ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଗାୟତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

କୁନି ପ୍ରତିଭା ଗାୟତ୍ରୀ ବେହେରା । ବୟସ ମାତ୍ର ଦୁଇ ବର୍ଷ ସାତ ମାସ । ସ୍କୁଲ ଯିବା ତ ଦୂରର କଥା , ଭଲରେ କଥା ବି କହିପାରୁନି । କିନ୍ତୁ ମୁହଁରୁ ବାହାରୁଛି ଇଂଗ୍ରାଜୀ ର ସଂକେତ, ପଶୁ, ପକ୍ଷୀ, ଜାନବାହାନ, ରଙ୍ଗ, ଆକୃତି, ଶରୀରର ଅଙ୍ଗ, ସପ୍ତାହ, ମାସ, ଫୁଲ, ଫଳ ଏବଂ ପନିପରିବା ଭଳି ଶବ୍ଦ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି ଅନଗୁଳ ଜିଲ୍ଲା କଣିଁହା ବ୍ଲକ NTPC ର ନେପାଳ କଲୋନୀରେ ରହୁଥିବା ଅଶ୍ୱନୀ ବେହେରା ଏବଂ ସୁଚିତ୍ରା ବେହେରାଙ୍କ ଝିଅ ଗାୟତ୍ରୀ ।

ଗାୟତ୍ରୀଙ୍କ ବାପା – ଅଶ୍ବିନୀ ବେହେରା ୨୦୧୩ ମସିହାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ ସାଇନ୍ସ ଏବଂ ୨୦୧୮ ମସିହାରେ ମାଷ୍ଟର ଅଫ୍ ସାଇନ୍ସ ଇନ୍ ନର୍ସିଂ କିଟ୍ ରୁ ଉତ୍ତୀର୍ଣ୍ଣ ହେବା ପରେ CHO କମ୍ୟୁନିଟି ହେଲଥ୍ ଅଫିସର ଭାବେ ପକପକା ମୟୁରଭଞ୍ଜରେ କାର୍ଯ୍ୟରତ ଅଛନ୍ତି । ସେହିପରି ମାଆ ସୁଚିତ୍ରା ବେହେରା CHC କଣିଁହାରେ ଇଏସ୍ଆଇ କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ କାର୍ଯ୍ୟରତ । ଏବେ କୁନି ଶିଶୁ ଗାୟତ୍ରୀଙ୍କ ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି ବାପା, ମାଆ, ପରିବାର ଏବଂ ପଡ଼ୋଶୀ । ବର୍ତ୍ତମାନ ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପାଇଥିବାବେଳେ ଭବିଷ୍ୟତରେ ଗିନିଜ ବୁକ୍ ରେ ନାମ ଲେଖାଇବାକୁ ପରିବାର ଲୋକେ ଆଶା ରଖିଛନ୍ତି ।

ଗାୟତ୍ରୀ ଅନର୍ଗଳ ଭାବେ ଇଂରାଜୀରେ ସାତୋଟି ରଙ୍ଗ, ପନ୍ଦର ଗୋଟି ପଶୁମାନଙ୍କ ନାମ, ଚାରିଗୋଟି ଫୁଲ, ଶରୀରର ଦଶଟି ଅଙ୍ଗର ନାମ, ସପ୍ତାହର ସାତଟି ବାର, ବର୍ଷର ବାର ମାସ ଶବ୍ଦ ସହିତ ଇଂରାଜୀ ବର୍ଣ୍ଣମାଳା, ଇଂରାଜୀରେ ଚାରୋଟି ନର୍ସରୀ ରାଇମସ୍ ଏବଂ ୧ରୁ ୫୦ ପର୍ଯ୍ୟନ୍ତ ସଂଖ୍ୟା ଇଣ୍ଡିଆ ବୁକ୍ ଅଫ ରେକର୍ଡ ସମୟରେ କହି ପାରିଛନ୍ତି । ତାଙ୍କର ଏ ସଫଳତା ଅନ୍ୟ ପିଲାଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚିତ ।

 

You might also like