ଲଗାତାର ତୃତୀୟ ବର୍ଷ ପାଇଁ ପୁଣି ଗୁରୁପୂର୍ଣ୍ଣିମାରେ ଲାଗୁଛି ଗ୍ରହଣ

ଆଷାଢ ମାସର ପୂର୍ଣ୍ଣିମା ତିଥିରେ ଅର୍ଥାତ ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହେବ। ଆସନ୍ତା ୫ ଜୁଲାଇରେ ଗୁରୁପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ ଏକାଠି ହେବ। ଏଭଳି ଘଟଣା ଲଗାତାର ତୃତୀୟ ଥର ପାଇଁ ହେବାକୁ ଯାଉଛି। ଦେଶରେ ଗୁରୁପୂର୍ଣ୍ଣିମା ପର୍ବ ଅତ୍ଯନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ସୂଚନାଯୋଗ୍ଯ ଆସନ୍ତା ଜୁଲାଇ ୫ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। ଏହି ଉପଛାୟା ଚନ୍ଦ୍ର ଗ୍ରହଣରେ ଚନ୍ଦ୍ରମାଙ୍କ ଉପରେ ପୃଥିବୀର ଛାଇ ପଡ଼ିବା କାରଣରୁ ଏହା ସମ୍ପୂର୍ଣ୍ଣ ଗ୍ରହଣ ହେବ ନାହିଁ ବରଂ ଏଥିରେ ଗ୍ରହଣର ପ୍ରଭାବ ପଡ଼ିବ।

ଜାଣନ୍ତୁ କେଉଁଠାରେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ:

lunarଭାରତୀୟ ସମୟ ସକାଳ ୮ଟା ୩୭ରୁ ଗ୍ରହଣ ଆରମ୍ଭ ହୋଇ ଦିନ ୧୧ଟା ୨୨ ମିନିଟ୍‌ରେ ମୋକ୍ଷ ହେବ । ତେବେ ଦେଖିବାକୁ ଗଲେ ଗୋଟିଏ ମାସରେ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଗୋଟିଏ ସୂର‌୍ୟ୍ୟେପରାଗ ଏକ ଅତ୍ୟନ୍ତ ବିରଳ ଘଟଣା ।ଆସନ୍ତା ୫ ଜୁଲାଇରେ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବ, ଯାହା ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ। ଏହି ଚନ୍ଦ୍ର ଗ୍ରହଣ ଧନୁ ରାଶିରେ ଲାଗିବ। ଏହାବ୍ଯତୀତ ଏହି ଦିନ ସୂର୍ଯ୍ଯ ମିଥୁନ ରାଶିରେ ରହିବେ।

ଚନ୍ଦ୍ର ଗ୍ରହଣ ଏବଂ ଗୁରୁ ପୂର୍ଣ୍ଣିମା

Lunar_eclipse_ଗୁରୁ ପୂର୍ଣ୍ଣିମା ଆସନ୍ତା ୪ ଜୁଲାଇ ୨୦୨୦ ଅପରାହ୍ନ ୧୧.୩୩ମିନିଟ୍ ରୁ ଆରମ୍ଭ ହୋଇ ୫ ଜୁଲାଇ ୧୦.୧୩ ମିନିଟ୍ ପର୍ଯ୍ଯନ୍ତ ରହିବ। ଏହାପୂର୍ବରୁ ଗତ ୨୦୧୮ରେ ୨୭ ଜୁଲାଇ ଏବଂ ୨୦୧୯ରେ ୧୬ ଜୁଲାଇ ଦିନ ଗୁରୁ ପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ ଏକାଠି ପଡିଥିଲା। ଚଳିତ ବର୍ଷ ମଧ୍ଯ ଏଭଳି ସଂଯୋଗ ରହିଛି।

କେବେ ହୋଇଥାଏ ଚନ୍ଦ୍ର ଗ୍ରହଣ

ଚନ୍ଦ୍ର ଗ୍ରହଣ ସେହି ସମୟରେ ଲାଗିଥାଏ ଯେଉଁ ସମୟରେ ଚନ୍ଦ୍ରମାଙ୍କ ଉପରେ ପୃଥିବୀର ଛାଇ ପଡିଥାଏ। ଚନ୍ଦ୍ର ଗ୍ରହଣ ସମୟରେ ସୂର୍ଯ୍ଯ, ପୃଥିବୀ ଏବଂ ଚନ୍ଦ୍ରମା ଏକ ସରଳ ରେଖାରେ ରହିଥାନ୍ତି।

ଉପଛାୟା ଚନ୍ଦ୍ର ଗ୍ରହଣ କାହାକୁ କୁହାଯାଏ

lunar_eclipseଆସନ୍ତା ୫ ଜୁଲାଇରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଉଛି। ଯେଉଁ ସମୟରେ ସୂର୍ଯ୍ଯ ଏବଂ ଚନ୍ଦ୍ରମାଙ୍କ ମଧ୍ଯରେ ପୃଥିବୀ ଏଭଳି ସ୍ଥିତିରେ ଆସିଥାଏ, ଯାହାଫଳରେ ତିନି ଜଣ ଏକ ସମାନରେ ନଥାଇ ମଧ୍ଯ କିଛି ଏଭଳି ସ୍ଥିତି ହୋଇଥାଏ, ଯେଉଁଠାରୁ କେବଳ ପୃଥିବୀର ହାଲୁକା ଛାଇ ଚନ୍ଦ୍ରଙ୍କ ଉପରେ ପଡିଥାଏ। ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଇଥାଏ। ଏହା ପୂର୍ବରୁ ଗତ ୫ ଜୁନରେ ମଧ୍ଯ ଏଭଳି ଚନ୍ଦ୍ର ଗ୍ରହଣ ଲାଗିଥିଲା।

Leave A Reply

Your email address will not be published.