ଜଙ୍ଗଲରୁ ଆସି ସହରାଞ୍ଚଳରେ ପଶିଲେ ବାଘ ଓ ଭାଲୁ, ଭାଇରାଲ ହେଉଛି ଭିଡିଓ
ନିକଟରେ ତାମିଲନାଡ଼ୁର ଉଟି ଅଞ୍ଚଳରେ ଏ ବାଘ ଓ ଭାଲୁ ବୁଲୁଥିବାର ଦେଖାଯାଇଥିଲା । ଜନବସତି ଅଞ୍ଚଳରେ ଏକ ନିର୍ମାଣଧିନ କୋଠା ଘର ଛାତ ଉପରେ ଭାଲୁ ଓ ବାଘ ବୁଲୁଥିଲେ । ତାମିଲନାଡ଼ୁର ଉଟି ଅଞ୍ଚଳର ୟେଲନହଲ୍ଲି ଅଞ୍ଚଳରେ ବାଘ ପଛକୁ ଭାଲୁ ବୁଲୁଥିବାର ଦେଖାଯାଇଥିଲା ।

ରାତିରେ ଘରୁ ବାହାରୁଥିଲେ ସାବଧାନ । କାହିଁକି ନା ଏବେ କେବଳ ଜଙ୍ଗଲ ଆପଣଙ୍କ ପାଇଁ ଅସୁରକ୍ଷିତ ତାହା ନୁହେଁ ଆପଣ ଯାଉଥିବା ରାସ୍ତା ବି ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । କାରଣ ବିଳମ୍ବିତ ରାତିରେ ବାଘ ଓ ଭାଲୁ ଜନବସତି ଅଞ୍ଚଳରେ ବିଚରଣ କରୁଛନ୍ତି । ଜଙ୍ଗଲ ଛାଡ଼ି ଏବେ ସହରମୁହାଁ ହେଉଛନ୍ତି ଜଙ୍ଗଲି ଜନ୍ତୁ ।
ନିକଟରେ ତାମିଲନାଡ଼ୁର ଉଟି ଅଞ୍ଚଳରେ ଏ ବାଘ ଓ ଭାଲୁ ବୁଲୁଥିବାର ଦେଖାଯାଇଥିଲା । ଜନବସତି ଅଞ୍ଚଳରେ ଏକ ନିର୍ମାଣଧିନ କୋଠା ଘର ଛାତ ଉପରେ ଭାଲୁ ଓ ବାଘ ବୁଲୁଥିଲେ । ତାମିଲନାଡ଼ୁର ଉଟି ଅଞ୍ଚଳର ୟେଲନହଲ୍ଲି ଅଞ୍ଚଳରେ ବାଘ ପଛକୁ ଭାଲୁ ବୁଲୁଥିବାର ଦେଖାଯାଇଥିଲା । ଏ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବନ୍ୟ ଅଧିକାରମାନେ ଜଙ୍ଗଲୀ ଜନ୍ତୁଙ୍କୁ ଟ୍ରାକ କରି ସେମାନଙ୍କ ଉପରେ ନଜର ରଖିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ରାସ୍ତାରେ ଏମିତି ସାଙ୍ଗ ହୋଇ ବାଘ ଓ ଭାଲୁ ବୁଲୁଥିବାର କେବେ ଦେଖାଯାଇ ନଥିଲା । କିନ୍ତୁ ଏବେ ଏମିତି ବାଘ ଓ ଭାଲୁ ଏକା ସାଙ୍ଗେ ବୁଲୁଥିବାର ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।
#WATCH | Tamil Nadu: A leopard and a bear entered a house in Yellanalli Kaikatti village near Ooty.
(Source: Local) pic.twitter.com/UPDsnjFDnm
— ANI (@ANI) April 6, 2024
ନିକଟରେ ଉତ୍ତର ଦିଲ୍ଲୀର ୱାଜିରାବାଦର ଜଗତପୁର ଗାଁରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା । ଏଠାରେ ଏକ ଚିତାବାଘ ଲୋକଙ୍କ ଘରେ ପଶି ୮ ରୁ ୯ ଜଣଙ୍କୁ ଆକ୍ରମଣ କରିଥିଲା । ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରିବା ପରେ ଶେଷରେ ବନ ବିଭାଗର ଅଧିକାରୀମାନେ ଚିତାବାଘକୁ ଧରିଥିଲେ । ଯମୁନା ନଦୀ ନିକଟରେ ଥିବା ଯମୁନା ଡାଇଭର୍ସିଟି ପାର୍କରୁ ଏହି ବାଘଟି ଖସି ପଳାଇ ଆସିଥିବା ବନ୍ୟ ଅଧିକାରୀମାନେ କହିଥିଲେ ।
ଏଠାରେ କହି ରଖିବାକୁ ଚାହିଁବୁ ଯେ ଦିନକୁ ଦିନ ଗଛ କାଟି ଜଙ୍ଗଲ ସଫା କରାଯାଉଥିବାରୁ ବାଘ ଓ ଭାଲୁ ଭଳି ହିଂସ୍ର ଜୀବମାନେ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ପଶୁଛନ୍ତି । ବେଳେବେଳେ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଏ ହିଂସ୍ର ଜନ୍ତୁ । ତେଣୁ ଯଦି କେବେ ଏ ବାଘ କି ଭାଲୁ ଆପଣଙ୍କ ସାମ୍ନାରେ ପଡ଼ିଯାଆନ୍ତି ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ସେଠାରେ ଶୋଇ ଯାଆନ୍ତୁ । କିଛି ସମୟ ପାଇଁ ନିଶ୍ୱାସ ନେବା ବନ୍ଦ କରି ଦିଅନ୍ତୁ । ବିଳମ୍ବିତ ରାତି ହେଲେ ଘରୁ ବାହାରନ୍ତୁ ନାହିଁ । ଏଭଳି କରି ଆପଣ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ ।