ଅଧା ରହିଗଲା ବିରୁପାକ୍ଷ ଓ ମାନସୀଙ୍କ ପ୍ରେମ କାହାଣୀ, ବାହା ହେଲେ ସତ କିନ୍ତୁ ଗଢ଼ି ପାରିଲେନି ସଂସାର
ଆନନ୍ଦପୁର : ଏଇ ତ ଦୁଇ ମାସ ତଳେ ହୋଇଥିଲା ବାହାଘର । ବେଦିରେ ହାତ ରଖି ମଥାରେ ସିନ୍ଦୁର ଦେଇଥିଲେ । ଆଉ ସବୁଦିନ ପାଇଁ ବାନ୍ଧି ହୋଇଯାଇଥିଲେ ବିରୁପାକ୍ଷ ଓ ମାନସୀ । ଦେଖନ୍ତୁ ନିଜ ବାହାଘର ପାଇଁ କେତେ ଖୁସିଥିଲା ସେ । ନିଜର ପ୍ରେମକୁ ସେ ସବୁଦିନ ପାଇଁ ନିଜର କରୁଛି ତାଠୁ ବଡ ଖୁସି ଆଉ କଣ ହେଇପାରେ ଗୋଟେ ଝିଅ ପାଇଁ । ଯାହା ହାତ ଧରି ସେ ଦେଢ଼ ବର୍ଷ ତଳୁ ଘରୁ ଚାଲି ଆସିଥିଲା ଆଜି ତାକୁ ସାରାଜୀବନ ନିଜର କରିପାରିଛି । ନିଜର ପ୍ରେମକୁ ପାଇପାରିଛି ମାନସୀ ।
ହେଲେ ଏଇ ଖୁସି ତାର ରହିଲାନି ବେଶି ଦିନ । ବାହାଘରର ମାତ୍ର ଦେଢ଼ କି ଦୁଇ ମାସ ହେବ ସବୁଦିନ ପାଇଁ ନିରବୀ ଗଲେ ମାନସୀ । ହଁ ଆଜ୍ଞା ଆପଣଙ୍କ ସ୍କ୍ରୀନ ଉପରେ ଯେଉଁ ଝିଅକୁ ଆପଣ ଦେଖୁଛନ୍ତି ସେ ହେଉଛନ୍ତି ମାନସୀ । ପରିବାରରେ ଭାରି ଗେହ୍ଲା ଥିଲେ । ହେଲେ ମାନସୀର ଗେହ୍ଲା ଥିଲା ବୈରାଗୀ । ବିରୁପାକ୍ଷ ବିନା ଗୋଟେ ମୁହୂର୍ତ୍ତ ବି ରହିପାରୁନଥିଲା । ସେଥିୀପାଇଁ ଘରୁ ଗୋଡ କାଢ଼ି ବିରୁପାକ୍ଷ ସହ ଚାଲିଗଲା କଲିକତା । ସେଠାରେ ବର୍ଷେରୁ ଦେଢ଼ବର୍ଷ ରହିବା ପରେ ବିରୁପାକ୍ଷର ଘର ଲୋକେ କରିଥିଲେ ମାନସୀ ଆଉ ବିରୁପାକ୍ଷଙ୍କ ବାହାଘର । ବାହାଘର ପରେ ମାନସୀ ଶାଶୂ ଘରେ ରହିଗଲେ ଆଉ ବିରୁପାକ୍ଷ ଚାଲିଗଲେ କଲିକତା । ହେଲେ ହଠାତ୍ ଗତ ରାତିରେ ଖବର ପାଇଲେ ସ୍ତ୍ରୀ ମୃତ୍ୟୁ କଥା । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏମିତି କଣ ହେଲା ଯେ ବିରୁପାକ୍ଷକୁ ସବୁଦିନ ପାଇଁ ଏକା କରି ଛାଡି ଚାଲିଗଲେ ମାନସୀ । ଯାହାପରେ ହତାଶ୍ ସ୍ୱାମୀ ମୁଣ୍ଡ ବାଡେଇ କାନ୍ଦୁଛି । ମେଡିକାଲରେ ସ୍ତ୍ରୀର ମୃତଦେହ ପାଖରେ ବସି ନିଜର ପ୍ରାଣପ୍ରୀୟା ମାନସୀକୁ ଝୁରି ହେଉଛି ମାନସୀ ।
କିନ୍ତୁ ଏପଟେ ଶ୍ୱଶୁର ଘର ଲୋକ ହିଁ ମାନସୀକୁ ମାରିଦେଇଛି ବୋଲି ଅଭିଯୋଗ କରୁଛନ୍ତି ତାର ବାପଘର ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତରଥପଦା ଗାଁରେ ନବ ବଧୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପ ଘର ଲୋକ । ସେହି ଗାଁର ନାଥ ବୈରାଗୀ ଦାସ ବେହେରାଙ୍କ ପୁଅ ବିରୁପାକ୍ଷ ଦାସ ବେହେରା ଦୀର୍ଘ ଦିନ ହେବ ରାଜଘର ପୋଖରୀ ସଦର ସାହି ଗାଁର ନକୁଳ ମହାନ୍ତିଙ୍କ ଝିଅ ମାନସିକୁ ଭଲ ପାଇ ଆସୁଥିଲେ । ହେଲେ ପରିବାର ଲୋକ ଉଭୟଙ୍କ ଭଲ ପାଇବାକୁ ସ୍ୱୀକୃତି ନଦେବାରୁ ବିରୁପାକ୍ଷ ମାନସିକୁ ଏକ ବର୍ଷ ହେବ ନେଇ ପଳାଇ ଯାଇଥିଲେ । ହେଲେ ପୁଅ ବାପା ମା ରାଜି ହୋଇ ଦୁଇ ମାସ ହେବ ବିରୁପାକ୍ଷ ଓ ମନାସିକୁ ଘରକୁ ଆଣି ରୀତିନୀତି ଅନୁସାରେ ନିଜ ଗ୍ରାମ ରଥପଦା ଗାଁରେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ ।
ହେଲେ ଝିଅର ବାପ ଘରକୁ ଖବର ଦେଇଥିଲେ ମଧ୍ୟ୍ୟ ସେମାନେ ବିବାହ କାର୍ଯ୍ୟରେ ଯୋଗ ଦେଇ ନଥିଲେ.ହେଲେ ବିବାହ ପରେ ସ୍ୱାମୀ ବିରୁପାକ୍ଷ ନିଜ କର୍ତଵ୍ୟ ସ୍ଥଳ କୋଲକାତାକୁ ପଳାଇ ଯାଇଥିଲେ । ଏଠାରେ ମାନସୀ ନିଜ ଶାଶୁ ଶଶୁରଙ୍କୁ ନେଇ ଖୁସିରେ ରହୁଥିଲେ । ହେଲେ ଗତକାଲି ରାତିରେ ମାନସୀ ରୋଷେଇ କାର୍ଯ୍ୟ ସାରି ନିଜ ଶୋଇବା ଘରକୁ ଯାଇ କବାଟ ବନ୍ଧ କରି ଦେଇଥିଲେ.ପରେ ପରିବାର ଲୋକ ଯେତେ ଡାକିଥିଲେ ମଧ୍ୟ ମାନସୀ କବାଟ ଖୋଲି ନଥିଲେ । ହେଲେ ଝରକା ଦେଇ ଦେଖିବାରୁ ମାନସୀ ଝୁଲୁଥିବା ଦେଖିବାକୁ ପାଇ କବାଟ ଭାଙ୍ଗି ତାକୁ ନିକଟସ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ଝିଅର ପରିବାର ଲୋକ ଅଧିକ ଯୌତୁକ ମାଗିଥିଲେ । ଆମେ ନଦେଇପାରିବାରୁ ତାକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ।