ଏହି ଲାଇବ୍ରେରୀରେ ଜୀବିତ ରଖାଯାଇଛି ୬୦୦୦ରୁ ଅଧିକ ମାରାତ୍ମକ ଓ ଜୀବନନାଶକ ବ୍ୟାକ୍ଟେରିଆ, ଜାଣନ୍ତୁ କାହିଁକି..

ଲଣ୍ଡନରେ ବିଶ୍ୱର ସର୍ବ ପୁରାତନ ଏବଂ ଅନନ୍ୟ ଲାଇବ୍ରେରୀ ରହିଛି ଯେଉଁଠାରେ ବ୍ୟାକ୍ଟେରିଆ ମାନଙ୍କୁ ସଂଗ୍ରହ କରି ରଖାଯାଇଛି । ନ୍ୟାସନାଲ କଲେକ୍ସନ୍ ଅଫ୍ ଟାଇପ୍ କଲଚର୍ସ ନାମକ ଏହି ଲାଇବ୍ରେରୀରେ 6000 ରୁ ଅଧିକ ଜୀବାଣୁମାନଙ୍କ ଉପରେ କ୍ରମାଗତ ଭାବରେ ଅଧ୍ୟୟନ କରାଯାଉଛି ଏଥିମଧ୍ୟରୁ କିଛିର ଚିକିତ୍ସା ଆବିଷ୍କୃତ ହୋଇଥିବା ବେଳେ ଆଉ କିଛି ବ୍ୟାକ୍ଟେରିଆ ମାନଙ୍କର ଚିକିତ୍ସା ସମ୍ଭବ ହୋଇପାରିନାହିଁ । ଅର୍ଥାତ୍ ଟିକିଏ ଅସାବଧାନତା ଏଠାରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ମାନଙ୍କର ଜୀବନ ବି ନେଇପାରେ । ଅନେକ ଥର ଏହି ଲାଇବ୍ରେରୀରୁ ଜୀବନ୍ତ ବ୍ୟାକ୍ଟେରିଆଙ୍କୁ ଅନ୍ୟ ଦେଶକୁ ଅଧ୍ୟୟନ ପାଇଁ ପଠାଯାଏ । ଏହି ସମୟରେ କଡା ସୁରକ୍ଷା ପ୍ରୋଟୋକଲ୍ ମଧ୍ୟ ରହିଥାଏ ।

ब्रिटेन की वो लाइब्रेरी, जहां 6000 से ज्यादा जानलेवा बैक्टीरिया जिंदा रखे हुए हैं

କିପରି ହେଲା ଆରମ୍ଭ ?

1915 ମସିହାରେ ଫ୍ରାନ୍ସର ଷ୍ଟେସନାରୀ ହସ୍ପିଟାଲକୁ ଏକ ଟେଲିଗ୍ରାମ ଆସିଥିଲା । ଏଥିରେ ଲେଖାଯାଇଥିଲା ଯେ ବ୍ରିଟିଶ ସୈନିକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି । ତେବେ ଏଠାରେ କହିରଖିବୁ ଯେ ସେତେବେଳକୁ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଥିଲା ଏବଂ ସୈନ୍ୟ ମାନେ ଖାଲରେ ଖରାପ ଅବସ୍ଥାରେ ଅନେକ ଦିନ ବିତାଇବାକୁ ବାଧ୍ୟ ହୋଇଥିଲେ । ଯାଞ୍ଚ ପରେ ସୈନିକ ମାନଙ୍କ ଅବସ୍ଥା ପାଇଁ ଡାକ୍ତରମାନେ ଏକ ଜୀବାଣୁ ଦାୟୀ ବୋଲି କହିଥିଲେ। ଏହି ଜୀବାଣୁର ନାମ ଥିଲା ଶିଗେଲା ଫ୍ଲେକ୍ସନେରୀ (Shigella flexneri) । ସେନା ଅଧିକାରୀ ତଥା ଜୀବାଣୁ ବିଶେଷଜ୍ଞ ୱିଲିୟମ୍ ବ୍ରୁଟନ୍-ଆଲକକ୍ (Lt. William Broughton-Alcock) ଏହାକୁ ଆବିଷ୍କାର କରିଥିଲେ । ଏହି ଜୀବାଣୁକୁ ଏକ ଗ୍ଲାସରେ ଏକ ବିଶେଷ ପ୍ରକାରର କାଠ ଅଗରଉଡ୍ (ଅଗରୁ) ସହିତ ରଖାଯାଇ ପାରାଫିନ୍ ମହମ ସହିତ ସିଲ୍ କରାଯାଇଥିଲା । ଏହା ପ୍ରଥମ ସାମ୍ପୁଲ ଥିଲା ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ବିଶ୍ୱର ସର୍ବ ପୁରାତନ ଲାଇବ୍ରେରୀ ଯେଉଁଠାରେ 6000ରୁ ଅଧିକ ଜୀବନ୍ତ ଏବଂ ମାରାତ୍ମକ ଜୀବାଣୁ ସଂଗ୍ରହ କରି ରଖାଯାଇଛି ।

ଅଜ୍ଞା ହଁ, ବ୍ରିଟେନର National Collection of Type Cultures ହେଉଛି ବିଶ୍ୱର ସର୍ବ ପୁରାତନ ଏବଂ ଅନନ୍ୟ ଲାଇବ୍ରେରୀ । ଏଠାରେ ରଖାଯାଇଥିବା ଜୀବାଣୁ ଏତେ ମାରାତ୍ମକ ଯେ ସେମାନେ ଅତ୍ୟନ୍ତ ଶକ୍ତିଶାଳୀ ଲୋକକୁ ମଧ୍ୟ ଅସୁସ୍ଥ କରିପାରନ୍ତି ଏପରିକି ମୃତ୍ୟୁମୁଖରେ ବି ପକାଇ ପାରନ୍ତି । ଏଠାରେ ଜୀବାଣୁଙ୍କର ଜୀବନ୍ତ ଷ୍ଟ୍ରେନ ଖାଯାଇଛି । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଷ୍ଟ୍ରେନ୍ କଣ ? ତାହେଲେ ଶୁଣନ୍ତୁ ଏହା ହେଉଛି ଏକ ପ୍ରଜାତିର ଜେନେଟିକ୍ ଗଠନ, ଯାହା RNA କିମ୍ବା DNA ଆକାରରେ ରହିଥାଏ । ଏହି 6000 ଜୀବାଣୁ ମଧ୍ୟରୁ ଅନେକ ଫ୍ୟାମିଲି ଅଛନ୍ତି ଯେଉଁମାନେ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହିପରି ସମୁଦାୟ 9000 ପ୍ରଜାତି ରହିଛି । ଯଦିଓ ଏଠାରେ କିଛି ଭାଇରସ ଏବଂ ଫଙ୍ଗଲ୍ ସାମ୍ପଲ ବି ଅଛି, କିନ୍ତୁ ବ୍ୟାକ୍ଟେରିଆ ଉପରେ ଏଠାରେ ମୁଖ୍ୟ କାର୍ଯ୍ୟ ହୋଇଥାଏ ।

ଏହି ଲାଇବ୍ରେରୀ ନିର୍ମାଣର ମଧ୍ୟ ଏକ ବିଶେଷ ଉଦ୍ଦେଶ୍ୟ ଅଛି । ଦୁନିଆରେ ଯେତେଲୋକ ଭାଇରସର ଆକ୍ରମଣରେ ମରନ୍ତି ନାହିଁ ତାଠାରୁ ଅନେକ ଗୁଣା ଅଧିକ ଲୋକ ପ୍ରତିବର୍ଷ ବ୍ୟାକ୍ଟେରିଆରୁ ହେଉଥିବା ବିଭିନ୍ନ ପ୍ରକାର ରୋଗରେ ପଡି ମରିଯାଆନ୍ତି । ଅନ୍ୟ ଏକ ସମସ୍ୟା ହେଉଛି ଶରୀର ଉପରେ ବ୍ୟାକ୍ଟେରିଆମାନେ ଆକ୍ରମଣ କରିବା ପରେ ସେମାନଙ୍କୁ ଦୁର୍ବଳ କରିବା ପାଇଁ ଯେଉଁ ଆଣ୍ଟିବାୟୋଟିକ୍ ଦିଆଯାଏ । ଧୀରେ ଧୀରେ ତାହା ବ୍ୟାକ୍ଟେରିଆ ଉପରେ ପ୍ରଭାବ ହ୍ରାସ କରିଥାଏ ଏବଂ ଔଷଧର ମାତ୍ରା ବଢି ବଢି ପ୍ରଭାବହିଁ ହୋଇଯାଈଥାଏ । ଏହାକୁ ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ କୁହାଯାଏ । ତେବେ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଲାଇବ୍ରେରୀ ତିଆରି କରାଯାଇଥିଲା । ଏଠାରେ ବ୍ୟାକ୍ଟେରିଆର ଷ୍ଟ୍ରେନ୍ ପ୍ରସ୍ତୁତ କରି ସମସ୍ତ ତଥ୍ୟ ସଂଗୃହିତ ହୋଇଥାଏ ଏବଂ ଯେତେବେଳେ ବିଶ୍ଵର କୌଣସି ବି ଦେଶରେ ବୈଜ୍ଞାନିକମାନଙ୍କୁ ଏହା ବିଷୟରେ କୌଣସି ସୂଚନା ଆବଶ୍ୟକ ହୋଇଥାଏ ସେମାନେ ଏଠାରୁ ପାଇପାରନ୍ତି ।

ଉଦାହରଣ ସ୍ୱରୂପ ବ୍ୟାକ୍ଟେରିଆ ଶିଗେଲା ଫ୍ଲେକ୍ସନେରୀ, ଯାହାର ନମୁନା 1915 ମସିହାରେ ନିଆଯାଇଥିଲା ତାହା ଏବେବି ଆକ୍ଟିଭ ଅଛି । ପ୍ରତିବର୍ଷ ଏହି ଜୀବାଣୁ ଦ୍ୱାରା ହେଉଥିବା ଡାଇରିଆ ହେତୁ 1,64,000 ପିଲା ମୃତ୍ୟୁ ବରଣ କରନ୍ତି । ଯେତେବେଳେ ଏହି ଲାଇବ୍ରେରୀରେ ରଖାଯାଇଥିବା ଜିନୋମ ସିକ୍ୟୁଏନ୍ସ ପରିବାରକୁ ନୂତନ ଭାବେ ଆସିଥିବା ଜୀବାଣୁ ସହିତ ତୁଳନା କରାଯାଇଥିଲା । ସେତେବେଳେ ଦେଖାଗଲା ଯେ ଜୀବାଣୁର ଗଠନ ଧୀରେ ଧୀରେ ବଦଳୁଛି । ଏହା ଜାଣିବା ପରେ ସେହି ଅନୁଯାୟୀ ନୁଆ ଔଷଧ ତିଆରି କରାଯାଏ ନଚେତ ପୁରୁଣା ଔଷଧରେ ପରିବର୍ତ୍ତନ କରାଯାଏ ।

ଅନେକ ଥର ଲାଇବ୍ରେରୀରେ ଜୀବନ୍ତ ଜୀବାଣୁଙ୍କର ଷ୍ଟ୍ରେନ୍ ଅନ୍ୟ ଦେଶକୁ ଅଧ୍ୟୟନ ପାଇଁ ପଠାଯାଏ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପରିବହନ ସମୟରେ ଜୀବାଣୁକୁ ଅତି ସତର୍କତାର ସହିତ ନେବାକୁ ପଡିଥାଏ ନଚେତ ଏହାଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଥା । ଏଥିପାଇଁ ଅଗରୁ ସହିତ ଏକ ଗ୍ଲାସରେ ବ୍ୟାକ୍ଟେରିଆ ରଖି ଉପରୁ ଏକ ମୋଟା ପାରାଫିନ୍ ମହମ ସହିତ ସିଲ୍ କରାଯାଇଥାଏ । ଆଉ ତାପରେ ଏହାକୁ ଅନେକ ବାକ୍ସରେ ବନ୍ଦ କରାଯାଇ ବହୁତ ସୁରକ୍ଷା ସହିତ ପଠାଯାଇଥାଏ ।

ବ୍ୟାକ୍ଟେରିଆ ଜୀବନ୍ତ ହେତୁ ସେଠାରେ ଅନେକ ସୁରକ୍ଷା ପ୍ରୋଟୋକଲ୍ ମଧ୍ୟ ରହିଥାଏ ଯାହାକୁ ବୈଜ୍ଞାନିକମାନଙ୍କୁ ମାନିବାକୁ ପଡିଥାଏ । ସୂଚନା ଅନୁଯାୟୀ ଅଧିକାଂଶ ଜୀବାଣୁ ଏଠାରେ ବାୟୋସେଫଟି ଲେବୁଲ 2 ଏବଂ 3 ରେ ଅଛନ୍ତି । ଏହାର ଅର୍ଥ ସଂକ୍ରମଣରେ ରୋଗୀର ଅବସ୍ଥା ଗୁରୁତର ହୋଇପାରେ, କିନ୍ତୁ ସେମାନଙ୍କର ଚିକିତ୍ସା ସମ୍ଭବ । ବାୟୋସେଫଟି ଲେବୁଲ 4 ଯେଉଁଥିରେ କେବଳ ଚିକିତ୍ସା ନହୋଇ ପାରୁଥିବା ଜୀବାଣୁ ଆସିଥାନ୍ତି ସେଥିମଧ୍ୟରୁ ଏଠାରେ କେବଳ ଭୁତାଣୁ ହିଁ ରଖାଯାଇଥାଏ ।

ପ୍ରତିବର୍ଷ ଲାଇବ୍ରେରୀରେ ବ୍ୟାକ୍ଟେରିଆ ସାମ୍ପଲ ବଢିଥାଏ । ବର୍ଷକୁ ଏଠାରେ 50 ରୁ 200 ପର୍ଯ୍ୟନ୍ତ ସାମ୍ପଲ ପହଂଚିଥାଏ । ଏଠାକୁ ବିଭିନ୍ନ ସ୍ଥାନରୁ ଜୀବାଣୁ ଆସିଥାଏ ଯେପରି କୌଣସି ବୈଜ୍ଞାନିକ ବୃଦ୍ଧ ହୋଇଗଲେ କିମ୍ବା କାମ କରିବାକୁ ସମସ୍ଥ ନହେଲେ ସେ ନିଜ ବ୍ୟାକ୍ଟେରିଆ ଏଠାକୁ ଦେଇଦିଅନ୍ତି ଯାହାଦ୍ୱାରା ଏହା ଉପରେ କାମ ଜାରି ରହିପାରିବ । ତେବେ ନୂଆ ଆସିଥିବା ଜୀବାଣୁ ତୁରନ୍ତ ଲାଇବ୍ରେରୀରେ ରଖାଯାଏ ନାହିଁ ଯେପର୍ଯ୍ୟନ୍ତ ଏହା ଜଣାପଡେନାହିଁ ଯେ ଏଥିରେ ଅନ୍ୟ କୌଣସି ସଂକ୍ରମଣ ଅଛି କି ନାହିଁ ? ବାୟୋଲୋଜିକାଲ୍ ଟିସୁକୁ ରକ୍ଷା କରୁଥିବା ତତ୍ୱ କ୍ରିପ୍ରୋଟେକ୍ଟାଣ୍ଟରେ ରଖି 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ଏହାକୁ -28 ଡିଗ୍ରୀ ତାପମାତ୍ରାରେ ରଖାଯାଏ ଆଉ ତାପରେ ଏହାକୁ ଷ୍ଟୋର କରାଯାଇଥାଏ । ଯଦିଓ ସମସ୍ତ ବ୍ୟାକ୍ଟେରିଆ ବଞ୍ଚିପାରନ୍ତି ନାହିଁ ଏବଂ ଅନେକ ନଷ୍ଟ ହୋଇଯାଇଥାନ୍ତି ।

ତେବେ ଏହି ଲାଇବ୍ରେରିର ମୁଖ୍ୟ ବୈଜ୍ଞାନିକ ସାରା ଆଲେକ୍ସଜାଣ୍ଡାର୍ କହିଛନ୍ତି ଯେ 50 ବର୍ଷ ପୂର୍ବେ ଷ୍ଟ୍ରେନ୍ ସହିତ ଏକ ହାତଲେଖା ଚିଠି ଆସୁଥିଲା ଯେଉଁଥିରେ ବ୍ୟାକ୍ଟେରିଆ କେଉଁଠାରେ ମିଳିଥିଲା ​​ସେ ବିଷୟରେ ସମ୍ପୂର୍ଣ ସୂଚନା ରହୁଥିଲା କିନ୍ତୁ ବର୍ତ୍ତମାନ ଏହାକୁ ପୁରା ଜିନୋମ ସିକ୍ୟୁଏନ୍ସ ସହିତ ପଠାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.