ସ୍ପେଶାଲ

ଜାଣନ୍ତୁ କେଉଁ ଭଗବାନଙ୍କୁ କେଉଁ ଭୋଗ ଲଗାଇବା ଦ୍ୱାରା ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି

ପୂଜାରେ ଭଗବାନଙ୍କୁ ଭୋଗ ଲଗାଇବାର ପରମ୍ପରାମାନ ରହିଛି । ଏହାସହିତ ଭକ୍ତି ମନରେ ଚଢା ଯାଇଥିବା ପ୍ରସାଦକୁ ଗ୍ରହଣ କରିଥାନ୍ତି ଭଗବାନ । କିନ୍ତୁ ଯଦି ଆପଣ ଭଗବାନଙ୍କ ପ୍ରିୟ ଜିନିଷ ଭୋଗରେ ଲଗାଇବେ ତେବେ ବହୁତ ଶୀଘ୍ର ଭଗବାନ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । କୁହାଯାଏ ପ୍ରତ୍ୟେକ ଭଗବାନଙ୍କର ପ୍ରିୟ ଜିନିଷ ରହିଛି । ସାମାନ୍ୟ ଗୁଡ ଠୁ ନେଇ ୫୬ ଭୋଗ ଯାଏଁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯିଏ ମୋତେ ଫୁଲ, ଫଳ, ଜଳ ଇତ୍ୟାଦି ଭକ୍ତି ମନରେ ଅର୍ପଣ କରିବ ମୁ ତାହାକୁ ଶ୍ରଦ୍ଧାର ସହିତ ଗ୍ରହଣ କରିଥାଏ । ଯେତେବେଳେ ପୂଜାପାଠ ସମୟରେ କୌଣସି ଖାଦ୍ୟ ପଦାର୍ଥ ଦେବତାମାନଙ୍କ ନିକଟରେ ଉପସ୍ଥାପିତ ହୁଏ, ସେତେବେଳେ ସେହି ପଦାର୍ଥ ପ୍ରସାଦ ଆକାରରେ ବଣ୍ଟନ ହୁଏ । ଏହାକୁ ‘ନୈବେଦ୍ୟ ‘ ମଧ୍ୟ କୁହାଯାଏ।

ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ମନ୍ଦିରରେ କିମ୍ବା ଘରେ ଦେବା ଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରସାଦ ଅର୍ପଣ କରିବାର ପରମ୍ପରା ରହିଆସିଛି। କେଉଁ ଦେବତାଙ୍କୁ କେଉଁ ନୈବେଦ୍ୟ ଅର୍ପଣ କରାଯିବା କଥା ତାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଜିକାଲି ଲୋକମାନେ କୌଣସି ଜିନିଷ ଆଣି ଭଗବାନଙ୍କ ନିକଟରେ ପ୍ରସାଦ ଭାବରେ ଲଗାଇ ଥାନ୍ତି ଯେତେବେଳେ କି ଏହା ଅନୁପଯୁକ୍ତ। କୁହାଯାଏ କି ଦେବୀ ଦେବତାଙ୍କୁ ଭାବର ଭୋକ ଲାଗିଥାଏ କୌଣସି ପ୍ରାସାଦର ନୁହେଁ । ଏପରି ପରିସ୍ଥିତିରେ କେଉଁ ଦେବତା କେଉଁ ନୈବେଦ୍ୟ ଅର୍ପଣ କରାଯାଏ, ତାହା ଜାଣିବା ଆବଶ୍ୟକ, ଯାହା ଦ୍ୱାରା ସେମାନେ ସନ୍ତୁଷ୍ଟ ହୋଇପାରିବେ ।

ଭଗବାନ ଗଣେଶ: ଗଣେଶ ଭଗବାନଙ୍କ ପ୍ରିୟ ହେଉଛି ମୋଦକ ଏବଂ ଲଡ୍ଡୁ । ସେଥିପାଇଁ ତାଙ୍କୁ ମୋଦକ ଏବଂ ଲଡ୍ଡୁ ଭୋଗ ଲଗାଇବା ଉଚିତ୍ । କୁହାଯାଏ ଗଣପତିଙ୍କୁ ମୋଦକ ଭୋଗ ଲଗାଇବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ଭଗବାନ ଶିବ: କୁହାଯାଏ ଭଗବାନ ଶିବଙ୍କର ପ୍ରିୟ ହେଉଛି ପଞ୍ଚାମୃତ । ସେଥିପାଇଁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପଞ୍ଚାମୃତ ଭୋଗ ଲଗାନ୍ତୁ । ଏଥି ସହିତ ବେଲ ପତ୍ର କଦଳୀ, ଛେନା , କ୍ଷୀର ଆଦି ଅର୍ପଣ କରିପାରିବେ ।

ଭଗବାନ ବିଷ୍ଣୁ: ପୂଜାରେ ଭଗବାନ ବିଷ୍ଣୁଙ୍କୁ କ୍ଷୀର ବା ସୁଜି ହାଲୁଆ ଭୋଗ ଲଗାଇବା ଉଚିତ୍ । ଯେପରିକି କିସମିସ୍ ଗୋଲମରିଚ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ। ଆପଣ ଚାହିଁଲେ କ୍ଷୀରି ଭୋଗ ମଧ୍ୟ ଲଗାଇପାରିବେ, ସେଥିରେ ତୁଳସୀ ପତ୍ର ପକାଇବା ନିହାତି ଦରକାର । ଏହାକୁ ଭଗବାନଙ୍କ ନିକଟରେ ଭୋଗ ଲଗାଇବା ପରେ ଅନ୍ୟ ମାନଙ୍କୁ ବଣ୍ଟନ କରନ୍ତୁ ।

ମା ଦୁର୍ଗା: ମାତା ଦୁର୍ଗା ଶକ୍ତିର ଦେବୀ ବୋଲି ବିବେଚନା କରାଯାଏ । ଶକ୍ତିର ପ୍ରତୀକ ମା ଦୁର୍ଗାଙ୍କୁ ମିଠା ଭୋଗ ଲଗାଇବା ଉଚିତ୍ । ଖାସକରି ଖୀରରେ ତିଆରି ମିଠା ମାଙ୍କୁ ବହୁତ ପସନ୍ଦ । ମାଲପୁଆ, ଛେନା , ଲହୁଣୀ ,ନଡିଆ ଇତ୍ୟାଦି ଭୋଗ ଅର୍ପଣ କରିପାରିବେ । ଯଦି ଆପଣ ମାତାଙ୍କର ଜଣେ ଭକ୍ତ, ତେବେ ବୁଧବାର ଏବଂ ଶୁକ୍ରବାର ଦିନ ଏବଂ ମାତା ଦୁର୍ଗାଙ୍କ ମନ୍ଦିର ପରିଦର୍ଶନ କରି ଏହି ଭୋଗ ଅର୍ପଣ କରିପାରିବେ

ଭଗବାନ ହନୁମାନ: ପୂଜାରେ ହନୁମାନଙ୍କୁ ମୋତିଚୁର ଲଡ୍ଡୁ ଏବଂ ବେସନ ଲଡ୍ଡୁ ଭୋଗ ଲଗାଇବା ଉଚିତ୍ । ଏହାବ୍ୟତିତ ହାଲୁଆ, ଗୁଡ ଲଡ୍ଡୁ, ମିଠା ପାନ ଆଦି ଭୋଗ ଲଗାଇ ବଜରଙ୍ଗୱାଲିଙ୍କୁ ପ୍ରସନ୍ନ କରାଇ ପାରିବେ ।

ମା ସରସ୍ୱତୀ : ମାତା ସରସ୍ୱତୀ କ୍ଷୀର, ପଞ୍ଚମ୍ରିତ, କଦଳୀ, ଲହୁଣୀ , ଧଳା ରାଶି ଲଡୁ ପସନ୍ଦ କରନ୍ତି। ଏହାକୁ ମନ୍ଦିର ପରିଦର୍ଶନ କରି ସରସ୍ୱତୀଜୀଙ୍କୁ ଅର୍ପଣ କରାଯିବା ଉଚିତ୍।

ଭଗବାନ ଶ୍ରୀକୃଷ୍ଣ : ଭଗବାନ ଶ୍ରୀକୃଷ୍ଣ ମଖନ ଏବଂ ମିଶିରି ଭୋଗକୁ ଭଲ ପାଆନ୍ତି। ଏଥି ସହିତ ଆପଣ ଖେଚୁଡ଼ି , କ୍ଷୀରି ସହିତ ବିଭିନ୍ନ ପ୍ରକାର ମିଠା ଓ ଫଳ ଭୋଗ ବି ଅର୍ପଣ କରିପାରିବେ ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago