ଚାଣକ୍ୟ ନୀତି : ଜୀବନରେ ଯଦି କିଛି ହେବାକୁ ଚାହୁଁଛନ୍ତି ତେବେ ଏମାନଙ୍କ ସାଙ୍ଗ ଶୀଘ୍ର ଛାଡ଼ନ୍ତୁ, ନଚେତ ହେବେ ଅନୁତପ୍ତ

ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟ ଜୀବନର ମହତ୍ତ୍ୱ ଜାଣିବା ଉଚିତ | ଏହି ଜୀବନ ଅମୂଲ୍ୟ ଅଟେ | ଯେଉଁ ଲୋକ ଏହି କଥାକୁ ଅନୁଭବ କରନ୍ତି ନାହିଁ, ସେମାନେ ଖରାପ ଆଦତ ଓ ସଙ୍ଗତରେ ଲିପ୍ତ ରୁହନ୍ତି | ତେଣୁ ସେମାନଙ୍କୁ ସଫଳତା ହାସଲ କରିବାକୁ ସାରା ଜୀବନ ସଂଘର୍ଷ କରିବାକୁ ପଡିଥାଏ | ଏମିତି ଲୋକଙ୍କ ଜୀବନ କଷ୍ଟ ଓ ସଂଘର୍ଷରେ କଟିଥାଏ | ତେଣୁ ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ଜାଣନ୍ତୁ |

ଖରାପ ସାଙ୍ଗ ଶୀଘ୍ର ଛାଡ଼ନ୍ତୁ :

ଚାଣକ୍ୟ ନୀତି ଅନୁସାରେ ଖରାପ ସଂଗତ ବିଷ ସମାନ ହୋଇଥାଏ | ଏମାନଙ୍କ ଠାରୁ ଦୂରରେ ରହିବା ହିଁ ଭଲ ହୋଇଥାଏ | ଯେଉଁ ଲୋକ ଖରାପ ସଂଗତ ଛାଡି ପାରି ନଥାନ୍ତି ସେମାନେ ଜୀବନରେ କଷ୍ଟ ଭୋଗିଥାନ୍ତି | ବ୍ୟକ୍ତି ଯେତେବେଳେ ଭଲ ସଂଗତ କରିଥାଏ ତାର ବ୍ୟକ୍ତିତ୍ୱ ଝଲସିଥାଏ ଓ ଜ୍ଞାନ ବୃଦ୍ଧି ହୋଇଥାଏ | ସଂଗତ ଖରାପ ହେଲେ ବ୍ୟକ୍ତି ଖରାପ କାମ ପ୍ରତି ଆକର୍ଷିତ ହୋଇଥାଏ |

ନକରାତ୍ମକ ଵିଚାର ଠାରୁ ଦୂରରେ ରୁହନ୍ତୁ :

ଚାଣକ୍ୟ ନୀତି କୁହେ ବ୍ୟକ୍ତିର ସଫଳତାରେ ସକରାତ୍ମକ ବିଚାର ବିଶେଷ ପ୍ରଭାବ ଥାଏ | ଯେଉଁ ବ୍ୟକ୍ତି ସର୍ବଦା ନକରାତ୍ମକ ବିଚାରରେ ଘେରି ରହିଥାନ୍ତି | ସେମାନେ କେବେ ନିଜ ପ୍ରତିଭାର ପୁର୍ଣ୍ଣ ଲାଭ ଉଠାଇ ପାରିନଥାନ୍ତି | ଯେଉଁ ଲୋକ ସକରାତ୍ମକ ବିଚାର ସହ ଆଗକୁ ବଢି଼ଥାନ୍ତି ସେମାନେ କମ ସାଧନ ସତ୍ୱେ ସଫଳତା ପାଇଥାନ୍ତି | ଏପରି ଲୋକଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ |

ଆଳସ୍ୟକୁ ଅଭ୍ୟାସ ହେବାକୁ ଦିଅନ୍ତୁ ନାହିଁ :

ଚାଣକ୍ୟ ନୀତି ଅନୁସାରେ ଆଳସ୍ୟକୁ ମନୁଷ୍ୟର ଶତ୍ରୁ ଭାବେ କୁହାଯାଇଛି | ଯେଉଁ ବ୍ୟକ୍ତି ଆଳସ୍ୟ କରିଥାଏ, ସେ ସର୍ବଦା ଜୀବନରେ ଆଗକୁ ବଢିବାର ସୁଯୋଗ ହରାଇଥାଏ | ଆଗକୁ ବଢିବାର ସୁଯୋଗ କେବେ କେବେ ଆସିଥାଏ | ଯେଉଁ ବ୍ୟକ୍ତି ଆଳସ୍ୟ ଛାଡି ଏହାର ଲାଭ ଉଠାଇଥାନ୍ତି | ସେମାନେ ସଫଳ ହୋଇଥାନ୍ତି | ସେମାନଙ୍କ ପାଖରେ ଧନ କେବେ ଅଭାବ ହୋଇନଥାଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.