ଖୋଜୁଛନ୍ତି ଝିଅ ପାଇଁ ଯୋଗ୍ୟ ଜୀବନସାଥୀ? ବେଷ୍ଟ୍‍ ହଜବ୍ୟାଣ୍ଡ ପ୍ରମାଣିତ ହୋଇ ଥାଆନ୍ତି ଏହି ୪ ରାଶିର ଲୋକେ; ସ୍ତ୍ରୀ ଗୋଡ଼ରେ କଣ୍ଟା ଫୁଟିବାକୁ ବି ଦିଅନ୍ତିନି

ଯେପରି ସବୁ ପୁଅ ଜଣେ ଭଲ ଜୀବନସଙ୍ଗିନୀ ଖୋଜି ଥାଆନ୍ତି, ଠିକ୍‌ ସେହିପରି ଝିଅମାନେ ମଧ୍ୟ ନିଜ ପାଇଁ ଜଣେ ଭଲ ଜୀବନସାଥୀଟିଏ ଖୋଜି ଥାଆନ୍ତି। ଭଲ ଜୀବନସାଥୀ ପାଇବା ପାଇଁ ଅନେକ ଝିଅ ଷୋହଳ ସୋମବାର ବ୍ରତ ମଧ୍ୟ ରଖି ଥାଆନ୍ତି। ଅବିବାହିତା ଥିବା ବେଳେ ବେଶ୍‌ ନିଷ୍ଠାର ସହିତ ଏହି ବ୍ରତ ପାଳନ କରି ଥାଆନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ରାଶିର ଲୋକ ଉତ୍ତମ ଜୀବନସାଥୀ ହୋଇ ପାରିବେ। ଏବେ ଚାଲିଛି ବିବାହ ଋତୁ। ଅନେକ ପରିବାର ନିଜ ଝିଅ ପାଇଁ ଭଲ ବର ପାତ୍ର ଖୋଜୁଥିବେ। ପାତ୍ର ଯେପରି ଦୟାଳୁ, ବୁଝି ବିଚାରି ପାରୁଥିବା ଏବଂ ସ୍ୱାଧୀନ ହେବା ଉଚିତ। ଏଠି ଆମେ ଆପଣଙ୍କୁ କହିବୁ, କିଏ ହୋଇ ପାରିବେ ଆପଣଙ୍କ ଘରର ଭଲ ଜ୍ୱାଇଁ ଏବଂ ଝିଅର ଭଲ ସ୍ୱାମୀ। ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ।

ମେଷ ରାଶି: ଏହି ରାଶିର ପୁରୁଷ ଭଲ ସ୍ୱାମୀ ପ୍ରମାଣିତ ହୋଇ ଥାଆନ୍ତି। କାହିଁକିନା, ଏମାନେ ଘରର ଦାୟିତ୍ୱ, ବୋଝ ସମ୍ଭାଳି ଥାଆନ୍ତି। ବିତ୍ତୀୟ ସୁରକ୍ଷାର ଦେଖାଶୁଣା କରି ଥାଆନ୍ତି। ଏହି ରାଶିର ଲୋକେ କେବେ କେବେ ଆପଣଙ୍କୁ କଠୋର କିମ୍ବା ଆକ୍ରମଣାତ୍ମକ ଲାଗି ପାରନ୍ତି। କିନ୍ତୁ ବାସ୍ତବରେ, ଏମାନେ ଭିତରୁ ବହୁତ ନରମ ସ୍ୱଭାବର ହୋଇ ଥାଆନ୍ତି।

ସିଂହ ରାଶି: ଏହି ରାଶିର ଲୋକେ ସବୁବେଳେ ନିଜ ସାଥୀଙ୍କୁ ସ୍ପେସ୍‌ ଦେବାରେ ବିଶ୍ୱାସ କରନ୍ତି। ଏମାନେ ନିଜ ପାର୍ଟନରଙ୍କ ଜୀବନରେ ସବୁ ସମୟରେ ଦଖଲ ଦେବାକୁ ପସନ୍ଦ କରନ୍ତି ନାହିଁ, ଯେଉଁ କାରଣରୁ ସିଂହ ରାଶିର ଲୋକେ ଭଲ ଜୀବନସାଥୀ ହୋଇ ପାରନ୍ତି।

କନ୍ୟା ରାଶି: ଏମାନେ କ୍ୟାରିୟରରେ ସବୁବେଳେ ନିଜ ପାର୍ଟନରଙ୍କ ସାଥ୍‌ ଦେଇ ଥାଆନ୍ତି। ଏହି ରାଶିର ଲୋକେ ନିଜ ସ୍ତ୍ରୀଙ୍କ କ୍ୟାରିୟର ବନାଇବାରେ ବି ପୂରା ଧ୍ୟାନ ଦେଇ ଥାଆନ୍ତି।

ମୀନ ରାଶି: ଏହି ରାଶିର ଲୋକେ ନିଜ ସାଥୀଙ୍କ ଦେଖାଶୁଣା କରିବା ଏବଂ ସେମାନଙ୍କର ସମସ୍ତ ଆବଶ୍ୟକତା ଉପରେ ଧ୍ୟାନ ରଖିବାକୁ ପସନ୍ଦ କରି ଥାଆନ୍ତି। ଏମାନେ ଆପଣଙ୍କ କଥା ଏବଂ ନିଷ୍ପତ୍ତିକୁ ନିଜଠାରୁ ଉପରେ ରଖି ଥାଆନ୍ତି। ଏହାକୁ ନିଜ ଭାବନାରେ ସନ୍ତୁଳିତ କରି ଥାଆନ୍ତି। ଏମାନେ ପିଲାଙ୍କ ଦେଖାଶୁଣା ଏବଂ ଘରୋଇ କାମ କରିବାରେ ମଧ୍ୟ ଆଗରେ ଥାଆନ୍ତି। ଏହି ରାଶିର ବ୍ୟକ୍ତି ସ୍ୱାମୀ ହେବା ପାଇଁ ଯୋଗ୍ୟ ପାତ୍ର ହୋଇ ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.