ଟିଭି ଦେଖିବାକୁ ପସନ୍ଦ କରନ୍ତି କି ! ଖୁବ୍‌ ଶୀଘ୍ର ବଢ଼ିବ ଚ୍ୟାନେଲ ରେଟ୍‌ ଜାଣନ୍ତୁ …

ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ଦେଖିବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ସେଥିପାଇଁ ପ୍ରତ୍ୟେକ ଘରେ ରହିଥାଏ ଟିଭି । ଆଉ ଟିଭି ଦେଖୁଥିବା ସମୟରେ ବିଭିନ୍ନ ଚ୍ୟାନେଲ ମଧ୍ୟରୁ କିଛି ପରିବାରର ଜଣେ ସଦସ୍ୟଙ୍କ ପସନ୍ଦ ଥିବା ବେଳେ ଅନ୍ୟ ଚ୍ୟାନେଲ ଦେଖିବାକୁ ପସନ୍ଦ କରିନଥାନ୍ତି । ଆଉ ସେହି ଅନ୍ୟ ଚ୍ୟାନେଲ ଗୁଡ଼ିକ ପାଇଁ କିନ୍ତୁ ଆମକୁ ଦେୟ ଦେବାକୁ ପଡ଼ିଥାଏ ।

କିନ୍ତୁ ଏବେ ଟିଭି ଦେଖିବା ମହଙ୍ଗା ହୋଇଯିବ । କାରଣ ବିଢ଼ିଯିବ ଚ୍ୟାନେଲର ମୂଲ୍ୟ । ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍‌ ଉପରେ ପକାଇବ। ଡିଜନି ଷ୍ଟାର, ଭାୟାକମ୍ ୧୮, ଜି ଏଣ୍ଟରଟେନମେଣ୍ଟ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ସେମାନଙ୍କର ହାର ବୃଦ୍ଧି କରିଛନ୍ତି । ଟିଭି ସବସ୍କ୍ରିପସନ୍ ହାର ୫ ରୁ ୮ ପ୍ରତିଶତ ବୃଦ୍ଧି ହୋଇପାରେ । ହାର ବୃଦ୍ଧି ପାଇଁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଟ୍ରାଇ କହିଛି । ବର୍ତ୍ତମାନ ଲୋକସଭା ନିର୍ବାଚନ ସମାପ୍ତ ହେବା ସହିତ ଟିଭି ଚ୍ୟାନେଲର ହାର ଯେକୌଣସି ସମୟରେ ବୃଦ୍ଧି ପାଇପାରେ। ରେଟ୍‌ରେ ବୃଦ୍ଧି କରିବା ପାଇଁ ଟ୍ରାଇ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା ।

ସମସ୍ତ ପ୍ରସାରଣକାରୀ କମ୍ପାନୀ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବିତରଣ ପ୍ଲାଟଫର୍ମ ଅପରେଟର୍ସ (ଡିପିଓ) କୁ କହିଥିଲେ। ଏହା ପରେ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ସମସ୍ତ ପ୍ରସାରଣକାରୀଙ୍କୁ କହିଥିଲେ ଯେ, ଲୋକସଭା ନିର୍ବାଚନ ହେବା ପର୍ଯ୍ୟନ୍ତ ଏଗ୍ରିମେଣ୍ଟ ସାଇନ କରିବାକୁ ଥିବା ସିଗନାଲ ବନ୍ଦ କରନ୍ତୁ ନାହିଁ । ବର୍ତ୍ତମାନ TRAI ଏହାକୁ ଯେକୌଣସି ସମୟରେ ଏଥିପାଇଁ ମଞ୍ଜୁରୀ ଦେଇପାରେ ।

ଚଳିତ ବର୍ଷ ଜାନୁଆରୀରେ, ସମସ୍ତ ବଡ ପ୍ରସାରଣକାରୀମାନେ ସେମାନଙ୍କ ଚ୍ୟାନେଲର ବୁକ୍‌ ହାରକୁ ୧୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ଭାୟାକମ୍ ୧୮ ହାରକୁ ସର୍ବାଧିକ ୨୫ ପ୍ରତିଶତ ବୃଦ୍ଧି କରିଛି । କ୍ରିକେଟ ରାଇଟ୍‌ ଏବଂ ମନୋରଞ୍ଜନ ଚ୍ୟାନେଲଗୁଡିକର ବଜାର ଅଂଶ ବୃଦ୍ଧି ହେତୁ ଏହି ବୃଦ୍ଧି କରାଯାଇଥିଲା । ଫେବୃଆରୀରୁ ଏହି ନୂତନ ହାର କାର୍ଯ୍ୟକାରୀ ହେଲା । ୧ ଜୁନ୍ ରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିଲା। ଏହା ବ୍ୟତୀତ ୪ ଜୁନ୍ ରେ ନିର୍ବାଚନ ଫଳାଫଳ ମଧ୍ୟ ଆସିଛି। ଏଭଳି ପରିସ୍ଥିତିରେ ସମସ୍ତ ପ୍ରସାରଣକାରୀମାନେ ହାର ବୃଦ୍ଧି ପାଇଁ DPO ଉପରେ ଚାପ ପକାଇବେ । ଏୟାରଟେଲ ଡିଜିଟାଲ ଟିଭି ଏହି ହାର ବୃଦ୍ଧି କରିସାରିଛି। ଅବଶିଷ୍ଟ DPO ଗୁଡିକ ମଧ୍ୟ ବୃଦ୍ଧି ହାରର ଭାର ଜନସାଧାରଣଙ୍କ କାନ୍ଧରେ ରଖିପାରନ୍ତି ବୋଲି କୁହାଯାଉଛି ।

You might also like