହାଯାଉଥିଲା ନେନ୍ଦରଥାଲ। ବର୍ତ୍ତମାନ ଆସିଥିବା ଫଟୋ ସବୁଠାରୁ ବୃହତ ଜେନେଟିକ୍ ଅଧ୍ୟୟନ ଦ୍ଵାରା ଆସିଛି। ଯାହା ପ୍ରାୟ ୫୪ ହଜାର ବର୍ଷ ପୂର୍ବେ ସାଇବରିଆ ଗୁମ୍ଫାରେ ରହୁଥିବା ଜଣେ ବାପା ଏବଂ ତାଙ୍କ ଝିଅର ଫଟୋ।
ନେଚର୍ ପତ୍ରିକାରେ ପ୍ରକାଶିତ ନୂତନ ଅନୁସନ୍ଧାନରେ ଏହି ସମ୍ପ୍ରଦାୟର ସାମାଜିକ ଜୀବନକୁ ଦେଖିବା ପାଇଁ ଡିଏନ୍ଏ ସିକ୍ୱେନ୍ସି ବ୍ୟବହାର କରାଯାଇ ଜଣାପଡିଛି ଯେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଗୁମ୍ଫାରୁ ଦୂରେଇ ଯିବାର ସମ୍ଭାବନା ଅଧିକ। ଏହି ଅଧ୍ୟୟନର ସ୍ଭାନ୍ତେ ପାବୋ ନେତୃତ୍ୱ ନେଇଛନ୍ତି, ଯିଏ ମଣିଷ ସମାଜର ବିବର୍ତ୍ତନ ଆବିଷ୍କାର ପାଇଁ ମେଡିସିନରେ ୨୦୨୨ ନୋବେଲ ପୁରସ୍କାର ଜିତିଥିଲେ ଯାହା ନିନ୍ଦରଥାଲ୍ ସମ୍ପ୍ରଦାୟ DNA ର ରହସ୍ୟ ଖୋଲିଥିଲା। ନିନ୍ଦରଥାଲଙ୍କ ୮୦ ରୁ ଅଧିକ ହାଡ ଏବଂ ଦାନ୍ତ ଖଣ୍ଡ ମଧ୍ୟ ସଂଗ୍ରହ କରାଯାଇଛି, ଯାହା ପ୍ରକାଶ କରିଛି ଯେ ଚାଗିରସ୍କାୟା ଏବଂ ଚକଲାଡନିକୋଭ ଗୁମ୍ଫାରେ ଏହି ପ୍ରଜାତି ବାସ କରୁଥିଲେ।
ସେମାନେ ନିକଟସ୍ଥ ନଦୀ ଉପତ୍ୟକା ଦେଇ ଯାଇଥିବା ଘୋଡା, ଗାଈ ଭଳି ଅନେକ ପଶୁଙ୍କୁ ଶିକାର କରି ଖାଉଥିଲେ। ଗୁମ୍ଫା ଖନନ କରୁଥିବା ପ୍ରତ୍ନତତ୍ତ୍ୱବିତ୍ମାନେ ଅତି କମରେ ଏହି ସଂପ୍ରଦାୟର ଏକ ଡଜନ ଭିନ୍ନ ଭିନ୍ନ ହାଡ଼ କଙ୍କାଳ ମଧ୍ୟ ପାଇଛନ୍ତି। ଅନୁସନ୍ଧାନକାରୀମାନେ ଗୋଷ୍ଠୀ ମଧ୍ୟରେ ଦୁଇଜଣ ସମ୍ପର୍କୀୟଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ଯାହା ଥିଲା ଜଣେ ଝିଅ ଓ ବାପାଙ୍କ ମୃତାବଶେଷ। ଏମିତିକି ଅନ୍ୟ ଏକ ସମ୍ପର୍କୀୟଙ୍କ ମୃତାବଶେଷ ମଧ୍ୟ ସେମାନେ ପାଇଥିଲେ।
ସେମାନେ ଜାଣିବାକୁ ପାଇଲେ ଯେ ମାଇଟୋକଣ୍ଡ୍ରିଆଲ୍ ଜେନେଟିକ୍ ବିବିଧତା Y କ୍ରୋମୋଜୋମ୍ ବିବିଧତା ଠାରୁ ବହୁତ ଅଧିକ ଥିଲା, ଯାହା ଏହି ସମ୍ପ୍ରଦାୟର ମହିଳାଙ୍କ ସ୍ଥାନାନ୍ତରଣ ଦ୍ୱାରା ଜଡିତ ଥିଲା। କହିବାକୁ ଗଲେ ଏହି ସଂପ୍ରଦାୟର ମହିଳାମାନେ ଜଙ୍ଗଲର ଅନେକ ସ୍ଥାନ ପରିବର୍ତନ କରନ୍ତି ପୁରୁଷଙ୍କ ଅପେକ୍ଷା।
ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ନେନ୍ଦର୍ଥାଲ ସମ୍ପ୍ରଦାୟ ହିଁ ଆମ ପୁର୍ବଜ ଥିଲେ ବୋଲି ଗବେଷକ କହିଛନ୍ତି। ସେମାନେ ଯେହେତୁ ଘଞ୍ଚ ଜଙ୍ଗଲରେ ରହିଥିଲେ ତାଙ୍କ ରୂପ ଏବଂ ବ୍ୟବହାର ମଧ୍ୟ ପଶୁଙ୍କ ପାଖା ପାଖି ରହିଥିଲା। ତେବେ କହିବାକୁ ଗଲେ ମଣିଷ ସମାଜର ମଧ୍ୟ ଅନେକ ରହସ୍ୟ ଲୁଚି ରହିଛି। ଯାହାକି ସମୟ ସହିତ ଜଣା ପଡ଼ିବ।