ଘାଇଲା ସିଂହକୁ ବଞ୍ଚାଇଲେ ଲୋକେ, ଭିଡିଓ ଦେଖିଲେ ଥରିଯିବ ଛାତି

ସିଂହ ନାଁ ଶୁଣିଲେ ଯିଏ କେହି ଡରି ଯାଆନ୍ତି। କିନ୍ତୁ ଗୁଜରାଟ ଜଙ୍ଗଲରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଗୁଜରାଟର ଗିର୍ ଅଭୟାରଣ୍ୟରେ ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓରେ ଫରେଷ୍ଟ ଗାର୍ଡ ଗୋଟେ ସିଂହ ଛୁଆର ଜୀବନ ବଞ୍ଚାଇଛନ୍ତି।

ସୂଚନା ଅନୁସାରେ ଗୋଟେ ବାଘ ଛୁଆ ମାଛ ଧରିବା ଜାଲରେ ଫସି ଯାଇଥିଲା। ଯାହାପରେ ସେ ସାହାଯ୍ୟ ପାଇଁ ଡହଳ ବିକଳ ହେଉଥିଲା। ଆଉ ଠିକ ସେତିକିବେଳେ ଫରେଷ୍ଟ ଗାର୍ଡ ତାଙ୍କ ସାହାଯ୍ୟ କରିବା ପାଇଁ ସେଠାରେ ପହଁଚିଲେ ଏବଂ କିଛି ସମୟ ଭିତରେ ସିଂହ ଛୁଆଟିକୁ ଜାଲରୁ ଉଦ୍ଧାର କରିଥିଲେ।

ଭାରତୀୟ ବନସେବା ଅଧିକାରୀ ରମେଶ ପାଣ୍ଡେ ଟ୍ଵିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଫରେଷ୍ଟ ଗାର୍ଡ ନିଜେ ନିଜ ଜୀବନକୁ ବାଜି ଲଗାଇ ତାର ଜୀବନ ବଞ୍ଚାଇଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିବା ସହିତ ଫରେଷ୍ଟ ଗାର୍ଡ ଏବଂ ଅନ୍ୟ ଲୋକଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.