ସ୍ପେଶାଲ

ନ୍ୟାୟାଧୀଶ ଶନିଦେବଙ୍କ କୃପା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ, ମିଳିବ ଅନେକ ସଫଳତା

ଶନି ଦେବ ହେଉଛନ୍ତି କର୍ମଫଳ ଦାତା। ଭଲ କର୍ମ କରି ଭକ୍ତିର ସହ ତାଙ୍କୁ ଯିଏ ମନେ ପକାଏ ତା ଉପରେ ଶନିଦେବଙ୍କର ଶୁଭ ଦୃଷ୍ଟି ପଡ଼େ। ଶନିଦେବଙ୍କର ଅପାର କୃପା ମିଳିଥାଏ। ଆଜି ଆମେ ଶନିଦେବଙ୍କୁ ନେଇ କିଛି ରୋଚକ କଥା କହିବୁ ।

ପୁରାଣ ଅନୁସାରେ ଶନିଙ୍କ ପିତା ଚିତ୍ରରଥଙ୍କ କନ୍ୟାଙ୍କ ସହ ଶନିଙ୍କ ବିବାହ କରିଦେଇଥିଲେ। ଶନିଦେବଙ୍କ ପତ୍ନୀ ପରମ ତେଜସ୍ୱୀ ଥିଲେ। ଏକଦା ସେ ପୁତ୍ର ପ୍ରାପ୍ତି ପାଇଁ ଶନିଙ୍କ ପାଖକୁ ଗଲେ। କିନ୍ତୁ ସେ ଶ୍ରୀକୃଷ୍ଣଙ୍କ ଧ୍ୟାନରେ ମଗ୍ନ ଥିଲେ। ପତ୍ନୀ ପ୍ରତୀକ୍ଷା କରି ଶେଷର ଥକିଗଲେ। ଆଉ କ୍ରୋଧରେ ନିଜ ସ୍ୱାମୀ ଶନିଦେବଙ୍କୁ ଅଭିଶାପ ଦେଇଦେଲେ। ଶନିଦେବଙ୍କ ଅଭିଶାପ ମିଳିଥିଲା ଯେ ସେ ଯାହାକୁ ବି ଦେଖିବେ ସେ ନଷ୍ଟ ହୋଇଯିବ। କିନ୍ତୁ ପରେ ପତ୍ନିଙ୍କୁ ତାଙ୍କ ଭୁଲର ପଶ୍ଚାତାପ ହେଲା। ଏହାପରେ ମଧ୍ୟ ଶନିଦେବ ସର୍ବଦା ମୁଣ୍ଡ ନୁଆଁଇ ରହିଲେ। କାରଣ ସେ ଚାହୁଁ ନଥିଲେ ତାଙ୍କ ଦ୍ୱାରା କାହାର ବି ଅନିଷ୍ଟ ହେଉ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଗ୍ରହ ମାନଙ୍କର ରାଜା ହୋଇଥିବା ବେଳେ ମଙ୍ଗଳଦେବ ହେଉଛନ୍ତି ସେନାପତି। ସେହିପରି ଶନିଦେବ ହେଉଛନ୍ତି କର୍ମଫଳ ଦାତା ନ୍ୟାୟାଧୀଶ । ରାହୁ କେତୁ ହେଉଛନ୍ତି ପ୍ରଶାସକ। ଗୁରୁ ବୃହସ୍ପତି ହେଉଛନ୍ତି ମାର୍ଗ ପ୍ରଦର୍ଶକ। ଚନ୍ଦ୍ର ଦେବ ମାତା ଓ ମନ କାରକ ଗ୍ରହ। ସେହିପରି ଶୁକ୍ରଦେବ ହେଉଛନ୍ତି ପତି ଙ୍କ ପାଇଁ ପତ୍ନୀ ଓ ପତ୍ନୀଙ୍କ ପାଇଁ ପତି କାରକ ଗ୍ରହ। ଯେବେ ସମାଜରେ କୌଣସି ବ୍ୟକ୍ତି ଅପରାଧ କରିଥାଏ ତେବେ ଶନିଦେବଙ୍କ ଆଦେଶରେ ରାହୁ ଓ କେତୁ ତାକୁ ଦଣ୍ଡ ଦେବା ପାଇଁ ସକ୍ରିୟ ହୋଇଥାଏ।

କୁାହାଯାଏ ଶନିଙ୍କ କୋର୍ଟରେ ଦଣ୍ଡ ପ୍ରଥମରୁ ହିଁ ନିର୍ଣ୍ଣୟ ହୋଇଥାଏ। ଯଦି ବ୍ୟକ୍ତି ଜଣକ ସୁଧୁରିଯାଏ ତେବେ ସେ ଦଣ୍ଡରୁ ମଧ୍ୟ ଧିରେ ଧିରେ ମୁକ୍ତ ହୋଇଯାଏ।

ଶନିଦେବଙ୍କୁ ମଦମାଂସ ପସନ୍ଦ ନୁହେଁ। ସେହିପରି ଜୁଆ, ସୁଧ କାରବାର, ପର ସ୍ତ୍ରୀଙ୍କ ପାଖକୁ ଯିବା, ଅପ୍ରାକୃତକି ଉପାୟରେ ସମ୍ଭୋଗ କରିବା, ମିଛ କହିବା, ନିର୍ଦ୍ଦୋଷୀଙ୍କୁ ହଇରାଣ କରିବା, କାହା ବିରୁଦ୍ଧରେ ଅନ୍ୟ ଆଡ଼େ ଗପିବା, ବଡ଼ ଲୋକଙ୍କୁ ଅପମାନ କରିବା, ଇଶ୍ୱରଙ୍କ ବିରୁଦ୍ଧ ହେବା, ଦାନ୍ତ ପରିଷ୍କାର ନ ରଖିବା, ମଇଁଷୀକୁ ମାରିବା, ସାପ, କୁକୁର ଙ୍କୁ ହଇରାଣ କରିବା ଆଦି ଶନି ଦେବଙ୍କୁ ପସନ୍ଦ ନୁହେଁ। ତେଣୁ ଯଦି ଆପଣ ବି ଶନି ଦେବଙ୍କୁ ମାନନ୍ତି ତେବେ ଏହିସବୁ କଥାକୁ ଧ୍ୟାନ ରଖନ୍ତୁ।

ଶନିଙ୍କ ଖରାପ ପ୍ରଭାବ ପଡ଼ିଲେ ଘର କୁ ନେଇ ଅସୁବିଧା ହୁଏ। ବ୍ୟକ୍ତି ଜଣକର ଅନେକ କ୍ଷତି ଗ୍ରସ୍ତ ହୁଏ। କରଜ , ଝଗଡ଼ା ଆଦି ବଢ଼ିଯାଏ। କେଶ ଉପୁଡେ। ନିଆଁ ଲାଗିବା ର ସମ୍ଭାବନା ବଢ଼େ। ଧନ ସମ୍ପତ୍ତି ନଷ୍ଟ ହୋଇଯାଏ। ସମୟ କ୍ରମେ ଦାନ୍ତ ଓ ଆଖିର ଶକ୍ତି କମିଯାଏ।

ଯଦି ଶନିଙ୍କ ଶୁଭ ଦୃଷ୍ଟି ପଡ଼େ ତେବେ ବ୍ୟକ୍ତିର ସବୁ କ୍ଷେତ୍ରରେ ପ୍ରଗତି ହୁଏ। ବ୍ୟକ୍ତିର ଜୀବନରେ କୌଣସି ପ୍ରକାରର ସମସ୍ୟା ଆସେ ନାହିଁ। ନଖ ଓ କେଶ ମଜବୁତ ରୁହେ। ଏହି ବ୍ୟକ୍ତି ନ୍ୟାାୟପ୍ରିୟ ହୋଇଥାଏ ଓ ସମାଜ ରେ ମାନ ସମ୍ମାନ ବୃଦ୍ଧି ହୁଏ।

D Sonali

Recent Posts

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

7 mins ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

11 mins ago

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି…

24 mins ago

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

36 mins ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

42 mins ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

42 mins ago