ଏହି ୩ ରାଶି ଉପରେ ରହିଥାଏ ଭଗବାନ ଶିବଙ୍କ କୃପା, ଜାଣନ୍ତୁ ଆପଣ ନୁହନ୍ତି ତ !

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି | କୁହାଯାଏ ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି ଭଗବାନ ଶିବ | ସମସ୍ତଙ୍କ ଉପରେ ଭୋଳାନାଥଙ୍କ କୃପା ରହିଥାଏ | ତେବେ ଏମିତି କିଛି ରାଶି ଅଛନ୍ତି ଯାହାଙ୍କ ଉପରେ ଭୋଳାନାଥଙ୍କ ବିଶେଷ କୃପା ରହିଥାଏ | ଆସନ୍ତୁ ଜାଣିବା କେଉଁମାନେ ସେହି ରାଶିର ବ୍ୟକ୍ତି |

ମେଷ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ରାଶି ମଧ୍ୟରେ ମେଷ ପ୍ରଥମ ରାଶି | ଏହି ରାଶିର ସ୍ୱାମୀ ମଙ୍ଗଳ ଦେବ ଅଟନ୍ତି | ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କୁ ଏହି ରାଶି ବହୁତ ପ୍ରିୟ | ଭୋଳାନାଥଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ସୁଖୀ ଓ ସମୃଦ୍ଧିଶାଳୀ ହୋଇଥାନ୍ତି | ମେଷ ରାଶିର ବ୍ୟକ୍ତି ସୋମବାର ଦିନ ମହାଦେବଙ୍କୁ ଜଳାଭିଷେକ କରିବା ଉଚିତ |

ମକର :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ଭଗବାନ ଶିବଙ୍କୁ ବହୁତ ପ୍ରିୟ | ଏହି ରାଶିର ସ୍ୱାମୀ ଶନି ଦେବ ଅଟନ୍ତି | ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ସହିତ ଶନି ଦେବଙ୍କ କୃପା ମଧ୍ୟ ରହିଥାଏ | ମକର ରାଶିର ଜାତକଙ୍କ ପାଇଁ ମହାଦେବଙ୍କ ଉପାସନା ବହୁତ ଲଭଦାୟୀ ହୋଇଥାଏ | ଏହି ରାଶିର ବ୍ୟକ୍ତିଙ୍କୁ ମହାଦେବଙ୍କୁ ଅଭିଷେକ କରିବା ଉଚିତ |

କୁମ୍ଭ :

କୁମ୍ଭ ରାଶି ବି ଭଗବାନ ଶିବଙ୍କ ବହୁତ ପ୍ରିୟ | ଏହି ରାଶିର ସ୍ୱାମୀ ମଧ୍ୟ ଶନି ଦେବ ଅଟନ୍ତି | ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ସହିତ ଶନି ଦେବଙ୍କ କୃପା ମଧ୍ୟ ରହିଥାଏ | ଏହି ରାଶିର ଜାତକଙ୍କ ପାଇଁ ଶିବ ଆରାଧନା ଲାଭଦାୟୀ ହୋଇଥାଏ | ଏହି ରାଶିର ଜାତକଙ୍କୁ “ଓଁ ନମଃ ଶିବାୟ ମନ୍ତ୍ର” ରେ ଶିବ ଲିଙ୍ଗ ଉପରେ ଜଳ ଚଢାଇବା ଜରୁରୀ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.