ଘର ଭିତରେ ପଶିଗଲା ବାଘ ! ଭାଇରାଲ୍ ହେଉଛି ଭିଡିଓ

ନାଶିକର ଜଣକ ଘରେ ଏକ ଚିତା ବାଘ ପଶି ସିଧା ଯାଇ ପହଁଚିଥିଲା ଶୋଇବା ଘର ଭିତରେ। ଚିତାବାଘ ଟି ସକାଳୁ ସକାଳୁ ହିଁ ରୁମ୍ ଭିତରେ ଦେଖିବାକୁ ମିଳିଥିଲା। ସକାଳୁ ଘରର କବାଟ ଖୋଲାଥିଲା । ଯାହାର ସୁଯୋଗ ନେଇ ବାଘଟି ଘର ଭିତରକୁ ପଶିଯାଇଥିଲା ।

ନାଶିକ: ବେଳେବେଳେ ଏମିତି କିଛି ଘଟଣା ଆମ ମାନଙ୍କ ସହ ଘଟିଥାଏ, ଯାହା କେବେ କଳ୍ପନା ବି କରାଯାଇନପାରେ । ଯେମିତି ଆଜିର ଏହି ଘଟଣା । ନାଶିକରେ ଜଣଙ୍କ ଘରେ ଏକ ଚିତାବାଘ ପଶିଯାଇଥିବା ଖବର ଏବେ ସାମ୍ନାକୁ ଆସିଛି । ହଁ ଦର୍ଶକବନ୍ଧୁ ଘର ଭିତରେ ପୁଣି ଚିତା ବାଘ! ଭାବିଲା ବେଳକୁ ଦେହ ଶୀତେଇ ଯାଉଛି ।

ତେବେ ଏହି ଖବର ପାଇବା ପରେ ଚିତା ବାଘଟିକୁ ଉଦ୍ଧାର କରାଯିବା ପାଇଁ ତୁରନ୍ତ ପ୍ରୟାସ ଆରମ୍ଭ କରିଦିଆଯାଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ବାଘଟିକୁ ଉଦ୍ଧାର କରିଥିଲେ। ଅନେକ ସମୟ କସରତ କରିବା ପରେ ବାଘଟିକୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ଏକ ଭିଡିଓ ଏବେ X ରେ ସେୟାର କରାଯାଇଛି । ଯାହା ପୋଷ୍ଟ ହେବା ପରଠାରୁ ଏହା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ବିଶେଷ ଭାବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ନାଶିକର ଜଣକ ଘରେ ଏକ ଚିତା ବାଘ ପଶି ସିଧା ଯାଇ ପହଁଚିଥିଲା ଶୋଇବା ଘର ଭିତରେ। ଚିତାବାଘ ଟି ସକାଳୁ ସକାଳୁ ହିଁ ରୁମ୍ ଭିତରେ ଦେଖିବାକୁ ମିଳିଥିଲା। ସକାଳୁ ଘରର କବାଟ ଖୋଲାଥିଲା । ଯାହାର ସୁଯୋଗ ନେଇ ବାଘଟି ଘର ଭିତରକୁ ପଶିଯାଇଥିଲା । ତେବେ ସୋସିଆଲ ମିଡିଆରେ ସାଇଟ୍ ଏକ୍ସରେ ସୁପରଷ୍ଟାର ରାଜ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରାଯାଇଏପରି କିଛି ଲେଖାଯାଇଥିଲା। ଏହି କ୍ଲିପ୍‌ରେ ପୋଲିସ ଅଧିକାରୀଙ୍କ ସହ ଏକ ପଶୁ ଉଦ୍ଧାରକାରୀ ଦଳ ଚିତାବାଘକୁ ଘରର ଉପର ମହଲାରୁ ବାହାରକୁ ଆଣୁଥିବାର ଦେଖିବାକୁ ମିଳିଛି।

ଘରୁ ବାହାରକୁ ନିଆଯାଉଥିବାରୁ ଏହି ଚିତାବାଘକୁ ଏକ ବେଡସିଟରେ ବନ୍ଧା ଯାଇଛି। ଏହି ସମୟରେ ଅନେକ ଲୋକଙ୍କ ଭିଡ ଜମିଥିବା ଏହି କ୍ଲିପ୍‌ରେ ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓକୁ ଦେଖିଲେ ସହଜରେ ବିଶ୍ୱାସ କରିହେଉନି। ଏହି ପୋଷ୍ଟ ଦୁଇ ଦିନ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ପୋଷ୍ଟ ହେବା ପରଠାରୁ ଏହା ପାଞ୍ଚ ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିଛି। ଏହି ସହ ୨ ହଜାରରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟ ମଧ୍ୟ ଆସିଛି ଏହି ଭିଡିଓରେ ।

ଏହି କ୍ଲିପ୍ ଦେଖି ଲୋକମାନେ କ’ଣ ଅନେକ କିଛି କମେଣ୍ଟରେ ଲେଖିଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, “ଟିକେ ସମୟ ଶୋଇବା ପାଇଁ ଆସିଥିବ ।” ଦ୍ୱିତୀୟରେ ଜଣେ ଲେଖିଛନ୍ତି “ସାରା ଜୀବନ ମୁଁ ସାପ ବିଷୟରେ ଶୁଣିଛି … କିନ୍ତୁ ଏବେ ଦେଖୁଛି ଘର ଭିତରକୁ ବାଘ ପଶିଯାଉଛି।” ତୃତୀୟ ଉପଭୋକ୍ତା ଜଣେ ଲେଖିଛନ୍ତି, “ଏହା ଅତ୍ୟନ୍ତ ଭୟାନକ!” ଏହି ଆକର୍ଷଣୀୟ ଭିଡିଓ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ହୃଦୟକୁ ତରଳାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like