ମାତ୍ର ୮୦ ଟଙ୍କାରୁ ଆରମ୍ଭ କରି ଛିଡା କରିଦେଲେ ୮୦୦କୋଟିର ସାମ୍ରାଜ୍ୟ , ପଢନ୍ତୁ ଲିଜ୍ଜତ ପାମ୍ପଡର ସଫଳତାର କାହାଣୀ

୯୦ ଦଶକ ସମୟ । ସେତେବେଳେ ଲୋକଙ୍କ ଘରେ ଥିଲା କଳା ଧଳା ଟିଭି । ଫିଲ୍ମ ଏବଂ ଧାରାବାହିକ ମଧ୍ୟରେ ଆସୁଥିବା ବିଜ୍ଞାପନଗୁଡିକ ମଧ୍ୟରେ ଗୋଟିଏ ବିଜ୍ଞାପନ ଥିଲା ଖୁବ୍ ଚର୍ଚ୍ଚିତ । ତାହା ଥିଲା “କର୍ରମ କୁର୍ରମ – କୁର୍ରମ କର୍ରମ” ଜିଙ୍ଗଲ ବାଲା ଲିଜ୍ଜତ ପାମ୍ପଡର ବିଜ୍ଞାପନ । ସେ ସମୟରେ ଲିଜ୍ଜତ ପାମ୍ପଡର ସ୍ବାଦ ଲୋକଙ୍କ ଘରକୁ ପହଂଚିବା ଆରମ୍ଭ କରିଥିଲା । ଆଉ ଦେଖୁ ଦେଖୁ ଏହି ନିର୍ଜୀବ ପାମ୍ପଡ ଗୋଟିଏ ବ୍ରାଣ୍ଡ ହୋଇଗଲା । ଗୁଜୁରାଟିରେ ଲିଜ୍ଜତର ଅର୍ଥ ହେଉଛି ସ୍ବାଦ । ଏହି ବ୍ରାଣ୍ଡ ଗୋଟିଏ କିର୍ତ୍ତୀମାନ ସ୍ଥାପନ କରିଛି । ଚାହୁଁ ଚାହୁଁ ୮୦ଟଙ୍କାରୁ ଆରମ୍ଭ ହୋଇଥିବା ବ୍ୟବସାୟ ୮୦୦କୋଟିର ସାମ୍ରାଜ୍ୟରେ ପରିବର୍ତ୍ତନ ହୋଇଗଲା । ଆସନ୍ତୁ ଜାଣିବା ଲିଜ୍ଜତ ପାମ୍ପଡକୁ ନେଇ ଅଜଣା ତଥ୍ୟ ।
ଏହା ସହ ପଢନ୍ତୁ ଏହି ବ୍ୟକ୍ତିଙ୍କୁ ଦରକାର ନାହିଁ ୩୦ ମିନିଟରେ ପିଜା, ହେଲେ କାହିଁକି ? ଏହାର ଉତ୍ତର ଆପଣଙ୍କୁ ନିଶ୍ଚୟ ଭାବିବାକୁ କରିଦେବ ବାଧ୍ୟ
– ପରିବାର ପେଟ ପୋଷିବା ପାଇଁ କିଛି ରୋଜଗାର କରିବାକୁ ଚାହୁଁଥିଲେ ଜସୱନ୍ତି ବେନ୍ । ତେଣୁ ୧୯୫୯ରେ ନିଜ ସହ କିଛି ବରୋଜଗାର ମହିଳାଙ୍କୁ ନେଇ ମାତ୍ର ୮୦ ଟଙ୍କା ଋଣ କରି ପାମ୍ପଡ ତଆରି କରିବା ଆରମ୍ଭ କରିଥିଲେ ।
– କେବଳ ୭ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟ ବ୍ୟବସାୟରେ ଏବେ ପ୍ରାୟ ୪୦ହଜାର ମହିଳା କାମ କରୁଛନ୍ତି । ଆଉ ବାର୍ଷିକ ଲାଭ ହେଉଛି ୨୦୦ କୋଟି ।
– ଏହି ସାତ ଜଣ ମହିଳା ହେଲେ ଜସୱନ୍ତିବେନ୍ ଜମନାଦାସ ପୋପଟ୍, ପାର୍ବତୀବେନ୍ ରାମଦାସ ଠୋଦାନୀ, ଉଜମବେନ୍ ନରାମଦାସ କୁଣ୍ଡଳିୟା, ବାନୁବେନ ତନ୍ନା, ଲାଗୁବେନ୍ ଅମ୍ରିତଲାଲ୍ ଗୋକାନୀ , ଜୟାବେନ୍ ବେଠଲାନୀ ଏବଂ ସପ୍ତମ ମହିଳାଙ୍କ ନାମ କାହାକୁ ଜଣା ନାହିଁ ।
– ଏହି କମ୍ପାନୀରେ ଯେଉଁ ମହିଳା ମାନେ କାମ କରନ୍ତି ସମସ୍ତେ ଅଶିକ୍ଷିତ । କିନ୍ତୁ ଏହାକୁ ନିଜର ଦୁର୍ବଳତା ମାନନ୍ତି ନାହିଁ । ଏହା ହିଁ ଏହି ବ୍ୟବସାୟର ସଫଳତାର ରହସ୍ୟ । ଏହି ସମସ୍ତ ମହିଳା ପାମ୍ପଡର ମାନ ଉପରେ ଖାସ୍ ଧ୍ୟାନ ଦିଅନ୍ତି ।
– କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଲିଜ୍ଜତ ପାମ୍ପଡ ବହୁତ ପ୍ରସିଦ୍ଧ । ଆଉ ସେଥିପାଇଁ ଇକୋନୋମିକ୍ ଟାଇମ୍ସ ପକ୍ଷରୁ ୨୦୦୨ରେ ଆୱାର୍ଡ ମଧ୍ୟ ମିଳିଥିଲା ।
– ଲିଜ୍ଜତ ପାମ୍ପଡର ମୁଖ୍ୟ ଶାଖା ମୁମ୍ବାଇରେ ଅଛି । ପୁରା ଭାରତବର୍ଷରେ ଏହାର ୮୧ଟି ଶାଖା ଅଛି । ଗ୍ରାମୀଣ ଅଂଚଳର ଏହି ବ୍ୟବସାୟ କିଭଳି ସଫଳତାର ଶୀର୍ଷ ଛୁଇଁଛି ଏହା କେବଳ ସେଠାରେ ପରିଶ୍ରମ କରୁଥିବା ମହିଳା ହିଁ ଜାଣିଛନ୍ତି ।
– ପାମ୍ପଡ ତିଆରି ପାଇଁ ପ୍ରଥମେ ୮୦ ଟଙ୍କା ଋଣ କରିଥିଲେ । ଏହା ପରେ କ୍ଷତିରେ ଚାଲୁଥିବା ଏକ କମ୍ପାନୀରୁ ପାମ୍ପଡ ତିଆରି ମେସିନ୍ ଏବଂ କିଛି ଜରୁରୀ ସାମଗ୍ରୀ କିଣିଥିଲେ ।
ଏହା ସହ ପଢନ୍ତୁ : କାହିଁକି ୧୩ ଅଙ୍କକୁ ଧରାଯାଏ ଅଶୁଭ? ଜାଣନ୍ତୁ ଏହା ପଛର ଥିବା ରହସ୍ଯ
– ଏହା ପରେ ୧୫ ମାର୍ଚ୍ଚ ୧୯୫୯ରେ ଏହି ସାତ ଜଣ ମହିଳା ନିଜ ଘରର ଛାତ ଉପରେ ଚାରି ପ୍ୟାକେଟ୍ ପାମ୍ପଡ ତିଆରି କରଥିଲେ । ଆଉ ଏହି ପାମ୍ପଡକୁ ଜଣେ ଜଣାଶୁଣା ବେପାରୀ ଭୁଲେଶ୍ବରଙ୍କୁ ବିକ୍ରି କରିବା ଆରମ୍ଭ କରିଥିଲେ ।
– ସବୁଠାରୁ ବଡ଼ କଥା ହେଉଛି ଏହି ମହିଳାମାନେ ପ୍ରତିଜ୍ଞା କରିଥିଲେ ନିଜ ବ୍ୟବସାୟ ପାଇଁ କାହାଠୁ ଚାନ୍ଦା ନେବେନି। ତେଣିକି ବ୍ୟବସାୟ କ୍ଷତିରେ ଚାଲୁ ନାଁ କାହିଁକି ।
– ଏହା ପରେ ଏହି ମହିଳାଙ୍କ ମାର୍ଗଦର୍ଶକ ସାଜିଥିଲେ ଛଗନଲାଲ୍ ପାରେଖ । ପ୍ରଥମେ ଦୁଇ ପ୍ରକାର କ୍ବାଲିଟିର ପାମ୍ପଡ ପ୍ରସ୍ତୁତ କରିଥିଲେ । ଯେଉଁଥିରୁ ନିମ୍ନମାନର ପାମ୍ପଡକୁ ଶସ୍ତାରେ ବିକ୍ରି କରୁଥିଲେ ।
– ଛଗନଲାଲ୍ ଏହି ମହିଳାଙ୍କୁ ଷ୍ଟାଣ୍ଡାର୍ଡ ପାମ୍ପଡ ବନାଇବା ସହ କ୍ବାଲିଟିରେ କମ୍ପ୍ରମାଇଜ୍ ନକରିବାକୁ ପରାମର୍ଶ ଦେଇଥିଲେ ।
– ଏହା ପରେ ଧୀରେ ଧୀରେ ଲିଜ୍ଜତ କୋଅପରେଟିଭ୍ ସିଷ୍ଟମ୍ ହୋଇଗଲା । ଏଥିରେ ପ୍ରଥମେ କିଛି ଛୋଟ ଛୋଟ ଝିଅ କାମ କରୁଥିଲେ । କିନ୍ତୁ ପରେ ଝିଅଙ୍କ କାମ କରିବା ପାଇଁ ସର୍ବନିମ୍ନ ବୟସ ୧୮ କରିଦଆଗଲା ।
– ଆରମ୍ଭ ହେବାର ୩ ମାସ ମଧ୍ୟରେ ପାମ୍ପଡ ତିଆରି କରୁଥିବା ମହିଳାଙ୍କ ସଂଖ୍ୟା ୨୫ ହୋଇଯାଇଥିଲା । ପ୍ରଥମ ବର୍ଷରେ ଏହାର ବାର୍ଷିକ ଆୟ ଥିଲା ୬୧୯୬ ଟଙ୍କା ।
– ଭାଙ୍ଗିଯାଇଥିବା ପାମ୍ପଡକୁ ସମସ୍ତେ ନିଜ ପଡୋଶୀ ମାନଙ୍କୁ ମାଗଣାରେ ଦେଉଥିଲେ । ତେବେ ବର୍ଷା ଋତୁରେ ୪ ମାସ ପାମ୍ପଡ କାମ ବନ୍ଦ ରହୁଥିଲା । କାରଣ ବର୍ଷା ଯୋଗୁଁ ପାମ୍ପଡ ଶୁଖିପାରୁନଥିଲା । କିନ୍ତୁ ପରବର୍ଷ ଏହାର ସମାଧାନ ବାହାର କରିଦେଲେ । ଏଥିପାଇଁ ଗୋଟିଏ ଖଟିଆ ଏବଂ ଷ୍ଟୋଭ୍ କିଣିଦେଲେ ।
– ପାମ୍ପଡକୁ ଖଟିଆ ଉପରେ ଶୁଖାଇ ତଳେ ଷ୍ଟୋଭ୍ ଲଗାଯାଉଥିଲା । ଯାହା ଫଳରେ ବର୍ଷା ଦିନେ ବ୍ୟବସାୟ ଠପ୍ ହେଉନଥିଲା ।
– ଏବେ ଏହି ଗ୍ରୁପ୍ ମାଉଥ୍ ପବ୍ଲିସିଟି ଏବଂ ଖବରକାଗଜ ଯୋଗୁଁ ଖୁବ୍ ଲୋକପ୍ରିୟତା ହାସଲ କରିଥଲା । ଧୀରେ ଧୀରେ ଅନେକ ମହିଳା ଏହି ଗ୍ରୁପ୍ ସହ ଯୋଡି ହୋଇଗଲେ ।
– ୧୯୬୨ ରେ ଏହି ଗ୍ରୁପ୍ ନିଜ ପାମ୍ପଡର ନାମକରଣ କରି ରଖିଥିଲେ ଲିଜ୍ଜତ ପାମ୍ପଡ । ଏହା ଏକ ଗୁଜୁରାଟି ଶବ୍ଦ ଯାହାର ଅର୍ଥ ହେଉଛି ସ୍ବାଦିଷ୍ଟ ।
– ତେବେ ଏହି ଲିଜ୍ଜତ ନାଁ ରଖିବା ପାଇଁ ଏକ ପ୍ରତିଯୋଗୀତା ହୋଇଥିଲା । ଆଉ ଏଥିରେ ବିଜୟୀ ହୋଇଥିବା ଧୀରଜବେନ୍ ରୂପାରେଲଙ୍କ ମିଳିଥିଲା ୫ଟଙ୍କା ପୁରସ୍କାର ।
– ୧୯୬୨ – ୬୩ରେ ଏହି ଗ୍ରୁପର ବାର୍ଷକ ଆୟ ୧ ଲକ୍ଷ ୮୨ ହଜାର ହୋଇଥିଲା ।
– ୮୦ ଦଶକରେ ବିଭିନ୍ନ ମେଳା ଏବଂ ପ୍ରଦର୍ଶନୀରେ ଭାଗ ନେବା ଆରମ୍ଭ କରିଥିଲା ଏହି ଗ୍ରୁପ୍ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଲିଜ୍ଜତର ନାଁର ପ୍ରସାର ହୋଇଥିଲା ।
– ଏହା ପରେ ଖବର କାଗଜ, ଟିଭି ଏବଂ ରେଡିଓ ମାଧ୍ୟମରେ ଏହାର ପ୍ରଚାର କରାଗଲା । ୯୦ ଦଶକରେ ଲିଜ୍ଜତ ନିଜର ବ୍ୟବସାୟ ବିଦେଶରେ କରିବା ଆରମ୍ଭ କରିଥିଲା । ୨୦୦୨ରେ ଏହାର ଟର୍ଣ୍ଣ ଓଭର୍ ଥିଲା ୧୦ କୋଟି ।
– ଲିଜ୍ଜତ ଗ୍ରୁପର ପ୍ରତ୍ୟେକ ସଦସ୍ୟଙ୍କୁ ଭଉଣୀ କହି ସମ୍ବୋଧିତ କରାଯାଏ । ଆଜି ଲିଜ୍ଜତ ଏବେ ବଡ ବ୍ରାଣ୍ଡ ହୋଇଯାଇଛି ଯେ ଅନେକ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପୁରସ୍କାର ନିଜ ନାଁରେ କରିଛି ।