ଜେଜେ ବାପାଙ୍କ ଠାରୁ ସଂସ୍କୃତ ଶ୍ଳୋକ ଶିଖି ଏବେ ଚର୍ଚ୍ଚାରେ ୮ ବର୍ଷର ମୟଙ୍କ, ପାଇଲେ ଆନ୍ତର୍ଜାତୀୟ ପୁରସ୍କାର

ଯାଜପୁର ଟାଉନ(କେନ୍ଯୁଜ୍): ପିଲାଟି ଦିନରୁ ମାଙ୍କଠୁ ଗପ ଶୁଣୁବା ଠାରୁ ଆରମ୍ଭ କରି ଅଭିନୟ କଳାର ଶିକ୍ଷା ନେଇ ଆସୁଥିଲେ । ଏହାସହିତ ଜେଜେ ବାପାଙ୍କ ଠାରୁ ବି ସଂସ୍କୃତ ଶ୍ଳୋକ ଶିକ୍ଷାଲାଭ କରୁଥିଲେ। ହେଲେ ଏହି ଶିକ୍ଷା ବଳରେ ଯେ କୁନି ପିଲାଟି ଏତେ ଆଗକୁ ଚାଲିଯିବ ତାହା କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ଆଜିର ଦୁନିଆରେ କୁନି ପ୍ରତିଭାଙ୍କ ସଂଖ୍ଯା କିଛି କମ୍ ନୁହେଁ। ସେମିତି ଆଉ ଏକ କୁନି ଯିଏ ସଂସ୍କୃତ ଶୋଳ୍କ ଗାଇ ଆନ୍ତର୍ଜାତିକ ସ୍ତରରେ ନାଁ କମାଇଛନ୍ତି। କେବଳ ସଂସ୍କୃତ ଶ୍ଳୋକ ନୁହେଁ ହିନ୍ଦି ଓ ଇଂରାଜି ଭାଷାରେ ଗପ ଶୁଣାଇ ହାସଲ କରିଛନ୍ତି ଅନେକ ପୁରସ୍କାର । ଏହା ବାଦ ନାଚ ଗୀତ ଠାରୁ ଆରମ୍ଭ କରି ଅଭିନୟ କଳାରେ ପାରଙ୍ଗମ ଏହି ଛାତ୍ରଙ୍କୁ ମିିଳିବାରେ ଲାଗିଛି ଗୋଟିଏ ପରେ ଗୋଟେ ସଫଳତା । ନିକଟରେ ଇଂଟରନେସନାଲ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇବା ପରେ ୮ ବର୍ଷର ଛାତ୍ର ମୟଙ୍କ ପତିଙ୍କୁ ଚାରିଆଡୁ ମିିଳିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

mayank

ଯାଜପୁର ବରୀ ବ୍ଲକ ଗୋଳକୁଣ୍ଡ ହରିପୁର ଗାଁର ମୟଙ୍କ ପତି। ବୟସ ମାତ୍ର ୮ ବର୍ଷ । ଏ ବୟସରେ ସେ ଜାତୀୟ ଓ ଆନ୍ତଜାତୀୟ ସ୍ତରର ଏକାଧିକ ପୁରସ୍କାର ହାତେଇବାରେ ସକ୍ଷମ ହୋଇଛନ୍ତି । ମାନସ ରଂଜନ ପତି ଓ ପୁଷ୍ପଲତା ଦାସଙ୍କ ପୁଅ ମୟଙ୍କ ନିକଟକରେ ଅନଲାଇନ ମାଧ୍ୟମରେ ହୋଇଥିବା ଏକ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଛନ୍ତି । ମାତ୍ର ଦୁଇ ମିିନିଟରେ ସେ ୩୦ଟି ସଂସ୍କୃତ ଭାଷାରେ ଶ୍ଳୋକ ଆବୃତି କରି ଇଂଟରନେସନାଲ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇପାରିଛନ୍ତି । ମୟଙ୍କ କେବଳ ଶୋଳ୍କ ଆବୃତିରେ ନୁହେଁ ହିନ୍ଦି ଓ ଇଂରାଜି ଭାଷାରେ ଗପ ଶୁଣାଇବା ଠାରୁ ଆରମ୍ଭ କରି ନୃତ୍ୟ ଗୀତ ମାଧ୍ୟମରେ ଅନେକ ପୁରସ୍କାର ମଧ୍ୟ ଜିଣିପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ନିଜ ମା ଓ ପରିବାରର ସଦସ୍ୟଙ୍କ ଅବଦାନ ରହିଥିବା ସେ କହିଛନ୍ତି ।

mayank family

ମୟଙ୍କ ଏବେ କଟକର ସେଂଟ ଜାଭିୟର୍ସ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗୀତାରେ ସପଂଳତା ପାଇ ନିଜ ପରିବାର ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ପୂର୍ବରୁ ଗପ ଶୁଣାଇ ଇଷ୍ଟ ଲଣ୍ଡନ ରେଡିଓ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି । ସେହିପରି ରାମ ସଂଗୀତ ଗାଇବା ସହିତ ଅଭିନୟ କରି ଅନେକ ପୁରସ୍କାର ପାଇଛନ୍ତି । ମୟଙ୍କ ନିଜର ୟୁ ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନିଜର ହଜାର ହଜାର ପ୍ରଶଂସକ ମଧ୍ୟ ତିଆରି କରି ପାରିଛନ୍ତି । ମୟଙ୍କଙ୍କୁ ଏହି ସଫଳତା ମିିଳିବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ମାତ୍ର ୮ ବର୍ଷ ବୟସରେ ମୟଙ୍କ ଏଭଳି ଆନ୍ତର୍ଜାତୀୟ ପୁରସ୍କାରର ଅଧିକାରୀ ହୋଇଥିବାବେଳେ ବେଳେ, ଆଗକୁ ଆହୁରି ଏମିତି ଅନେକ ସଫଳତା ହାସଲ କରନ୍ତୁ ଏହାହିଁ କାମନା ।

ଯାଜପୁର ରୁ ଦେବାଶିଷ ସାହୁଙ୍କ ସହ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ , କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.