ଅଳସୁଆ ଦମ୍ପତିଙ୍କ ଅଭିନବ ‘ଯୁଗାଡ଼’, ଭିଡିଓ ହେଉଛି ଖୁବ ଭାଇରାଲ
ଶୋଇବାକୁ କାହାକୁ ବ ଭଲ ନଲାଗେ । ହେଲେ ଅଧିକ ଶୋଉଥିବା ଲୋକୁ ଆମେ ଅଳସୁଆ କହୁ। ଆଳସ୍ୟ ଏମିତି ଏକ ଜିନିଷ ଯାହା ଅଭ୍ୟାସରେ ପରିଣତ ହେବା ପରେ କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ । ଅର୍ଥାତ ଆଳସ୍ୟ ମନୁଷ୍ୟ ପାଇଁ ଅହିତକର ହୋଇଥାଏ । ଏହା ଥରେ ଅଭ୍ୟାସରେ ପରିଣତ ହେଲେ କୌଣସି କାମରେ ମନ ଲାଗେନି । ବିନା କଷ୍ଟରେ ସବୁ କାମ ହୋଇଯାଉ ବୋଲି ସେମାନେ ଚାହାନ୍ତି । ଯାହା ପ୍ରକୃତରେ ସମ୍ଭବ ନୁହେଁ । ଏହାକୁ ନେଇ ଏବେ କିଛି ଏମିତି ଭିଡିଓ ଭାଇରାଲ ହେଉଛି ତାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଭାଇରାଲ ହୋଇଥିବା ଭିଡିଓରେ ପତି ପତ୍ନୀ ଦୁଇଜଣ ଅଲଗା ଅଲଗା ସୋଫାରେ ଶୋଇ ରହିଥିବା ବେଳେ ଫ୍ୟାନ ସାହାଯ୍ୟରେ ବିନା କୌଣସି ପରିଶ୍ରମରେ ଫଳ ଖାଉଛନ୍ତି ।
ଖାଇବା ପାଇଁ ହାତ ଦରକାର ପଡୁନାହିଁ । ହାତ ବ୍ୟବହାର କରିବା ଏତେ କଷ୍ଟ ହୋଇଯାଉଛି ଯେ ଶେଷରେ ଫ୍ୟାନକୁ ବ୍ୟବହାର କରି ଫଳ ଖାଉଛନ୍ତି । ଭିଡିଓ ଦେଖିଲେ ଲାଗୁଛି, ଦୁନିଆରେ ସତରେ ଏମିତି ଲୋକ ବି ଅଛନ୍ତି , ବିନା ପରିଶ୍ରମରେ ନିଜ କାମ ସମ୍ପାଦନ କରୁଛନ୍ତି । ଏଭଳି ଅଜବ ଧରଣର ଉପାୟ ବାହାର କରିବା ପରେ ଲୋକମାନଙ୍କର ଅନେକ ପ୍ରତିକ୍ରିୟା ମିଳୁଛି ।
ଏହି ଭିଡିଓକୁ ଆଇପିଏସ ଅଧିକାରୀ ରୂପିନ ଶର୍ମା ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହ ମଜ୍ଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି । ତେବେ ଏହାକୁ ଦେଖିବା ପରେ ଅନେକ ପସନ୍ଦ କରିଛନ୍ତି । ତେବେ କେମିତି ଏହି ସ୍ୱାମୀ ସ୍ତ୍ରୀ ହାତ ନଲଗାଇ ଫଳ ଖାଉଛନ୍ତି ତାର କିଡିଓ ଦେଖନ୍ତୁ ଓ ମଜା ନିଅନ୍ତୁ ।