ଲୁଟ ପାଇଁ ବିଭତ୍ସ ହତ୍ୟାକାଣ୍ଡ, ଦୃର୍ବୁତ୍ତଙ୍କ ଆକ୍ରମଣରେ ମା’ ମୃତ ଝିଅ ଆହତ

ମେଡିକାଲ ପରିସରରେ ବସି ଭୋ ଭୋ ହୋଇ କାନ୍ଦୁଛନ୍ତି ୩ ଜଣ ମହିଳା । କଣ ହୋଇଛି କିଛି ଜଣାପଡ଼ିନଥିଲା । ପରେ ଜାଣିବାକୁ ମିଳିଥିଲା କି ଏମାନଙ୍କ ଘରକୁ ଚୋର ଆସିଥିଲେ ଟଙ୍କା, ସୁନା ନେବେ କଣ ବୁଢ଼ୀ ଲୋକର ଜୀବନ ନେଇଗଲେ । ଝିଅ ଉପରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ ତାକୁ ବଞ୍ଚାଇବାକୁ ଯାଇ ଆଜି ବୁଢ଼ୀମା ର ଜୀବନ ଚାଲିଗଲା । ପୁରା ପରିବାର ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।
ହଁ ଅଜ୍ଞା, ଯୁଆଡେ ଦେଖିବେ ଯେତେବେଳେ ଦେଖିବେ ସବୁଆଡ଼େ ଲୁଟ୍ ଓ ଛିନତାଇ ଖବର। ଲୁଟେରାଙ୍କ ଆତଙ୍କରେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକିଲେଣି ଲୋକେ। କେତେବେଳେ ଘରେ ନଥିବାର ସୁଯୋଗ ନେଇ ଲୁଟେରା ମାନେ କଳା କନା ବୁଲାଉଥିବା ବେଳେ ଆଉ କେତେବେଳେ ବନ୍ଧୁକ ମୁନରେ ଲୁଟ କରି ଆତଙ୍କ ଖେଳାଉଛନ୍ତି । ଖାଲି ଆତଙ୍କ ଖେଳାଉନାହାଁନ୍ତି ଲୁଟ୍ ବେଳେ ତାଙ୍କୁ ବିରୋଧ କଲେ ଜୀବନ ନେଇଯାଉଛନ୍ତି । ନିକଟରେ ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛିଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିପଡିଆ ପଞ୍ଚାୟତ ତିଗିରିଆ ଗାଁରେ। ତିଗିରିଆ ଗାଁରେ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁବୃର୍ତ୍ତ । ଦୃର୍ବୁତ୍ତଙ୍କ ଆକ୍ରମଣରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଦୃର୍ବୁତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ମୃତ ବୃଦ୍ଧା ହେଲେ କୌଶଲ୍ୟା ପତି।
ତେବେ ତିଗିରିଆ ଗାଁର କୌଶଲ୍ୟା ପତି ଓ ତାଙ୍କ ଝିଅ ମମତା ପତି ଘରେ ଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଲୁଟ କରିବା ପାଇଁ ଘରେ ପଶିଥିଲେ । ଉଭୟ ମା ଝିଅ ଦୁବୃର୍ତ୍ତଙ୍କୁ ଦେଖି ପାଟି କରିଥିଲେ । ଦୁବୃର୍ତ୍ତ ମାନେ ରାଗିଯାଇ ମା’ ଝିଅଙ୍କୁ ଆକ୍ରମଣ କରିଥିଲେ। ଫଳରେ ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି। ଝିଅର ପାଟି ଶୁଣି ଘର ପାଖ ଲୋକେ ପହଞ୍ଚିବା ସମୟରେ ସେଠାରୁ ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏଭଳି ଲୁଟ୍ ଘଟଣା ବଢ଼ିବାରେ ଲାଗିଛି । ଲୁଟ୍ ଓ ଆକ୍ରମଣରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ଏହି ଅପରାଧକୁ ରୋକିବା ପାଇଁ ପୋଲିସ ତତ୍ପର ହୋଇଛି ସତ । କିନ୍ତୁ ଦୁବୃର୍ତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ୍ ନେଉଛନ୍ତି ନିରୀହ ଜୀବନ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
Also Read:ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର: ମୁଣ୍ଡ,ବେକ ଓ ହାତରେ ଲାଗିଛି ଆଘାତ