ସ୍ପେଶାଲ

ପବ୍‌ଜୀ ଖେଳରୁ ଆରମ୍ଭ ହେଲା ପ୍ରେମ: ନୈନିତାଲରୁ ପଳାଇ ମଧ୍ୟପ୍ରଦେଶରେ ପହଞ୍ଚି ବିବାହ କଲେ ଯୁବତୀ

ମଧ୍ୟପ୍ରଦେଶର ରାୟସେନରେ ବିବାହର ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ଉତ୍ତରାଖଣ୍ଡର ନୈନିତାଲର ଜଣେ ଯୁବତୀଙ୍କୁ ଅନଲାଇନ୍ ଗେମ୍ ‘ପବ୍‌ଜୀ’ ଖେଳିବା ସମୟରେ ପ୍ରେମରେ ପଡ଼ିଯାଇଛନ୍ତି । ପ୍ରେମର ନିଶା ଏତେ ଘାରିଲା ଯେ ଯୁବତୀ ଜଣଙ୍କ ବିବାହ କରିନେଇଥିଲେ ଯୁବତୀଙ୍କ ପରିବାର ଲୋକେ ନୈନିତାଲ ଥାନାରେ ନିଖୋଜ ନେଇ ଏକ ଅଭିଯୋଗ ଆଣିବା ପରେ ମାମଲା ସତ୍ୟତା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ ରାୟସେନର ପଟେଲ ନାଗରରେ ରହୁଥିବା ଯୋଗେଶ କହିଥିଲେ ଯେ, ପାଖାପାଖି ଅଢ଼େଇ ବର୍ଷ ପୂର୍ବରୁ ପବଜୀ ଖେଳିବା ସମୟରେ ସେ ଉତ୍ତରାଖର୍ଡର ନୈନିତାଲରେ ପଢୁଥିବା ଯୁବତୀ ଶୀତଲଙ୍କ ସହିତ ବନ୍ଧୁତା ହୋଇଥିଲା । କିଛି ଦିନ ପରେ ଏହି ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଥିଲା । ଏହା ପରେ ଜଣେ ଅନ୍ୟ ସହିତ ଫୋନରୁ ଆରମ୍ଭ କରି ହ୍ୱାଟ୍‌ସଆପରେ ଚାଟ କଲେ । ଏହା ପରେ ଭିଡିଓ କଲରେ ଦେଖାଦେଖି ହେଲେ ।

ବିବାହ ପୂର୍ବରୁ ଯୁବକ କେବଳ ଗୋଟିଏ ଥର ଶୀତଲଙ୍କୁ ଭେଟିଥିଲେ । ଏହା ପରେ ସେମାନେ ୧ ମାସ ପୂର୍ବରୁ ଭୋପାଳରେ ବିବାହ କରିଥିଲେ । ଉଭୟ ଏକାଠି ରହିଲେ । ଯୁବତୀ ଶୀତଲଙ୍କ କହିବା ଅନୁସାରେ ସେ ବିଏଏସସି ପଢୁଥିଲେ । ତାଙ୍କୁ ପବ୍‌ଜୀ ଖେଳିବାକୁ ପସନ୍ଦ ଲାଗିଥାଏ । ଏହି ଖେଳ ସମୟରେ ସେ ଯୋଗେଶଙ୍କ ସଂପର୍କରେ ଆସିଥିଲେ । ସଂପର୍କରେ ଆସିବାର ପାଖାପାଖି ଅଢ଼େଇ ବର୍ଷ ପରେ ସେମାନେ ବିବାହ କରିଛନ୍ତି । ତେବେ ନୈନିତାଲ ପୁଲିସ ଯେତେବେଳେ ମଧ୍ୟପ୍ରଦେଶ ପହଞ୍ଚିଥିଲା, ଶୀତଲ ଫେରିଯିବାକୁ ମନା କରିଥିଲେ ।

ସ୍ଥାନୀୟ ପୋଲିସ ସହାୟତାରେ ନୈନିତାଲ ପୋଲିସ ରାଇସେନରେ ପହଞ୍ଚିବା ପରେ ଯୋଗେଶ ଏବଂ ଶୀତଲଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା। ଉଭୟଙ୍କ ବିବୃତ୍ତି ନିଆଯାଇଥିଲା | ଏହି ସମୟରେ ଷ୍ଟେସନରେ ଉଭୟଙ୍କୁ ବୁଝାଯାଇଥିଲା। ନୈନିତାଲ ପୋଲିସ ଝିଅକୁ ସାଙ୍ଗରେ ନେବାକୁ ଚାହୁଁଥିଲା, କିନ୍ତୁ ଶୀତଲ ଯିବାକୁ ମନା କରିଦେଇଥିଲେ। ସେ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି। ଅନ୍ୟପଟେ ଶୀତଲ କହିଛନ୍ତି ଯେ ସେ ନିଜ ଇଚ୍ଛାରେ ଯୋଗେଶଙ୍କୁ ବିବାହ କରିଛନ୍ତି। ତାଙ୍କ ଉପରେ କୌଣସି ପ୍ରକାର ଚାପ ନାହିଁ।

Barsha

Recent Posts

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

2 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

37 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

48 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago