ବରଯାତ୍ରୀଙ୍କ ସହ ଏଠାରେ ମହାଦେବ ନେଇଥିଲେ ବିଶ୍ରାମ, ଜାଣନ୍ତୁ କଣ ରହିଛି ଏହି ଭବ୍ୟ ମନ୍ଦିର ପଛର କାହାଣୀ

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ସୃଷ୍ଟିର ବିନାଶ କର୍ତ୍ତା ବୋଲି କୁହାଯାଏ । ଭଗବାନ ଶିବଙ୍କ ପ୍ରଥମ ବିବାହ ଯାହା ମାତା ସତୀଙ୍କ ସହିତ ହୋଇଥିଲା ତାହା ବିଷୟରେ ଆପଣମାନେ ନିଶ୍ଚୟ ଶୁଣିଥିବେ। ମାତା ସତୀଙ୍କ ଘରକୁ ବରଯାତ୍ରୀ ନେଇ ଯାଉଥିବା ସମୟର ଅନେକ କଥା ବିଭିନ୍ନ ଧାର୍ମିକ ପୁସ୍ତକରେ ମଧ୍ୟ ବର୍ଣ୍ଣିତ ହୋଇଛି। ସେହିପରି ଦେବଭୂମି ଉତ୍ତରାଖଣ୍ଡ ଦେବ ଦେବ ମହାଦେବଙ୍କ ବାସସ୍ଥଳି ହୋଇଥିବାର ମାନ୍ୟତା ରହିଛି । ତେବେ ତାଙ୍କ ଶ୍ୱଶୁର ଙ୍କ ଘର ମଧ୍ୟ ଏହି ଭୂମିରେ ରହିଛି ବୋଲି କୁହାଯାଏ।

bhutnath

ଭଗବାନ ଶିବଙ୍କ ବିବାହ ସହିତ ଜଡିତ ପ୍ରଚଳିତ କଥା ମଧ୍ୟରୁ ଊତ୍ତରାଖଣ୍ଡର ଋଷିକେଶ ସ୍ଥିତ ଭୂତନାଥ ମନ୍ଦିର ଅନ୍ୟତମ । ଆଧ୍ୟାତ୍ମିକ ଓ ପୌରାଣିକ କଥା ସହିତ ମନ୍ଦିରର ସୈାନ୍ଦର୍ଯ୍ୟ ଯୋଗୁଁ ଏହି ମନ୍ଦିରର ବିଶେଷ କ୍ଷାତି ରହିଛି । ପ୍ରଚଳିତ କଥା ଅନୁସାରେ ଯେତେବେଳେ ମହାଦେବ, ମାତା ସତୀଙ୍କ ଘରକୁ ବିବାହ କରିବା ନିମନ୍ତେ ବରଯାତ୍ରୀ ନେଇ ଯାଉଥିଲେ । ସେହି ସମୟରେ ବରଯାତ୍ରୀଙ୍କ ବିଶ୍ରାମ ପାଇଁ ମାତା ସତୀଙ୍କ ପିତା ରାଜା ଦକ୍ଷ ଏହି ଭୂତନାଥ ମନ୍ଦିରରେ ସମସ୍ତ ବ୍ୟବସ୍ଥା କରିଥିଲେ । ଭଗବାନ ଶିବ ନିଜ ସମସ୍ତ ବରଯାତ୍ରୀଙ୍କ ସହ ଏଠାରେ ଗୋଟିଏ ରାତି ବିତାଇଥିଲେ । ସେହିପରି ଏହି ଅଲୌକିକ ମନ୍ଦିରକୁ ନେଇ ଆଉ ଏକ ପ୍ରଚଳିତ କଥା ମଧ୍ୟ ରହିଛି । ଯାହା ଏଠାକୁ ଆସୁଥିବା ଦର୍ଶକଙ୍କୁ ଖୁବ ଆଶ୍ଚର୍ଯ୍ୟାନ୍ଵିତ କରିଥାଏ।

bhutnath3

ଏହି ମନ୍ଦିରକୁ ଗୁପ୍ତ ମନ୍ଦିର ମଧ୍ୟ କୁହାଯାଏ । ଏହି ମନ୍ଦିରର ଦର୍ଶନ କଲେ ଭୂତ ପ୍ରେତ ଭଳି ଅନେକ ବାଧା ବିଘ୍ନ ଦୂର ହୋଇଥାଏ । ଅସାଧ୍ୟ ରୋଗରେ ପିଡିତ ଥିବା ବ୍ୟକ୍ତିଙ୍କୁ ଏହି ମନ୍ଦିରର ଦର୍ଶନ କରାଇଲେ ଭଗବାନ ଶିବଙ୍କର ସୈାଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ମନ୍ଦିରର ମାଟିରେ ଅନେକ ଅଲୈାକିକ ଶକ୍ତି ରହିଛି । ତେଣୁ ଏଠାକୁ ଆସୁଥିବା ଭକ୍ତମାନେ ଏହି ମାଟିକୁ ନିଜ ସାଥିରେ ନେଇ ଯାଇଥାନ୍ତି । ସେହିପରି ଅବସାଦ, ନିଶାଗ୍ରସ୍ତ କିମ୍ବା ମନରେ ଅଶାନ୍ତି ରହିଥିଲେ ଏହି ସ୍ଥାନକୁ ଆସି ବାବାଙ୍କ ଦର୍ଶନ ନିଶ୍ଚୟ କରନ୍ତୁ । ଏଠାରେ ଥିବା ଶିବଲିଙ୍ଗଙ୍କ ଚାରି ପାଖରେ ଲାଗି ରହିଥିବା ୧୦ଟି ଘଣ୍ଟି ବାଜିଲେ ସେଠାରୁ ଭିନ୍ନ ଭିନ୍ନ ଧ୍ୱନି ଉତ୍ପନ୍ନ ହୋଇଥାଏ । ଏପରିକି ଏହି ଘଣ୍ଟିଗୁଡ଼ିକ ଏକସହିତ ବାଜିଲେ ମଧ୍ୟ ଭିନ୍ନ ଭିନ୍ନ ଧ୍ୱନ୍ନି ଶୁଭିଥାଏ ।

ଉତ୍ତରାଖଣ୍ଡର ଏହି ଭୂତନାଥ ମନ୍ଦିର ସମ୍ପୂର୍ଣ୍ଣ ରୂପରେ ଭଗବାନ ଶିବଙ୍କୁ ସର୍ମପିତ କରାଯାଇଛି । ମନ୍ଦିରର କାନ୍ଥରେ ଭଗବାନ ଶଙ୍କରଙ୍କ ସହିତ ଜଡ଼ିତ ଅନେକ କଥା ଚିତ୍ର ମାଧ୍ୟମରେ ବର୍ଣ୍ଣିତ ହୋଇ ରହିଛି । ଋଷିକେଶରେ ଅବସ୍ଥିତ ଏହି ମନ୍ଦିରକୁ ଯିବା ପାଇଁ ପ୍ରଥମେ ଆପଣଙ୍କୁ ହରିଦ୍ୱାର ଯିବାକୁ ପଡିବ । ହରିଦ୍ୱାର ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି । ଆପଣ ସହର ଠାରୁ ଟ୍ରେନ୍‌ କିମ୍ବା ବସ୍‌ ମାଧ୍ୟମରେ ହରିଦ୍ୱାର ପହଞ୍ଚି ପାରିବେ । ହରିଦ୍ୱାର ପହଞ୍ଚିଲା ପରେ ସେଠାରୁ ଅଟୋ କିମ୍ବା ଟ୍ୟାକ୍ସି ମାଧ୍ୟମରେ ଯାଇ ଭୂତନାଥ ମନ୍ଦିରରେ ପହଞ୍ଚି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.