ହୋଟେଲ ଗେଟ୍‌ ଖୋଲାନଥିବାରୁ ସିଂହ କଲା ଏମିତି କାମ, ଯାହା ଦେଖି ସିକ୍ୟୁରିଟି ଗାର୍ଡର ବି ଉଡ଼ିଗଲା ହୋସ୍‌; ଦେଖନ୍ତୁ ଭିଡିଓ

ଜଙ୍ଗଲର ରାଜା ସିଂହ ବୋଲି ତ ସମସ୍ତେ ଜାଣନ୍ତି। ଆଉ ସୋସିଆଲ ମିଡିଆରେ ବି ସିଂହଙ୍କର ଅନେକ ଭିଡିଓ ଆପଣ ଦେଖୁଥିବେ। କିନ୍ତୁ ଏବେ ଏକ ବୁଦ୍ଧିମାନ ସିଂହର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ସିଂହ କୌଣସି ଏକ ହୋଟେଲ ଭିତରୁ ପଶିଯାଉଛି କିନ୍ତୁ ସେ ବାହାରିବାକୁ ଚାହିଁଲା ବେଳକୁ ଗେଟ୍‌ ବନ୍ଦ ଅଛି। ଏହି ସମୟରେ ସିଂହ ନିଜ ବୁଦ୍ଧି ଖର୍ଚ୍ଚ କରି ସେଠାରୁ ବାହାରି ଆସିଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:


ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ସିଂହ ପ୍ରଥମେ ଆରାମରେ ବାହାରକୁ ଆସି ଅନାଉଛି। ସେ ଦେଖୁଛି ଯେ ଗେଟ୍‌ ବନ୍ଦ ଅଛି। ତା’ ପରେ ସେ କିଛି ନ ଭାବି ସିଧା ଜମ୍ପ ମାରୁଛି ଓ ଗେଟ୍‌ ଡେଇଁ ପଳାଉଛି। ଏହା ପରେ ସିକ୍ୟୁରିଟି ଗାର୍ଡ ଗେଟ୍‌ ହଲିବା ଶବ୍ଦ ଶୁଣି ଉଡି ଦେଖୁଛନ୍ତି ଶବ୍ଦ କେଉଁଠୁ ଆସିଲା।

Parimal Nathwani ଏହାର ପୂରା ଭିଡିଓ ସେୟାର କରିଛନ୍ତି। ତାଙ୍କ କହିବାନୁସାରେ ଏହି ଘଟଣା ଜୁନାଗଡ଼ ନିକଟସ୍ଥ ସରୋବର ପୋର୍ଟିକୋ ହୋଟେଲର।

ତେବେ ଏହି ଭିଡିଓଟି ପ୍ରକୃତରେ କେଉଁଠିକାର ତାହା ଜଣାପଡ଼ିନାହିଁ। ମାତ୍ର କହିବାକୁ ଚାହିଁବୁ ଯେ ଜଙ୍ଗଲ କାଟି କୋଠାବାଡ଼ି ତିଆରି କରିବା ବନ୍ୟଜନ୍ତୁଙ୍କ ଜୀବନ ଉପରେ କିଭଳି ଖରାପ ପ୍ରଭାବ ପକାଉଛି, ତାହା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.