ସ୍ପେଶାଲ

ସୀତାଙ୍କୁ ଖୋଜିବାକୁ ଓଡ଼ିଶାର ଏହି ସ୍ଥାନରୁ ଲଙ୍କାକୁ ଲମ୍ଫ ମାରିଥିଲେ ହନୁମାନ

ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲା ରାୟଗଡା ଅଞ୍ଚଳରେ ରହିଥିବା ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ହେଉଛି ମହେନ୍ଦ୍ରଗିରି ଶିଖର । ଏହାର ଅନେକ ମାହାତ୍ମ୍ୟ ରହିଥିବା ଯୋଗୁଁ ବହୁ ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସିଥାନ୍ତି। ଅଗମ୍ୟ ପାହାଡ଼ ଓ ଉଠାଣିଆ ରାସ୍ତାକୁ ଅତିକ୍ରମ କରି ଭକ୍ତମାନେ ମହେନ୍ଦ୍ରଗିରି ଶିଖର ଦେଉଳରେ ପହଞ୍ଚିଥାନ୍ତି । ପାହାଡ଼, ଜଙ୍ଗଲ, ଗଛ ,ଲତାରେ ପରିପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ମନଲୋଭା । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ ପାଦଦେଶରେ ଥିବା ବୁରୁଖତ ପାସଠାରୁ ୧୦କିଲୋମିଟର ରାସ୍ତା ଚଢ଼ିକରି ଯିବାକୁ ହୋଇଥାଏ।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହେନ୍ଦ୍ରଗିରିର ଶିଖର ଦେଶ ଏକଦା ପବିତ୍ର ଧର୍ମକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଜଣାଯାଏ ଯେ ସତ୍ୟଯୁଗରେ ଭଗବାନ ଶିବ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ଏହି ମହେନ୍ଦ୍ରଗିରି ଶିଖରେ ତପସ୍ୟା ଓ ଯଜ୍ଞ କରିବା ସହ ଗୋକର୍ଣ୍ଣେଶ୍ବରଙ୍କୁ ପ୍ରତିଷ୍ଠା କରିଥିଲେ। ସେହିଭଳି ଦ୍ଵାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ଅଜ୍ଞାତ ବନବାସ କରିଥିଲେ। ତ୍ରେତୟା ଯୁଗରେ ଭଗବାନ ପର୍ଶୁରାମଙ୍କ ଏହି ତପସ୍ଥଳୀ ଥିଲା ଅନ୍ୟପକ୍ଷରେ ଭଗବାନ ହନୁମାନ ଏହି ପର୍ବତ ଶିଖରରୁ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିଲେ । ଏଠାରେ ଥିବା “ହନୁମାନ ଖୋଲ” ମଧ୍ୟ ରାମାୟଣ ସହ ଜଡ଼ିତ । ହନୁମାନ ଲଙ୍କା ନଗରୀରେ ରାବଣକୁ ଅପମାନିତ କରି ଫେରିବା ବାଟରେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଏହା ନୀଳମାଧବଙ୍କ ପୂଜାସ୍ଥଳୀ ଓ ଦାରୁବ୍ରହ୍ମର ଆଦ୍ୟସ୍ଥଳୀ ଏଠାରେ ପଞ୍ଚୁପାଣ୍ଡବ ଯଥା ଯୁଧିଷ୍ଠିର ଭୀମ ଅର୍ଜୁଳ, ନକୁଳ ସହଦେବ ମନ୍ଦିର ସବୁ ରହିଛି ଏତେ ସବୁ ମାହାତ୍ମ୍ୟ ଏହି ମହେନ୍ଦ୍ରଗିରିରେ ଥିବା ଯୋଗୁଁ ଏଠାକାର ସ୍ବତନ୍ତ୍ରତା ଖୁବ ଭିନ୍ନ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୀର୍ଘ ୨୫ ରୁ ୩୦ ବର୍ଷ ପୂର୍ବେ ଜଗନ ପଣ୍ଡା ନାମକ ଜଣେ ଜଗନ୍ନାଥ ମନ୍ଦିରର ପୁରୋହିତଙ୍କୁ ଏଠାରେ ଶୈବମନ୍ଦିର ସ୍ଥାପନ କରିବା ପାଇଁ ସ୍ୱପ୍ନାଦେଶ ହୋଇଥିଲା ପରେ ପୁରୋହିତ ସେହି ସ୍ଥାନରେ ଶିବଲିଙ୍ଗ ସ୍ଥାପନ କରିଥିଲେ । କିନ୍ତୁ ପାଖରେ ଥିବା ଲକ୍ଷ୍ମୀପୁର ଅଞ୍ଚଳର ଲୋକ ମାନେ ଜଗନ୍ନାଥ ମନ୍ଦିରର ପୁରୋହିତଙ୍କୁ ଧରି ମହେନ୍ଦ୍ରଗିରି ଶିବ ଲିଙ୍ଗକୁ ଚେରି କରିବା ପାଇଁ ରାତାରାତି ୩୦ ରୁ ୪୦ ଜଣ ଲୋକ ମିଶି ଏହାକୁ ଉଠାଇ ଆଣୁଥିଲେ । ଠିକ ଏହି ସମୟରେ ସେଠାରେ ରହୁଥିବା ବାସିନ୍ଦାଙ୍କ ନଜର ପଡିଥିଲା ଭଗବାନଙ୍କୁ ଚୋରି କରି ଅଣାଯାଉଛି ବୋଲି କହି ବାସିନ୍ଦା ଜଣକ ସେଠାରେ ଲୋକଙ୍କୁ ଅଟକାଇ ରଖିଥିଲେ । ଏହା ପର ଦିନ ସରପଞ୍ଚଙ୍କ ନିକଟରେ ଚୋରିର ଅଭିଯୋଗ କରାଯାଇଥିଲା। ଘଟଣାଟି ଜାଣିବା ପରେ ଥାନାରେ ଏହାକୁ ଚୋରି କେସ ବୋଲି କୁହାଯାଇଥିଲା । ଏହି ମାମଲାଟି ଦୀର୍ଘ ୧୮ ବର୍ଷ ପଯ୍ୟନ୍ତ ଜାରି ରହିଥିଲା ତେବେ ପାଖ ପାଖି ୩ ରୁ ୪ ବର୍ଷ ତଳେ ଏହି ଅଭିଯୋଗଟି ସମାଧାନ ହୋଇଛି । ଏହା ପରେ ଶିବଲିଙ୍ଗକୁ ପୁଣି ଥରେ ସେହି ସ୍ଥାନରେ ରୀତିନୀତି ଅନୁଯାୟୀ ସ୍ଥାପନ କରାଯାଇଥିଲା । ତେବେ ଏହି ଘଟଣାରୁ ପ୍ରମାଣିତ ହେଉଛି ଯେ କଳି ଯୁଗରେ ମଧ୍ୟ ଭଗବାନ ଅଛନ୍ତି।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago