Categories: ସ୍ପେଶାଲ

ସାନ ଭାଇର ଉତ୍ସାହରେ ଡାକ୍ତରୀ ଭଉଣୀ ହେଲେ ଆଇଏଏସ୍‌ ଅଫିସର

ସାନ ଭାଇର ପ୍ରଚେଷ୍ଟା, ଉତ୍ସାହ ଏବଂ ମାର୍ଗଦର୍ଶନ ଫଳରେ ବଡ ଭଉଣୀ ହୋଇପାରିଛନ୍ତି ଆଇଏଏସ୍‌ ଅଫିସର। ନିଜ ଭଉଣୀଙ୍କୁ ଆଇଏଏସ୍‌ ଭାବେ ଦେଖିବାକୁ ଇଚ୍ଛା ରଖିଥିବା ଭାଇ ଏହାକୁ ସଫଳ କରି ଦେଖାଇଛନ୍ତି। ପେଶାରେ ବଡ ଭଉଣୀ ଡାକ୍ତର ହୋଇଥିବା ସତେ୍ତ୍ୱ ଲୋକମାନଙ୍କ ସେବା ତ କରିବାକୁ ଚାହୁଁଥିଲେ। କିନ୍ତୁ ଲୋକମାନଙ୍କ ଅସୁବିଧା, ସମସ୍ୟା ଦୂର କରିବାରେ ସମର୍ଥ ନଥିଲେ। ତେଣୁ ଭଉଣୀ ରୋହାନାଙ୍କ ଇଚ୍ଛା ଥିଲା ଲୋକଙ୍କ ସେବା କରିବା ସହ ସେମାନଙ୍କ ସମସ୍ୟାକୁ କିପରି ଦୂର କରିପାରିବେ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ଥରେ ନୁହେଁ ଦୁଇ ଦୁଇ ଥର ୟୁପିଏସସି ପରୀକ୍ଷା ଦେଇଥିଲେ ରୋହାନା। ଶେଷରେ ନିଜର ସାନ ଭାଇର ପ୍ରଚେଷ୍ଟା ଫଳରେ ସଫଳତା ହାସଲ କରିଥିଲେ। ସାନଭାଇର ଏପରି ଅଦ୍ୟମ ଚେଷ୍ଟା, ମାର୍ଗଦର୍ଶନକୁ ପୂରଣ କରିଦେଖାଇଛନ୍ତି ବଡଭଉଣୀ ରୋହାନା।

ଜମ୍ମୁ କାଶ୍ମୀରର ପୁଞ୍ଜ ଜିଲ୍ଲାର ସଲବା ଗ୍ରାମରେ ରୋହାନା ବସିରଙ୍କ ଘର। ରୋହାନା ସ୍ଥାନୀୟ ମେଡିକାଲ କଲେଜରୁ ଏମବିବିଏସ୍‌ ପାସ କରି ଡାକ୍ତର ଭାବେ କାମ କରିଆସୁଥିଲେ। ରୋହାନାଙ୍କ ଛୋଟ ଭାଇ ଅମିତ ବସିର ୟୁପିଏସସିର ସିଭିଲି ସର୍ଭିସ ପରୀକ୍ଷା ଦେଇ ପାସ କରିଥିଲେ। ନିଜେ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଭଉଣୀଙ୍କୁ ମଧ୍ୟ ସଫଳତା ହାସଲ କରିବାରେ ମାର୍ଗଦର୍ଶକ ସାଜିଥିଲେ ସାନ ଭାଇ ।

କଲେଜରେ ପଢିବା ବେଳେ ରୋହାନଙ୍କ ଦୁନିଆ ପୁସ୍ତକ ଭିତରେ ସୀମିତ ରହୁଥିଲା। ତେଣୁ ୨୦୧୬ରେ ଜଣେ ଡାକ୍ତର ଭାବେ କେବଳ ଲୋକମାନଙ୍କର ସେବା କରୁଥିବା ବେଳେ ଲୋକଙ୍କ ପ୍ରକୃତ ସମସ୍ୟା କଥା ଜାଣିବାକୁ ପାଇଥିଲେ। କିନ୍ତୁ ତାଙ୍କ ସମସ୍ୟା ଦୂର କରିପାରୁନଥିଲେ ବୋଲି ମନରେ ଅବଶୋଷ ରହିଥିଲା। ସେମାନଙ୍କୁ ଉଚିତ ଶିକ୍ଷା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ଉତ୍ତମ ସଡକ, ସ୍ୱଚ୍ଛ ପାଣି ଯୋଗାଇ ଦେବା ରୋହାନଙ୍କ ଇଚ୍ଛା ରହିଥିଲା। ପୂର୍ବରୁ ରୋହାନାଙ୍କ ଇଚ୍ଛା କେବଳ ଲୋକମାନଙ୍କ ସେବା ନୁହେଁ ବରଂ ସେମାନଙ୍କ ସମସ୍ୟା ଦୂର କରିବାରେ ମନ ରହିଥିଲା। କିନ୍ତୁ ଜଣେ ଡାକ୍ତର ହୋଇ ସେ ଏହାକୁ ପୂରଣ କରିପାରବେ ନାହିଁ ବୋଲି ଜାଣିଥିଲେ। ଖାସ୍‌ ଏଥିପାଇଁ ରୋହାନ ୨୦୧୭ରେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। ଯେଉଁଥିରେ ତାଙ୍କୁ କମ୍‌ ର‌୍ୟାଙ୍କ ମିଳିଥିଲା। କିନ୍ତୁ ଏଥର ନିଜ ସାନ ଭାଇ ଅମିତଙ୍କ ମାର୍ଗଦର୍ଶନରେ ରୋହାନ ସିଭିଲ ସର୍ଭିସ ପରୀକ୍ଷା ଦେଇ ଆଇଏଏସ ପାସ କରିଛନ୍ତି। ରୋହାନା କେବଳ ନିଜ ରାଜ୍ୟ କାଶ୍ମୀର ନୁହେଁ ବରଂ ଦେଶର ସେବା କରିବାକୁ ଇଛୁକ ବୋଲି କହିଛନ୍ତି।

Swagatika

Recent Posts

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

3 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

20 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

29 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

34 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

59 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

1 hour ago