ଦେଖାଇ ପାରିଲାନି ଗଣମାଧ୍ୟମ! କୁନି ଝିଅଟି ନିଜେ ରିପୋର୍ଟର ହୋଇ ଦେଖାଇଲା ବେହାଲ ରାସ୍ତାର ଫଟୋ, ଇଣ୍ଟରନେଟରେ ଛାଇଗଲା ଭିଡି଼ଓ

ଦୁନିଆରେ ଏମିତି ଅନେକ ଭିଡିଓ ଆମ ସାମ୍ନାକୁ ଆସିଥାଏ, ଯାହାକୁ ସହଜରେ ଆମେ ବିଶ୍ୱାସ କରି ପାରି ନ ଥାଉ। ଏହା ଆମକୁ ଏକ ପ୍ରକାରର ଶିକ୍ଷା ମଧ୍ୟ ଦେଇଥାଏ। ଏଥିରୁ ଆମେ କିଛି ଶିଖିବାକୁ ପାଇ ଥାଉ। ଏବେ ଠିକ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଆସନ୍ତୁ ଜାଣିବା କ’ଣ ଏହି ଭିଡ଼ିଓରେ ଅଛି? ଏହି ଭିଡ଼ିଓକୁ ଦେଖିଲା ପରେ ଲୋକମାନେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।
ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବରେ ବିବେଚନା କରାଯାଏ। କିନ୍ତୁ ଯେତେବେଳେ ଦେଶର ଗଣମାଧ୍ୟମ ସାମାଜିକ ସ୍ୱାର୍ଥ ସହ ଜଡିତ ସମସ୍ୟା ଦେଖାଇବା ବନ୍ଦ କରେ, ତ ସେତେବେଳେ ଜନତାଙ୍କୁ ଠିକ ସେମିତି ହିଁ ଏହାର ଦାୟିତ୍ୱ ଉଠାଇବାକୁ ପଡ଼ିଥାଏ। ଯେମିତି କି, କାଶ୍ମୀରର ଜଣେ ଛୋଟ ଝିଅଟି ନେଇଛି। ଝିଅଟି ନିଜ ଘର ଆଡ଼କୁ ଯାଇଥିବା ରାସ୍ତାର ଖରାପ ଅବସ୍ଥାକୁ ଏକ ଭିଡି଼ଓ ମାଧ୍ୟମରେ ଦେଖାଇଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ।
ଭିଡ଼ିଓରେ ଏହି କୁନି ଝିଅ ଯେଭଳି ଭାବେ ରିପୋର୍ଟିଂ କରିଛି, ତାହା ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେବ। ଝିଅଟିର ରିପୋର୍ଟିଂ ସ୍କିଲ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ବେକରେ ଲାପେଲ୍ ମାଇକ୍ ଲଗାଇ ଏହି ଛୋଟ ଝିଅଟି ରାସ୍ତାର ଯେଉଁ ସ୍ଥିତି ଦର୍ଶାଇଛି, ସମସ୍ତେ ତା’ର ଦିୱାନା ହୋଇଯାଇଛନ୍ତି। ଏହି ଭିଡିଓରେ ତା’ର ମାଆ କ୍ୟାମେରାମ୍ୟାନର ଭୂମିକା ତୁଲାଇଥିଲେ।
ଭିଡିଓରେ ଝିଅଟି କହୁଛି, ‘ରାସ୍ତା ଏତେ ଖରାପ ଯେ କୌଣସି ଅତିଥି ମଧ୍ୟ ଏଠାକୁ ଆସି ପାରିବେ ନାହିଁ, ସବୁ କିଛି ଅପରିଷ୍କାର ହୋଇ ଯାଇଛି’। ତେବେ ଝିଅଟିର ରିପୋର୍ଟର ଭାବରେ ରାସ୍ତା ଦେଖାଇବାର ଏଭଳି ଢଙ୍ଗକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଏହି ଝିଅର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କେବେକାର ତାହା ଜଣାପଡି ନାହିଁ। ସେହିପରି ଏଥିରେ ରିପୋର୍ଟର ଭୂମିକାରେ ଝିଅଟି କିଏ, ତାହା ଚିହ୍ନଟ ହୋଇ ନାହିଁ।
This cute little girl has taken internet by storm. Hope @OfficeOfLGJandK takes note of this video and compliment the little angel by undertaking the repair work as well as punishment to the contractor for doing such a shabby job pic.twitter.com/Buh5qRAVIa
— sumir kaul (@sumirkaul) January 10, 2022