ପ୍ରକୃତିକୁ ଭଲ ପାଇଲେ ସେ ଆମକୁ ସେତିକି ପ୍ରେମ ଫେରାଇବ କେବେ କରିଛନ୍ତି ଅନୁଭବ ? ଥରେ ଦେଖିନିଅନ୍ତୁ ଏହି ଭିଡିଓ..
ଆମେ ଅନେକଥର ଶୁଣିଛେ ଯେ ପ୍ରେମକୁ ଅନୁଭବ କରିହୁଏ କିନ୍ତୁ କେବେ ଆପଣ ଅନୁଭବ କରିଛନ୍ତି । ନିଶ୍ଚିତ କରିଥିବେ ସେ ମା’ର ପ୍ରେମ ହେଉ କିମ୍ବା ବଏଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଵାଲା ପ୍ରେମ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରେମକୁ ନେଇ ଏମିତି କିଛି ସୁନ୍ଦର ଭିଡିଓ ଦ୍ବେଖାଇବୁ ଯାହାକୁ ଦେଖିଲେ ଆପଣ ବି କହିବେ ବାଃ ଚମତ୍କାର..। ତାହେଲେ ଆସନ୍ତୁ ପ୍ରଥମେ ଦେଖିନେବା ଏହି ଭିଡ଼ିଓଟିକୁ ।
କଣ ମାଇଣ୍ଡ ଏକଦମ ଫ୍ରେସ ହୋଇଗଲା କି ନାହିଁ ? ଅତି ସୁନ୍ଦର ଭିଡ଼ିଓଟିଏ ଥିଲା ନିଶ୍ଚୟ କାରଣ ଏମିତି ଭିଡିଓ ବହୁତ କମ ଦେଖିବାକୁ ମିଳେ । ଏହି ଭିଡିଓ ଦେଖିବା ପରେ ଆପଣ ନିଶ୍ଚୟ ଅନୁଭବ କରିପାରୁଥିବେ ଯେ ହଜାରେ ମିଠାକଥା ଠାରୁ ଗୋଟିଏ ହଗ ବା ଏକ ଆଲିଙ୍ଗନ ବହୁତ ଶକ୍ତିଶାଳୀ । ଏ କଥାକୁ ଆପଣ ଅନେକ ସମୟରେ ଅନୁଭବ କରିଥିବେ । ଯେତେବେଳେ ଆପଣ ରାଗରେ ଥାନ୍ତି କିମ୍ବା କୌଣସି କଥାକୁ ନେଇ ଟେନ୍ସନରେ ଥାନ୍ତି ସେହି ସମୟରେ କିଏ ଆସି ଆପଣଙ୍କୁ ବୁଝାଇବା ଅପେକ୍ଷା ଯଦି ଟିକିଏ ଆଲିଙ୍ଗନ କରେ ତାହେଲେ କେତେ ବଢିଆ ଫିଲ ହୁଏ ନା ? କେବଳ ମଣିଷ ମାନଙ୍କ ଠାରେ ନୁହେଁ ଏହା ପଶୁପକ୍ଷୀ ମାନଂକଠାରେ ମଧ୍ୟ ଦେଖିବାକୁ ମିଳେ । ସେମାନଙ୍କର ବି ଇମୋସନ ଥାଏ । ସେମାନଙ୍କର ବି ଫିଲିଙ୍ଗସ ଥାଏ ଯାହା ଆପଣ ଏହି ଭିଡିଓ ଦେଖି ବୁଝିପାରୁଥିବେ ।
There is honestly no point in doing anything but this girl’s job. pic.twitter.com/lcfuuTnVVK
— The Feel Good Page ❤️ (@akkitwts) November 7, 2020
ଆପଣମାନେ ଜାଣିଛନ୍ତି ଯେ ଆମେ ପ୍ରକୃତିକୁ ଯେତେ ଭଲପାଇବା ବଦଳରେ ପ୍ରକୃତି ମଧ୍ୟ ଆମକୁ ଠିକ ସେତିକି ଭଲପାଇବା ଦେବ । ଏହି ଭିଡିଓରେ ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଏହି ମଣିଷ ଓ ପଶୁ ଭିତରେ ସମ୍ପର୍କ । ଛୋଟ ପଶୁଟିର ମଣିଷ ଉପରେ କେତେ ବିଶ୍ୱାସ କାରଣ ସେ ଜାଣିଛି ଏହି ମଣିଷଟି ତା ପାଇଁ କ୍ଷତିକାରକ ନୁହେଁ । ସେଥିପାଇଁ ତ ଅତି ସ୍ନେହରେ ସେ ମଣିଷର ସେହି ମୁଣି ଭିତରକୁ ଡେଇଁପଡୁଛି । ଏହି ଭିଡ଼ିଓଟି ଏକ କଙ୍ଗାରୁ ପାର୍କର ଅଟେ ଯେଉଁଠି ଛୋଟ କଙ୍ଗାରୁ ଛୁଆମାନଂକର ଯତ୍ନ ନେବାପାଇଁ ସେଠାକାର କର୍ମଚାରୀ ମାନେ ଏମିତି ଛୋଟ ଛୋଟ ମୁଣି ସାହାଯ୍ୟରେ ସେମାନଙ୍କୁ ଧରିଥାନ୍ତି ଆଉ ତାପରେ ସେମାନଙ୍କର ଯତ୍ନ ନେଇଥାନ୍ତି । ସେମାନଙ୍କୁ ଧରିବା ଏତେ ସହଜ ନୁହେଁ ବୋଲି ବେଳେବେଳେ କିଛି କର୍ମଚାରୀଙ୍କୁ ଏମିତି କଙ୍ଗାରୁ ବେଶ ହେବାକୁ ମଧ୍ୟ ପଡେ ଯାହାକି ଏହି ମହିଳା ଜଣକ ହୋଇଛନ୍ତି । ତେବେ ଏହି ଭିଡିଓକୁ ‘ଦ ଫିଲ ଗୁଡ଼ ପେଜ’ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।