ଜାଣନ୍ତୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ ଯିଏ ୨୫ ବର୍ଷ ଝାଡୁମାରି ବନିଗଲେ ମିଲେନିୟର
କଣ କରିବି କଣ ନକରିବି ଏସବୁ ଭାବି ଭାବି ସମୟ କଟିଯାଉଛି ବୋଲି ବ୍ୟସ୍ତ ହେଉଛନ୍ତି ବୋଧେ ଆପଣ। ତେବେ ଏକ ସତ କାହାଣୀ ଆପଣଙ୍କୁ ମୁଁ କହିବାକୁ ଯାଉଛି ଯାହା ଆପଣଙ୍କୁ ଖୁବ୍ ପ୍ରେରଣା ଦେବ ହୁଏତ ଆପଣ କଣ କରିବା ଉଚିତ୍ ତାହା ଶିଖି ଯାଇ ପାରିବେ ।
ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ୨୫ବର୍ଷ ଯାଏଁ ଝାଡୁ ମାରିଥିଲେ ଗ୍ୟାରେଜ ରେ , ପେଟ୍ରୋଲ ପମ୍ପ ରେ ଏବଂ ଅନ୍ୟ ସ୍ଥାନରେ । ହେଲେ ଶେଷ ସମୟରେ ସେ ରଖିଥିଲେ ୯ମିଲିୟନ ଡଲାର। ଗୋଟେ ଡ୍ରେସ୍ କୁ ଚିରିବା ପର୍ଯ୍ୟନ୍ତ ପିନ୍ଧୁ ଥିଲେ ସେ। ଅତି ଗରିବ ଙ୍କ ଭଳି ଜୀବନ ବଞ୍ଚୁଥିଲେ । ତାଙ୍କୁ ଦେଖି କେହି ଭାବି ପାରିବେ ନାହିଁ ସେ ଏତେ ଟଙ୍କାର ମାଲିକ । ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟରେ କହୁଛୁ ତାଙ୍କ ନାଁ ରୋନାଲ୍ଡ ଜେମ୍ସ ଡି । Us ର ଏକ ଆମ୍ଭ ଫାର୍ମ ରେ ଜନ୍ମ ହୋଇଥିଲେ ରୋନାଲ୍ଡ । ତାଙ୍କ ମାଆ ବାପା ଉଭୟ ଏହି ଫାର୍ମ ରେ କାମ କରୁଥିଲେ । ତାଙ୍କ ପରିବାର ରେ ସବୁଠୁ ଅଧିକ ପଢ଼ିଥିଲେ ରୋନାଲ୍ଡ ।
ସେ ଦଶମ ପାସ କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରୋନାର୍ଡ ସବୁଦିନ ଲୋକଙ୍କୁ ଲିଫ୍ଟ ମାଗି ମାଗି ସ୍କୁଲ୍ ରେ ପହଞ୍ଚି ଯାଉଥିଲେ। ଏସବୁ କହିବା ର କାରଣ ଆପଣ ରୋନାଲ୍ଡ ଙ୍କ ବିଷୟରେ ଜାଣିଲେ ହିଁ ବୁଝି ପାରିବେ ସଞ୍ଚୟ କେମିତି ଆରମ୍ଭ କରିବାକୁ ହୁଏ। କାମ କରିବାଠୁ ଶେଷ ପର୍ଯ୍ୟନ୍ତ ପଇସା ସଞ୍ଚୟ କରୁଥିଲେ ରୋନାଲ୍ଡ। ଦୁଇ ବଖରା କିଣି ସାରା ଜୀବନ ସେଇଠାରେ ହିଁ ରହୁଥିଲେ । ବଡ ହୋଇ ଜଣେ ବିବାହିତା ମହିଳା ଙ୍କୁ ବିବାହ କରିଥିଲେ ରୋନାଲ୍ଡ । ତାଙ୍କର କୌଣସି ସନ୍ତାନ ନଥିଲା । ଅତି ସରଳ ଜୀବନ ବିତାଉ ଥିବା ରୋନାଲ୍ଡ ୨୦୧୪ ରେ ରତା ରାତି ଚର୍ଚ୍ଚା କୁ ଆସିଗଲେ।
କେମିତି ଆସିଲେ ଚର୍ଚ୍ଚା କୁ । ନିୟୁଜ ହେଡ ଲାଇନ୍ ରୁ ତାଙ୍କ ପରିବାର କୁ ଜଣା ପଡିଲା ରୋନାଲ୍ଡ ୫୦କୋଟି ରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଏହା କେମିତି ସମ୍ଭବ । ଜଣେ ଗ୍ୟାରେଜ ରେ କାମ କରୁଥିବା ଝାଡୁଦାର, ୨୦ବର୍ଷ ପରେ କାର ସଜାଡ଼ିବା ଶିଖି ଥିଲା ତା ପାଖରେ ଏତେ ଗୁଦେ ଟଙ୍କା ଆସିଲା କେଉଁଠୁ । ଏହାର ଜବାବ ଜାଣିବା ଜାଣିଲେ ଆପଣଙ୍କ ହୋସ ଉଡିଯିବ ।
ରୋନାଲ୍ଡ ନିଜ ଫୁରସତ ସମୟ ରେ ନ୍ୟୁଜ ପେପର୍ ପଢନ୍ତି । ସେହିଠାରେ ସେୟାର ମାର୍କେଟ କୁ ନେଇ ସୂଚନା ଆସେ । ସେହି ସୂଚନା ଅନୁଯାୟୀ ସେ ଗୋଟେ ଗୋଟେ ଟଙ୍କା ଯୋଡ଼ି ଚାଲିଲେ। ସେହି ଟଙ୍କା ତାଙ୍କୁ ଝାଡୁ ଦାର ରୁ ରେକର୍ଡ ଯାଏଁ ପହଞ୍ଚାଇ ଦେଲା । ଅବଶ୍ୟ ସେ ବଞ୍ଚିଥିବା ଅବସ୍ଥାରେ ନିଜ ପାଇଁ କିଛି ଖର୍ଚ୍ଚ କରି ନାହାଁନ୍ତି । ତାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ସାବତ ପୁଅ ଙ୍କ ନାଁ ରେ କିଛି ସମ୍ପତି ରଖିବା ପରେ ଏକ ହସ୍ପିଟାଲ୍ ଓ ଲାଇବ୍ରେରୀ କୁ କିଛି କିଛି ଦାନ ଦେଇ ଯାଇଥିଲେ ସେ । ଯାହା ପରେ ରୋନାଲ୍ଡ ଙ୍କୁ ଦୁନିଆଁ ଚିହ୍ନିଲା। ଆଉ ତାଙ୍କଠାରୁ ପ୍ରେରଣା ନେଇ ଅନେକ ଲୋକ ଗୋଟେ ଗୋଟେ ଟଙ୍କା ଯୋଡିବା ଅଭ୍ୟାସ କଲେ। ଦର୍ଶକ ବନ୍ଧୁ ଯଦି ଆପଣ ଆଜିଯାଏଁ ସଞ୍ଚୟ କରିବା କୁ ଅଭ୍ୟାସ କରି ନାହାଁନ୍ତି ତେବେ ଆଜିଠାରୁ ହିଁ ମୋ ସାମ୍ନା ରେ ପଣ ନିଅନ୍ତୁ । ପଇସା ସଞ୍ଚୟ କରିବା ଆରମ୍ଭ କରନ୍ତୁ। ଯାହା ଅଛି ତାକୁ ହିଁ ଧୋଇ ଶୁଖେଇ ଶାନ୍ତି ରେ ପିନ୍ଧନ୍ତୁ। ପାରିବାର ସହ ମିଶି ଭାତ ଡାଲି ଆଳୁ ହେଉପଛେ ଶାନ୍ତି ରେ ଖାଆନ୍ତୁ। ଦେଖିବେ ଆପଣଙ୍କ ଭବିଷ୍ୟତ କେତେ ସୁନ୍ଦର ହୋଇ ଯିବା । ପ୍ରତ୍ୟେକ ମଣିଷକୁ ଗୋଟେ ଉଦାହରଣ ଦରକାର୍, ମୁଁ ଆଶା କରୁଛି ଏହି କାହାଣୀ ଆପଣଙ୍କ ପାଇଁ ଭଲ ଉଦାହରଣ ହେବ ଏବଂ ପ୍ରେରଣା ବି ଯୋଗାଇ ପାରିବ ।