କରୋନା କାଳରେ ନୂଆ ଆବିଷ୍କାର, କାଚ ନୁହେଁ ଏବେ କାଗଜ ବୋତଲରେ ମିଳିବ ମଦ

କରୋନା ମହାମାରୀ ସମୟରେ ଅନେକ ନୂତନ ଉଦ୍ଭାବନ କରାଯାଉଛି। ଆପଣମାନଙ୍କ ମଧ୍ୟରୁ ବି ଲକଡାଉନରେ ଅନେକ ନୂଆ ନୂଆ ଉଦ୍ଭାବନ କରିଥିବେ। ଆଉ ଏଥିରୁ ବହୁତ କିଛି ଶିକ୍ଷା ପାଇଥିବେ। କେଉଁଠି ନଡିଆ ପତ୍ରରୁ ପାଇପ ପ୍ରସ୍ତୁତ କରୁଛି ତ, ଆଉ କେଉଁଠି ଗୟା। ସେହିପରି ଲକଡାଉନ ସମୟରେ ମଦ ବିକ୍ରିର ଉପରେ ଅନେକ ହଟଚମଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏକ ଅନ୍ତର୍ଗାତୀୟ ମଦ କମ୍ପାନରୀ ଏକ ନିଆରା ଉଦ୍ଭାବନ କରିଛି। ଏହି କମ୍ପାନୀ ମଦ ପ୍ୟାକ୍‌ ପାଇଁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି।

mada

ବିଶ୍ୱର ବୃହତ୍ତମ ମଦ କମ୍ପାନୀଗୁଡିକ ମଧ୍ୟରୁ ଡିଆଜିଓ ନିଜର ଲୋକପ୍ରିୟ ହ୍ଵିସ୍କ ଜନି ଓ୍ଵାକର ମଦକୁ କାଚ ବୋତଲ ବଦଳରେ ପେପରରେ ପ୍ୟାକ୍‌ କରିବା। ପରିବେଶକୁ ଦୃଷ୍ଟିରେ ରଖି କମ୍ପାନୀ ଆସନ୍ତା ବର୍ଷଠାରୁ ଏହି ନୂତନ ପ୍ୟାକେଜିଂର ପରୀକ୍ଷା ଆରମ୍ଭ କରିବ। ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ କମ୍ପାନୀ ଏପରି ପଦକ୍ଷେପ ନେଇଛି। କାଗଜ ବୋତଲ ତିଆରି କରିବାକୁ କମ୍ପାନୀ ପାଲପେକସ ନାମକ ଅନ୍ୟ ଏକ ଫାର୍ମା କମ୍ପାନୀ କରିବାକୁ ଯାଉଛି, ଯାହା ୟୁନିଲିଭର ଏବଂ ପେପସିକୋ ଭଳି ବ୍ରାଣ୍ଡ ପାଇଁ ମଧ୍ୟ କାଗଜ ବୋତଲ ଉତ୍ପାଦନ କରିବ।

bt

କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି କାଗଜ ବୋତଲ କାଠରୁ ତିଆରି ହେବ। ୨୦୨୧ରେ ଏହାର ପରୀକ୍ଷା କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବୋତଲଗୁଡିକ ସହଜରେ ପୁନଃ ବ୍ୟବହାର କରାଯାଇପାରିବ।

tt

ଆଜିକାଲି ଅନେକ ପାନୀୟ ବିକ୍ରି କରୁଥିବା କମ୍ପାନୀ ପ୍ରଦୂଷଣ କମ କରିବା ପାଇଁ ପେପର ବୋତଲ ବ୍ୟବହାର କରୁଛି। ବିଅର କମ୍ପାନୀ କାଲର୍ସବର୍ଗ ମଧ୍ୟ ପେପର ବୋତଲ ତିଆରି କରିବା ପାଇଁ ଯୋଜନା କରୁଛି। କିନ୍ତୁ କୋକାକୋଲା ପ୍ଲାଷ୍ଟିକ ବୋତଲ ବ୍ୟବହାର ବନ୍ଦ କରିବ ନାହିଁ ବୋଲି କହିଛି।

Leave A Reply

Your email address will not be published.