“ମୁଁ ଏବେ ପେନସିଲ ମାଗିଲେ ମୋ ମା’ ମୋତେ ବାଡ଼ଉଛି”, ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଏମିତି କିଛି ଲେଖିଲା କୁନି ଝିଅ

ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ଏକ ୬ ବର୍ଷର ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛି । ବଢିଚାଲିଥିବା ମହଙ୍ଗାଇକୁ ନେଇ ସେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଗୁଡିକୁ ଉପସ୍ଥାପନ କରିଛି ଏହି କୁନି ଝିଅଟି । ପରିଚୟରୁ ଜଣାଯାଇଛି ଝିଅଟି ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଚିବ୍ରାମାଉ ସହରରେ ବସବାସ କରେ । ଚିଠିରେ ଏହି କୁନି ଝିଅଟି ଲେଖିଛି, ମୋ ନାଁ କୀର୍ତି ଦୁବେ । ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢେ । ମୋଦିଜୀ ସବୁ ଜିନିଷର ଦରଦାମ ଦିନକୁ ଦିନ ବଢିଚାଲିଛି । ଏମିତିକି ମୋ ପେନ୍ସିଲ ଓ ରବର ଦାମ ବି ବଢିଚାଲିଛି । ମ୍ୟାଗିର ଦାମ ଆଗ ଅପେକ୍ଷା ବଢିଚାଲିଛି । ପରିସ୍ଥିତି ଏମିତି ଯେ ଏବେ ଯଦି ମୋ ମା’କୁ ପେନ୍ସିଲଟିଏ ପାଇଁ କହୁଛି । ସେ ମୋତେ ମାରିବାକୁ ଗୋଡ଼ଉଛି । ମୁଁ ଆଉ କଣ କରିବି ଯେ ? ଅନ୍ୟ ପିଲାମାନେ ମୋ ପେନ୍ସିଲକୁ ଚୋରେଈକି ନେଇଯାଉଛନ୍ତି ।

ହିନ୍ଦୀ ଭାଷାରେ ଲେଖାଯାଇଥିବା ଏହି ଚିଠି ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନାରୁ ଜଣାଯାଇଛିଯେ ଝିଅ ଟିର ବାପାଙ୍କ ନାଁ ବିଶାଳ ଦୁବେ । ବୃତ୍ତିରେ ସେ ଜଣେ ଓକିଲ । ସେ କହିଛନ୍ତିଯେ, ଏହା ହେଉଛି ମୋ ଝିଅର ମନର କଥା । ସ୍କୁଲରେ ପେନସିଲ ହଜାଇବା ପରେ ତା ମା ତାକୁ ପିଟିଥିବାରୁ ସେ ଟିକେ ରାଗିଯାଇଥିଲା । ସମ୍ବାଦଦାତା ମାନଙ୍କୁ ଖବର ଦେବା ସମୟରେ ଚିବ୍ରାମାଉ ଏସଡ଼ିଏମ ଅଶୋକ କୁମାର କହିଛନ୍ତିଯେ ସୋସିଆଲ ମିଡ଼ିଆ ଜରିଆରେ ସେ ଏହି ଛୋଟ ଝିଅଟିର ଚିଠି ବିଷୟରେ ଜାଣିବାକୁ ପାଇଲେ । ଏହା ସହିତ ସେ କହିଛନ୍ତିଯେ ସବୁ ସ୍ତରରେ ସେ ସେହି କୁନି ଝିଅଟିକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ତା ଚିଠିଟି କିପରି ବିଭାଗୀୟ ଅଧିକାରୀଙ୍କ ନିକଟରେ ପହଂଚିବ ସେନେଇ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.