ହନୁମାନଙ୍କ ଦେହ ସିନ୍ଦୁର ଭରା ହୋଇଥିବା ପଛରେ ରହିଛି ବିଶେଷ କାରଣ, ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ କଥାବସ୍ତୁ

ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ। ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ। ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ। ମଙ୍ଗଳବାର ଦିନ ହନୁମାନଙ୍କର ଦିନ। ଏହି ଦିନ ହନୁମାନ ଚାଳିଶା ପାଠ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନକୁ ବିଶେଷ ଭାବେ ହନୁମାନଙ୍କର ଦିନ ବୋଲି ମନାଯାଏ। ସଙ୍କଟ ମୋଚନ ହନୁମାନଙ୍କୁୁ ଆପଣ ମାନେ ଅନ୍ୟ ଦିନ ମାନଙ୍କରେ ବି ପୂଜା କରିପାରିବେ। ତେବେ ସପ୍ତାହର ପ୍ରତ୍ୟେକ ଦିନକୁ ପ୍ରତିଟି ଦେବଦେବୀଙ୍କୁ ସମର୍ପିତ କରାଯାଇଛି। ସେହିପରି ହନୁମାନଙ୍କୁ କେବଳ ମଙ୍ଗଳବାର ନୁହଁ ବରଂ ଶନିବାର ମଧ୍ୟ ହନୁମାନଙ୍କ ଦିନ କୁହାଯାଏ। ତେବେହନୁମାନଙ୍କ ଭକ୍ତ ତ ଅନେକ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ହନୁମାନଙ୍କ ଦେହସାରା କାହିଁକି ସିନ୍ଦୁର ବୋଳା ହୋଇଥାଏ? ଯାହା କି ଅନ୍ୟ ଦେବଦେବୀଙ୍କ ଠି ଦେଖିବାକୁ ମିଳିନଥାଏ।

ଧାମିର୍କ ମାନ୍ୟତା ଅନୁସାରେ ଆପଣ ହନୁମାନଙ୍କ ଆଶିର୍ବାଦ ପାଇବା ପାଇଁ ଲଡ୍ଡୁ ସିନ୍ଦୁର କୁ ଦେଇପାରିବେ। ଏହା ତାଙ୍କର ଖୁବ ପ୍ରିୟ। ଏହାକୁ ନେଇ ଏକ ପୌରାଣିକ କହାଣୀ ମଧ୍ୟ ରହିଛି।

ଏକଦା ମାତା ସୀତା ସ୍ନାନ କରିବା ପରେ ସିନ୍ଦୁର ଲଗାଉଥିଲେ। ଏହି ସମୟରେ ହନୁମାନ ଆସି ତାଙ୍କୁ ପଚାରିଥିଲେ ଯେ, ମାତା ଆପଣ ସିନ୍ଦୁର କଣ ପାଇଁ ଲଗାଉଛନ୍ତି? ମାତା ସୀତା କହିଲେ ଯେ ଏହାକୁ ଲଗାଇବା ଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଥାନ୍ତି। ଏହାକୁ ଶୁଣି ହନୁମାନ ସିନ୍ଦୁର ଭରା ଡବା କୁ ନିଜ ଉପରେ ଢ଼ାଳି ଦେଲେ । ପରେ ଶ୍ରୀରାମଙ୍କ ପାଖରେ ଯାଇ ଠିଆ ହୋଇଗଲେ। ପ୍ରଭୁ ହନୁମାନଙ୍କର ଏହି ସରଳତାକୁ ଦେଖି ଖୁବ ପ୍ରସନ୍ନ ହୋଇଗଲେ। ଏହାପରଠାରୁ ହନୁମାନ ସିନ୍ଦୁର ଲଗାଇବା ଆରମ୍ଭ କଲେ। ତେଣୁ କୁହାଯାଏ ଯେ ହନୁମାନଙ୍କୁ ପ୍ରସାଦ ସହିତ ସିନ୍ଦୁର ଚଢ଼ାଇଲେ ସେ ଖୁସି ହୋଇଯାନ୍ତି।

ମାନ୍ୟତା ଅନୁଯାୟୀ ଏମିତି ବି କୁହନ୍ତି ଯେ ମହିଳା ମାନେ ହନୁମାନଙ୍କୁ ପୂଜା କରିବା ଉଚିତ ନୁହେଁ। କାରଣ ହନୁମାନ ସବୁ ମହିଳାଙ୍କୁ ମାଆଙ୍କ ରୂପରେ ସମ୍ମାନ କରିଥାନ୍ତି। ଏମିତିରେ ମହିଳାଙ୍କ ପ୍ରଣାମକୁ ସ୍ୱୀକାର କରିବା ପରିବର୍ତ୍ତେ ସେ ତାଙ୍କୁ ନମନ କରିବା ପସନ୍ଦ କରିଥାନ୍ତି।

ମହିଳା ମାନେ ତାଙ୍କ ଆଗରେ ଦୀପ ଜଳାଇପାରିବେ। ତାଙ୍କୁ ସ୍ତୁତିକୁ ଗାଇପାରିବେ। ହନୁମାନଙ୍କ ଭକ୍ତି ଅନୁଯାୟୀ ଯେକୌଣସି ବ୍ୟକ୍ତି ଯଦି ପୁରା ଶ୍ରଦ୍ଧାର ସହିତ ହନୁମାନଙ୍କର ସ୍ତୁତି କରଥାନ୍ତି ତାଙ୍କ ଉପରେ ବଜରଙ୍ଗବଲୀ ଆଶୀର୍ବାଦ ବର୍ଷା କରିଥାନ୍ତି। କିନ୍ତୁ ହନୁମାନଙ୍କର ୧୬ ଉପଚାର ଯେମିତିକି ମୁଖ୍ୟ ସ୍ନାନ, ବସ୍ତ୍ର, ଚୋଲା ଆଦି ଚ ଢ଼ାଇପାରିବେ ନାହିଁ। ଏହି ସେବା ନାରୀ ମାନେ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.