ପାଖେଇ ଆସୁଛି ଶିବରାତ୍ରୀ, ଏହି ୩ଟି ରାଶି ହେବେ ମାଲାମାଲ୍

ପାଖେଇ ଆସୁଛି ଶିବରାତ୍ରୀ । ଭଗବାନ ଶିବଙ୍କ କୃପା ପାଇବା ପାଇଁ ମହାଶିବରାତ୍ରୀ ପାଳନ କରାଯାଏ । ଭକ୍ତମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର ରହିଥାଏ । ଅନେକ ଲୋକ ଏହି ବିଶେଷ ଦିନରେ ଫଳମୂଳ ଖାଇ ଉପବାସ ରହିଥାଆନ୍ତି ତ ଆଉ ପୁଣି କିଏ ସାରା ରାତି ଜାଗ୍ରତ ରହି ଶିବଲିଙ୍ଗର ଅଭିଷେକ କରନ୍ତି ଏବଂ ମନ୍ତ୍ର ପାଠ କରିଥାଆନ୍ତି । ଚଳିତ ବର୍ଷ ମହାଶିବରାତ୍ରୀ ୧୫ ଫେବୃଆରୀ ରବିବାର ଦିନ ପାଳିତ ହେବ । ଏହି ଦିନଟି କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ଜ୍ୟୋତିଷ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ।

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ ଶିବରାତ୍ରୀ ଖୁବ୍ ସ୍ବତନ୍ତ୍ର ହେବ । ଏହି ଦିନ ୩ଟି ଗ୍ରହ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରିବେ । ମଙ୍ଗଳ ଧନିଷ୍ଠା ନକ୍ଷେତ୍ରରେ ପ୍ରବେଶ କରିବେ, ଚନ୍ଦ୍ର ମକର ରାଶିରେ ରହିବାବେଳେ ବୁଧ ରାତିରେ ପୂର୍ବ ଭାଦ୍ରପଦ ନକ୍ଷେତ୍ରରେ ପ୍ରବେଶ କରିବେ । ଫଳରେ ଏହି ଗୋଚର ସମସ୍ତ ରାଶିକୁ ପ୍ରଭାବିତ କରିବ । କିନ୍ତୁ ଏହି ଦିନଟି ବିଶେଷ କରି ୩ଟି ରାଶି ପାଇଁ ଶୁଭ ସଙ୍କେତ ଆଣିପାରେ ।

ବୃଷ ରାଶି : ବୃଷ  ରାଶି ପାଇଁ ଏହି ପରିବର୍ତ୍ତନ ମାନସିକ ଆଶ୍ବସ୍ତି ଆଣିପାରେ । କିଛି ସମୟ ଧରି ଲାଗି ରହିଥିବା ଚିନ୍ତା ଦୂର ହେବ । ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ସମୟ ରହିଛି । ଚାକିରିକୁ ନେଇ ଭଲ ଖବର ମିଳିପାରେ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ରହିବ । ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣରେ ରହିବ । ସମ୍ପର୍କ ସୁସଙ୍ଗତ ହେବ । ପ୍ରେମ ସମ୍ପର୍କରେ ଥିବା ଲୋକମାନଙ୍କ ମଧ୍ୟରେ ଦୃଢ ବୁଝାମଣା ଏବଂ ବିଶ୍ବାସ ବିକଶିତ ହେବ । ସ୍ବାସ୍ଥ୍ୟ ସ୍ବାଭାବିକ ରହିବ ।

କର୍କଟ ରାଶି : ଏହି ମହାଶିବରାତ୍ରୀ କର୍କଟ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ସକରାତ୍ମକ ଫଳାଫଳ ଆଣିବ । ଅବିବାହିତମାନେ ବିବାହ କ୍ଷେତ୍ରରେ ଆଗକୁ ବଢିପାରନ୍ତି । ବିବାହିତ ବ୍ୟକ୍ତିମାନେ ସେମାନଙ୍କ ଜୀବନସାଥୀଙ୍କ ସହିତ ସମୟ ବିତାଇବାର ସୁଯୋଗ ପାଇବେ । ଯାହା ଦ୍ବାରା ସେମାନଙ୍କ ସମ୍ପର୍କ ମଜବୁତ ହେବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ । ଆର୍ଥିକ ସ୍ଥିତି ମଧ୍ୟ ସ୍ଥିର ରହିବ । ଅଚାନକ ଲାଭ ମିଳିବାର ମଧ୍ୟ ସମ୍ଭାବନା ରହିଛି ।

ତୁଳା ରାଶି : ଏହି ସମୟ ତୁଳା ରାଶି ବ୍ୟକ୍ତିତ୍ବଙ୍କ ପାଇଁ ସଫଳତା ସୂଚିତ କରେ । ଚାକିରି କ୍ଷେତ୍ରରେ କାମ ପାଇଁ ଆପଣ ପ୍ରଶଂସା ପାଇପାରନ୍ତି । ଦୀର୍ଘ ଦିନ ଧରି କରି ଆସୁଥିବା ପରିଶ୍ରମର ଫଳ ମିଳିପାରେ । ଘରୋଇ ମାମଲାରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଯିବ । ପାରିବାରିକ ସମ୍ପର୍କ ଭଲ ରହିବ । ଯଦି ପିଲାମାନଙ୍କ ସହ ଜଡିତ କୌଣସି ମାମଲା ବିଚାରାଧୀନ ରହିଛି, ତେବେ ଏକ ସହମତି କିମ୍ବା ସମାଧାନ ହୋଇପାରେ ।

Also Read : ଭାଲେଣ୍ଟାଇନ ସପ୍ତାହ : ପ୍ରେମର ପ୍ରଥମ ଦିନର ଆରମ୍ଭ ଏକ ସୁନ୍ଦର ଗୋଲାପ ସହିତ