ବ୍ୟାକ୍ଟେରିଆରୁ ବିଜୁଳି ଉତ୍ପାଦନ ! କେମିତି ସମ୍ଭବ

ସଂକ୍ରମିତ କରୁଥିବା ବ୍ୟାକ୍ଟେରିଆରୁ ଏବେ ବିଜୁଳି ସୃଷ୍ଟି ହେବ । ନେଦରଲ୍ୟାଣ୍ଡ ବୈଜ୍ଞାନିକଙ୍କ ଦ୍ୱାରା ଏହା ପ୍ରମାଣିତ ହୋଇଛି । ନେଦରଲ୍ୟାଣ୍ଡର ରେଡୱର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ କହିବା କଥା କି ଏବେ ଏହା ସମ୍ଭବ । ଯଦି ଏହା ବ୍ୟବହାର ପାଇଁ ସଫଳ ହୁଏ ତେବେ ବିଜୁଳି ସଂକଟ ଦୂର ହୋଇପାରିବ । ଜାଣିବା ଏହି କିପରି ସମ୍ଭବ ।

ୟୁନିଭରସିଟିର ମାଇକ୍ରୋବାୟୋଲୋଜିଷ୍ଟ, ଲ୍ୟାବରୁ ବ୍ୟାକ୍ଟରିଆଙ୍କ ଠାରୁ ବିଜୁଳି ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକଙ୍କୁ ଆଶା ରହିଛି କି ଏହି ପ୍ରୟୋଗରୁ ଗ୍ରୀନହାଉସରେ ସମସ୍ୟାକୁ କିଛି ପରିମାଣରେ କମାଇବାକୁ ସାହାଯ୍ୟ କରିବ । ରିସର୍ଚ୍ଚ କହୁଛି କି ମିଥେନ ଗ୍ୟାସର ବ୍ୟବହାର ଏକ ବ୍ୟାକ୍ଟେରିଆ ଉପରେ କରାଯାଇଥିଲା । ଯାହାର ନାମ କ୍ୟାଡିେଡେଟସ ମେଥେନୋପେରେଣ୍ଡେସ । ଯେଉଁ ଗୁଡିକ ମିଠା ପାଣି କିମ୍ବା ପୋଖରି ଓ ହ୍ରଦ ମାନଙ୍କରେ ମିଳିଥାନ୍ତି ।

ଅନୁସନ୍ଧାନକାରୀଙ୍କ କହିବା କଥା କି ଏହି ବ୍ୟାକ୍ଟରେଆ ସେହିଠାରେ ମିଳନ୍ତି ଯେଉଁଠାରେ ଜମି ଭିତରେ ପାଣି ଜମି ନାଇଟ୍ରୋଜେନ ଗ୍ୟାସରେ ଦୂଷିତ ହୋଇଥାଏ । ଏହି ବ୍ୟାକ୍ଟରିଆଙ୍କୁ ମିଥେନ ଗ୍ୟାସ ଦ୍ୱାରା ଭାଙ୍ଗିବା ପାଇଁ ନାଇଟ୍ରୋଜେନର ଆବଶ୍ୟକତା ହୁଏ । ଏହି କାରଣରୁ ଏମାନଙ୍କ ବ୍ୟବହାର ଏହି ପ୍ରୟୋଗରେ କରାଗଲା ଓ ବିଜୁଲି ତିଆରି ହେବାରେ ସଫଳତା ମିଲିଲା ।

ରିସର୍ଚ୍ଚ କରୁଥିବା ମାଇକ୍ରୋ ବାୟୋଲୋଜିଷ୍ଟ କାର୍ନିଲିଆନ ବେଲ୍ଟ କହିଛନ୍ତି କି ବର୍ତ୍ତମାନ ଯେଉଁ ବାୟୋଗ୍ୟାସର ପ୍ରୟୋଗ କରାଯାଉଛି ତାହାକୁ ଏହିମାନଙ୍କ ଦ୍ୱାରା ତିଆରି କରାଯାଉଛି । ପରେ ଏମାନଙ୍କୁ ଜଳାଇ ବିଜୁଲି ମଧ୍ୟ ତିଆରି ହୋଇପାରୁଛି । ଏହି ଭଳିଭାବରେ ଅଧାରୁ ବି କମ ବାୟୋଗ୍ୟାସକୁ ବିଜୁଳିରେ ବଦଳାଯାଉଛି ।

ଅନୁସନ୍ଧାନକାରୀଙ୍କ କହିବା କଥା କି ବ୍ୟକ୍ଟେରିଆ ଯେବେ ମିଥେନର ବ୍ୟବହାର କରନ୍ତି ତେବେ ଇଲେକ୍ଟ୍ରନ ସୃଷ୍ଟି କରନ୍ତି । ଇଲେକ୍ଟ୍ରନ କାରଣରୁ ବୈଜ୍ଞାନିକମାନେ ୩୧ପ୍ରତିଶତ ମିଥେନ ଗ୍ୟାସକୁ ବିଜୁଲିରେ ବଦଳାଇବାରେ ସଫଳ ହୋଇଛନ୍ତି । ଯଦିଓ ବିଜୁଳିକୁ ଅଧିକ ବଢାଇବା ପାଇଁ ଚେଷ୍ଠା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.