Categories: ସ୍ପେଶାଲ

ଏହି ୧୨ଟି ପାପ କଲେ କେବେବି କ୍ଷମା ଦିଅନ୍ତି ନାହିଁ ଭଗବାନ ଶିବ, ସୁଖୀ ଜୀବନ ଚାହୁଁଥିଲେ ଆଦୌ କରନ୍ତୁ ନାହିଁ ଏହି କାମ

ଅଘୋରୀ ଭୋଲେନାଥ

ଭଗବାନ ଶିବଙ୍କୁ ଅଘୋରୀ ଏବଂ ଭୋଳାନାଥ କୁହାଯାଇଥାଏ। ଭଗବାନ ଶିବ ଯେପରି ଭୋଳା ଏବଂ ସହଜରେ ପ୍ରସନ୍ନ ହୋଇଥାନ୍ତି ସେହିପରି ତାଙ୍କର ରାଗ ମଧ୍ୟ ପ୍ରଳୟଙ୍କାରୀ ହୋଇଥାଏ। କୁହାଯାଏ ଯେଉଁ ଦିନ ଭଗବାନ ତାଙ୍କର ତୃତୀୟ ନୟନ ଖୋଲିବେ ସେହି ଦିନ ଦୁନିଆର ବିନାଶ ସୁନିଶ୍ଚିତ।

ଶିବ ପୁରାଣ

ଶିବ ପୁରାଣରେ ବ୍ୟବହାର , କାର୍ଯ୍ୟ ଏବଂ ଭାବନା କୁ ନେଇ ୧୨ ଟି ପାପକୁ ବର୍ଣ୍ଣନା କରାଯାଇଛି , ଯାହାକୁ ଭଗବାନ ଶିବ କେବେବି କ୍ଷମା କରନ୍ତି ନାହିଁ। ଏହି ଭଳି ବ୍ୟକ୍ତି ସର୍ବଦା ଭଗବାନ ଶିବଙ୍କ କ୍ରୋପର ସିକାର ହୋଇଥାନ୍ତି ଏବଂ କେବେ ବି ଜୀବନ ରେ ଖୁସି ରହିନଥାନ୍ତି।

ଭାବନାରେ କରାଯାଇଥିବା ପାପ

ଆପଣ ଜାଣିଥିବେ ଭଗବାନଙ୍କଠାରୁ କିଛି ଲୁଚାଇ ହୋଇନଥାଏ । ଆପଣଙ୍କ ମନ ରେୂ ଭାବୁଥିବା କଥା ମଧ୍ୟ ଭଗବାନ ଙ୍କ ଠାରୁ ଲୁଚାଇ ହୋଇନଥାଏ।ଏଥିପାଇଁ କଥା ଏବଂ ବ୍ୟବହାରରେ କାହାକୁ କଷ୍ଟ ନ ପହଞ୍ଚିବା ଉଚିତ୍ । ଯଦି ଆପଣ ଙ୍କ ମନରେ କାହା ପ୍ରତି ଖରାପ ଭାବନା ଏବଂ ଖରାପ ଚିନ୍ତାଧାରା ରହିଥାଏ ଏହାମଧ୍ୟ ପାପ ଶ୍ରେଣୀରେ ଆସିଥାଏ ।

ଅନ୍ୟ ପୁରୁଷ କିମ୍ବା ମହିଳା ଙ୍କୁ ଖରାପ ନଜର ରେ ଦେଖିବା ଏବଂ ତାଙ୍କୁ ପାଇବା ପାଇଁ ଇଛା ରଖିବା ହେଉଛି ପାପ। ଅନ୍ୟର ଧନକୁ ନିଜର କରିବା ଭଗବାନ ଶିବଙ୍କ ନଜର ରେ ଘୋର ପାପ ହୋଇଥାଏ। ସରଳ ବ୍ୟକ୍ତିଙ୍କୁ କଷ୍ଟ ଦେବା ,ବିପଦରେ ପକାଇବା ଏବଂ ତାଙ୍କର ଧନ ସମ୍ପତ୍ତି ଲୁଟିବା ମଧ୍ୟ ପାପ ହୋଇଥାଏ। ଭଲ କଥାକୁ ଭୁଲି ଖରାପ ରାସ୍ତାକୁ ବାଝିବା ଅକ୍ଷମ ପାପ ହୋଇଥାଏ।

ନିଶ୍ଚୟ ପଢ଼ନ୍ତୁ : ଜାଣନ୍ତୁ କାହିଁକି ଦେବୀ-ଦେବତାଙ୍କର ବାହନ ହୋଇଥାନ୍ତି ପଶୁ-ପକ୍ଷୀ ଏବଂ କଣ ରହିଛି ଏହାର ମାନ୍ୟତା

ଶିବ ପୁରାଣରେ କୁହାଯାଇଛି ଆପଣ କାହାର ଖରାପ ନ କରି ମଧ୍ୟ କାହା ପାାଇଁ ଖରାପ ଭାବନା ରଖିବା ମଧ୍ୟ ପାପ ହୋଇଥାଏ।ସେହିପରି ଆପଣଙ୍କର କାର୍ଯ୍ୟ ଖରାପ ହୋଇନଥିଲେ ମଧ୍ୟ ଆପଣ ଙ୍କର କିଛି କଥା କହିବା ପାପ ହୋଇଥାଏ।

ବିଶେଷ କରି ଏହି ତିନୋଟି ସମୟରେ

ଗର୍ଭବତୀ ଥବା ସମୟରେ କୌଣସି ମହିଳାଙ୍କୁ କଟୁ କଥା କହି ତାଙ୍କ ମନ ଦୁଃଖ କରିବା ଭଗବାନ ଶିବଙ୍କ ନଜରରେ ଏହା ପାପ ହୋଇଥାଏ।

କାହାର ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ମିଛ କହିବା ମଧ୍ୟ ପାପ ହୋଇଥାଏ।

ଏହା ସହ ପଢ଼ନ୍ତୁ : ୧୦ ଫେବୃଆରୀରେ ପଡୁଛି ବସନ୍ତ ପଞ୍ଚମୀ, ଜାଣନ୍ତୁ ସରସ୍ବତୀଙ୍କ ପୂଜା କେବେ ଓ କେମିତି ଆରମ୍ଭ ହେଲା ?

ସମାଜରେ କାହାର ମାନ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ତାଙ୍କ ପଛରେ କଥା ହେବା ମଧ୍ୟ ଅକ୍ଷମା ପାପ ହୋଇଥାଏ।

ଆପଣଙ୍କର ଭାବନା ଏବଂ କଥା ବ୍ୟତୀତ ଆପଣଙ୍କ ଦ୍ବାରା ହୋଇଥିବା ଏହି ୫ଟି କାର୍ଯ୍ୟ ମଧ୍ୟ ପାପ ର ଭାଗୀଦାରୀ ହୋଇଥାଏ।

ଧର୍ମ ଅନୁସାରେ ମନା କରାଯାଇଥିବା ଖାଦ୍ୟ ଏବଂ ବିପରୀତ କାର୍ଯ୍ୟ କରିବା ଦ୍ବାରା ଭଗବାନ ଶିବଙ୍କ ନଜରରେ ସବୁଦିନ ପାଇଁ ଅପରାଧି ହୋଇଥାନ୍ତି।

ଛୋଟପିଲା, ମହିଳା କିମ୍ବା ଦୁର୍ବଳ ପ୍ରାଣୀଙ୍କ ପ୍ରତି ହିସାଂ ଏବଂ ଅସାମାଜିକ କାର୍ଯ୍ୟ କରୁଥବା ବ୍ୟକ୍ତି ମଧ୍ୟ ପାପରେ ଦୋଷୀ ହୋଇଥାନ୍ତି।

ଭୁଲ୍ ରାସ୍ତାରେ ଅନ୍ୟର ସମ୍ପତ୍ତି ହଡ଼ପ୍ କରିବା ,ବ୍ରାହ୍ମଣ କିମ୍ବା ମନ୍ଦିରର କିଛି ଜିନିଷ ଚୋରାଇବା ମଧ୍ୟ ପାପ ହୋଇଥାଏ।

ଗୁରୁ,ପିତା,ମାତା,ପତ୍ନୀ ଏବଂ ପୂର୍ବପୁରୁଷଙ୍କୁ ମଧ୍ୟ ଭୁଲରେ ବି ଅପମାନ କରିବା ଉଚିତ୍ ନୁହେଁ।

ମଦ୍ଯ ପାନ କରିବା,ଗୁରୁଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖିବା,ଦାନ କରିଥିବା ଜିନିଷ କିମ୍ବା ଟଙ୍କା ଫେରାଇ ନେବା ମହାପାପ ହୋଇଥାଏ।ଏହାକୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ।

 

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago