ସ୍ପେଶାଲ

ଆଜିବି ଜୀବିତ ଅଛନ୍ତି ଭଗବାନ ଶିବଙ୍କ ଏହି ଦୁଇଟି ଅବତାର, ଜାଣନ୍ତୁ ଏହା ପଛର କାହାଣୀ

ପୁରାଣ ଶାସ୍ତ୍ରର ବର୍ଣ୍ଣନାକୁ ଧ୍ୟାନ ଦେଲେ ଜଣାପଡେ ଯେ ପୃଥିବୀ ପୃଷ୍ଠରେ ଅଧର୍ମକୁ ନାଶ କରି ଧର୍ମ ସ୍ଥାପନା କରିବା ପାଇଁ ଭଗବାନ ଅବତାର ନେଇଥାନ୍ତି। ଭଗବାନ ବିଷ୍ଣୁ ଓ ପ୍ରଭୁ ଭୋଳାନାଥ ସଂସାରରେ ଧର୍ମ ସ୍ଥାପନା ପାଇଁ ଅନେକ ଅବତାର ନେଇଛନ୍ତି। ଏବେର ଯୁଗ ହେଉଛି କଳିଯୁଗ।

ଶାସ୍ତ୍ରରେ କୁହାଯାଇଛି ଯେ କଳିଯୁଗରେ ମଧ୍ୟ ଧର୍ମ ସ୍ଥାପନା କରିବା ପାଇଁ ଭଗବାନ ବିଷ୍ଣୁ ଓ ଭୋଳାଶଙ୍କର ନିଜ ନିଜ ଅବତାର ନେବେ। ଭଗବାନ ବିଷ୍ଣୁ କଳିଯୁଗରେ କଳକି ଅବତାର ନେବେ। ଏହାସହ ଭୋଳାନାଥଙ୍କର ଦୁଇଟି ଅବତାର ଆଜି ବି ଏହି ପୃଥିବୀ ପୃଷ୍ଠରେ ରହିଛି ବୋଲି ଶୁଣିବାକୁ ମିଳେ।

ଭଗବାନ ଶିବଙ୍କର ଏକାଦଶ ଅବତାର ସଙ୍କଟମୋଚନ ହନୁମାନ ଓ ମହାଭାରତ ଯୁଗର ଯୋଦ୍ଧା ଅଶ୍ୱସ୍ଥାମା ଆଜି ବି ଉପସ୍ଥିିତି ଥିବାର ଶୁଣିବାକୁ ମିଳେ। ଭଗବାନ ହନୁମାନ ମହାପ୍ରଭୁଙ୍କୁ ସମସ୍ତେ ପୂଜା କରନ୍ତି। ତାଙ୍କ ଉପସ୍ଥିତିକୁ ଏ ଯୁଗରେ ଅନୁଭବ କରାଯାଏ। ଭକ୍ତ ମାନେ ବିଶ୍ୱାସର ସହିତ ପ୍ରଭୁଙ୍କୁ ଡାକିଲେ ସେ ସବୁ ସମସ୍ୟା ଦୂର କରନ୍ତି ବୋଲି ମାନ୍ୟତା ରହିଛି। କିନ୍ତୁ ଅଶ୍ୱସ୍ଥାମା ଆଜି ବି ଘନ ଜଙ୍ଗଲରେ ବୁଳୁଥିବାର ଶୁଣିବାକୁ ମିଳେ।

ହନୁମାନ ବାନରରାଜ କେସରୀଙ୍କ ପତ୍ନୀ ଅଞ୍ଜନୀଙ୍କ ପୁତ୍ର। ପବନ ଦେବଙ୍କ ଆଶିର୍ବାଦରୁ ହନୁମାନଙ୍କ ଜନ୍ମ ହୋଇଥିବାରୁ ତାଙ୍କୁ ପବନପୁତ୍ର ମଧ୍ୟ କୁହାଯାଏ। ସେହିପରି ଅଶ୍ପସ୍ଥାମାଙ୍କ ପିତା ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଜ୍ୟ। ଭଗବାନ ଶିବଙ୍କ କୃପାରୁ ଗୁରୁ ଙ୍କର ପୁତ୍ର ଜନ୍ମ ହୋଇଥିଲା। ସେତେବେଳେଳସେ ସବନ୍ତିକ ରୁଦ୍ରଙ୍କ ଅଂଶ ରୂପେ ଅଶ୍ୱସ୍ଥାମା ଜନ୍ମ ନେଇଥିଲେ।

ଯେବେ ପବନପୁତ୍ର ହନୁମାନ ମାତା ସୀତାଙ୍କୁ ଖୋଜିବାକୁ ବାହାରିଲେ ସେତେବେଳେ ସେ ସମୁଦ୍ର ପାର୍‌ କରି ଲଙ୍କାରେ ପହଞ୍ଚିଥିଲେ। ସେହି ସମୟରେ ସୀତା ମାତା ତାଙ୍କୁ ଅମର ହେବାର ବରଦାନ ଦେଲେ। ତେଣୁ କୁହାଯାଏ ଏମିତି ବି ଶୁଣିବାକୁ ମିଳେ ଯେ ଭଗବାନ ରାମ ହୁନମାନଙ୍କୁ କଳିଯୁଗରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବିଶ୍ୱାସ ରହିଛି ଯେ ସଙ୍କଟମୋଚନ ଏବେ ବି ଉପସ୍ଥିତ ଅଛନ୍ତି। ପ୍ରଭୁଙ୍କ ଭକ୍ତ ମଧ୍ୟ ଅସଂଖ୍ୟ ଭାବେ ରହିଛନ୍ତି।

କିନ୍ତୁ ଅଶ୍ୱସ୍ଥାମାଙ୍କୁ ଅଭିଶାପ ମିଳିଥିଲା। ମହାଭାରତ ଯୁଦ୍ଧ ସମୟରେ ଯେବେ କୌରବଙ୍କ ପରାଜୟ ହେବାପରେ ରାତିରେ ଶୋଇବା ସମୟରେ ପାଣ୍ଡବ ମାନଙ୍କର ୫ଟି ପୁତ୍ରଙ୍କୁ ହତ୍ୟା କରିଥିଲେ। ଏହାସହିତ ଉତ୍ତରାଙ୍କ ଗର୍ଭକୁ ବ୍ରହ୍ମାସ୍ତ୍ର ମଧ୍ୟରେ ନଷ୍ଟ କରିଥିଲେ। ଏହା ପରେ ଭଗବାନ ଶ୍ରୀକୃଷ୍ଣ ଅଶ୍ୱସ୍ଥାମାଙ୍କୁ ଅଭିଶାପ ଦେଇଥିଲେ ଯେ ସେ ସବୁଦିନ ପାଇଁ ପୃଥିବୀରେ ଜୀବିତ ରହିବେ। ଆଉ ଏମିତି ତାଙ୍କ ଆତ୍ମା ବୁଲୁଥିବ।

D Sonali

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

2 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

27 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

31 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

34 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

40 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

52 mins ago