ଚିତାବାଘ ସହିତ ଏମିତି ଅମାନବୀୟ ଅତ୍ୟାଚାର କଲେ ଲୋକେ, ଭାଇରାଲ ହେଉଛି ପାଶବିକତାର ଦୃଶ୍ୟ

ଥମିବାର ନାଁ ଧରୁନାହିଁ ପଶୁ ଅତ୍ୟାଚାର। ଜଙ୍ଗଲରେ ପଶୁ ଆଉ ସୁରକ୍ଷିତ ନାହାନ୍ତି। ବାରମ୍ବାର ପଶୁଙ୍କ ଉପରେ ହେଉଥିବା ପାଶବିକ ଆତ୍ୟାଚାରର ଦୃଶ୍ୟ ଦେଖିବାକୁ ମିଳୁଛି। ମଣିଷ ଭୁଲିଯାଉଛି ପଶୁର ମହନୀୟତା। ନିକଟରେ ପଶୁଙ୍କ ଅତ୍ୟଚାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୁଜୁରାଟରେ ଗୋଟେ ସିଂହର ଭିଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଏମିତିରେ ଏବେ ତିନି ଜଣ ଯୁବକ ଚିତାବାଘର ଶାବକକୁ ପ୍ରତାଡନା କରୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ବନବିଭାଗ ଟ୍ଵିଟରରେ ତିନି ଜଣ ଯୁବକଙ୍କ ଫଟୋ ସେୟାର କରି ଲୋକଙ୍କୁ ତାଙ୍କ ପରିଚୟ ଦେବା ପାଇଁ ଅନୁରୋଧ କରିଛନ୍ତି।
video courtesy : one india