ଭଗବାନ ଧନ୍ଵନ୍ତରୀଙ୍କ ଏହି ମନ୍ଦିରରେ ହୋଇଥାଏ ସବୁ ରୋଗ ଦୂର,ଆପଣ ବି ଥରେ ଯାଇ ଠାକୁରଙ୍କ କୃପାର ଲାଭ ଉଠାନ୍ତୁ

ଭଗବାନ ଧନ୍ଵନ୍ତରୀଙ୍କ ନାମ ବୋଧ ହୁଏ ଅନେକ ଲୋକ ଶୁଣିନଥିବେ। ଭଗବାନ ଧନ୍ଵନ୍ତରୀ ସେହି ଦେବତା ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ମନ୍ଦିର ଖୁବ କମ୍‌ ସ୍ଥାନରେ ଦେଖିବାକୁ ମିଳିଥାଏ। କେରଳର ଏର୍ନାକୁଲମ ଜିଲ୍ଲା ଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ଥିବା ଥୋଟ୍ଟୁବା ଗ୍ରାମରେ ଧନ୍ଵନ୍ତରୀ ଠାକୁରଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ସ୍ୱୟଂ ଭଗବାନ ପର୍ଶୁରାମ ଭଗବାନ ଧନ୍ଵନ୍ତରୀଙ୍କ ପ୍ରତିମା ସ୍ଥାପନା କରିଥିଲେ ବୋଲି କୁହାଯାଏ। ଆରୋଗ୍ୟର ଦେବତା ଭଗବାନ ଧନ୍ଵନ୍ତରୀ ହୋଇଥିବାରୁ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କର ବିଭିନ୍ନ ରୋଗ ଦୂର ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ମନ୍ଦିର ବିଷୟରେ କିଛି ଖାସ କଥା ଜଣାଇବୁ।

dhanbantri2

ଆଜିଠାରୁ ପ୍ରାୟ ଏକ ହଜାରବର୍ଷ ପୂର୍ବେ ଅର୍ଥାତ ନବମୀ ଶତାବ୍ଦୀରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା।ଏଠାରେ ଉପ ଦେବତା ଅୟପ୍ପନ, ଗଣପତି, ଭଦ୍ରକାଳି ଏବଂ ବ୍ରହ୍ମରାକ୍ଷଙ୍କର ସ୍ଥାପନା କରାଯାଇଛି। ଧନ୍ଵନ୍ତରୀ ଭଗବାନଙ୍କର ଏଠାରେ ୪ଟି ହାତ ବିଶିଷ୍ଟ ପାଖପାଖି ୬ ଫୁଟ ଉଚ୍ଚତାର ମୂର୍ତ୍ତି ରହିଛି। ଡାହାଣ ହାତରେ ଅମୃତ କଳସ, ବାମ ହାତରେ ଅଟ୍ଟା, କୋଣ ଏବଂ ଚକ୍ର ରହିଛି। ସେହିପରି ମନ୍ଦିରର ପୂର୍ବ ଦିଗରେ ବୋହୁଥିବା ଏକ ଝରଣାରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କରିବାର ପରମ୍ପରା ରହିଛି।

dhanbantri3

ତେବେ ସର୍ବପ୍ରଥମେ ନାମ୍ବଦରୀ ବ୍ରାହ୍ମଣମାନେ ଏହି ମନ୍ଦିରର ପୂଜା କରୁଥିଲେ ବୋଲି କୁହାଯାଏ। ପ୍ରଚଳିତ କଥାନୁସାରେ ଆଦି ଶଙ୍କରାଚାର୍ଯ୍ୟ ମଳୟାତୁର ପାହାଡରେ ରହୁଥିବା ତିନିଜଣ ନମ୍ବୁଦରୀ ବ୍ରାହ୍ମଣଙ୍କ ପାଖକୁ ଭିକ୍ଷା ମାଗିବା ପାଇଁ ଯାଇଥିଲେ କିନ୍ତୁ ବ୍ରାହ୍ମଣ ତିନି ଜଣ ଅତ୍ୟନ୍ତ ଗରିବ ଥିବାରୁ ସେମାନେ ଶଙ୍କରାଚାର୍ଯ୍ୟଙ୍କୁ ଭିକ୍ଷା ଦେବାରେ ଅସମର୍ଥ ହୋଇଥିଲେ। ପରେ ତିନି ଜଣ ବ୍ରାହ୍ମଣଙ୍କୁ ଭୋକ ଲାଗିବାରୁ ଏହାର ପ୍ରାୟଶ୍ଚିତ କରିବା ପାଇଁ ସେମାନେ କାଠ ଯୋଗାଡ କରି ରୋଷେଇ କରିବାକୁ ଲାଗିଥିଲେ।

କିନ୍ତୁ ତାଙ୍କ ମଧ୍ୟରୁ ଜଣେ ଖାଦ୍ୟ ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲା ଓ ମନ ଦୁଃଖ କରି ଭଗବାନ ଧନ୍ଵନ୍ତରୀଙ୍କ ମୂର୍ତ୍ତି ପାଖରେ ନିଜ ଛତା ରଖି ଶୋଇପଡିଥିଲା। କୁହାଯାଏ ଯେ, ସେହିଦିନ ରାତିରେ ଭଗବାନ ଧନ୍ଵନ୍ତରୀ ତାଙ୍କ ସ୍ୱପ୍ନରେ ଆସି ବ୍ରାହ୍ମଣ ଜଣଙ୍କୁ ନିଜ ଶିଶ୍ୟ ରୁପେ ଗ୍ରହଣ କରିବା ସହିତ ଖାଦ୍ୟ ଏବଂ ସମୃଦ୍ଧିର ଆର୍ଶିବାଦ ଦେଇଥିଲେ। ସେହିଦିନ ଠାରୁ ନାମ୍ବଦରୀ ବ୍ରାହ୍ମଣ ମାନେ ଏଠାରେ ପୂଜା କରିବା ଆରମ୍ଭ କରିଥିଲେ। ସେହପରି ଭଗବାନ ଧନ୍ଵନ୍ତରୀଙ୍କ ଆର୍ଶିବାଦରେ ସମସ୍ତ ରୋଗ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଏଠାରେ ଭଗବାନ ଗଣେଶ, ଅୟପ୍ପନ, ଦେବୀ ଭଦ୍ରକାଳୀ ଏବଂ ବ୍ରହ୍ମରାକ୍ଷସଙ୍କ ପୂଜା ଦ୍ୱାରା ବାତ, ପିତ୍ତ ଏବଂ କଫ ଭଳି ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.