ବର୍ଷର ଦ୍ଵିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ ଭାଦ୍ରପଦ ପୂର୍ଣ୍ଣିମାରେ ପଡିବ । ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁସାରେ ରାତି ୯:୫୮ ରେ ଆରମ୍ଭ ହେବ ଏବଂ ବିଳମ୍ବିତ ରାତି ୧:୨୬ ରେ ଶେଷ ହେବ । ଏହି ଗ୍ରହଣ କୁମ୍ଭ ଏବଂ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଲାଗିବ । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେଉଥିବାରୁ, ଏହାର ପ୍ରଭାବ ଅଧିକ ହେବ ଏବଂ ସୂତକ କାଳ ମଧ୍ୟ ଲାଗିବ ।
ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନ ଘଟଣା, ଯାହାର ବେଶ ଅଧିକ ଧାର୍ମିକ ଗୁରୁତ୍ୱ ମଧ୍ୟ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୭ରେ ଚନ୍ଦ୍ରଗ୍ରହଣ ମେଷ ରାଶିରୁ ମୀନ ରାଶି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶନି ସାଢ଼େସତୀ ଏବଂ ଢେୟା ରାଶି ଉପରେ ଚନ୍ଦ୍ରଗ୍ରହଣର କି ପ୍ରଭାବ ପଡ଼ିବ ।
ଶନିଙ୍କ ସାଢ଼େସତୀ ଏବଂ ଢେୟା ରାଶି ଉପରେ ଚନ୍ଦ୍ରଗ୍ରହଣର ପ୍ରଭାବ-
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବର୍ତ୍ତମାନ ମେଷ, କୁମ୍ଭ ଏବଂ ମୀନ ରାଶି ଶନିଙ୍କ ସାଢ଼େସତୀ ଦେଇ ଗତି କରୁଛନ୍ତି । ମେଷ ରାଶି ଉପରେ ଶନି ସାଢ଼େସତୀର ପ୍ରଥମ ପର୍ଯ୍ୟାୟ ଚାଲିଛି । ସେଏହିଭଳି ମୀନ ରାଶି ଉପରେ ଦ୍ଵିତୀୟ ପର୍ଯ୍ୟାୟ ଏବଂ ଶେଷ କିମ୍ବା ତୃତୀୟ ପର୍ଯ୍ୟାୟ କୁମ୍ଭ ରାଶିରେ ଚାଲିଛି । ଶନିଙ୍କ ଢେୟା ସିଂହ ଏବଂ ଧନୁରେ ଚାଲିଛି । ତେବେ ଆସନ୍ତା ଭାଦ୍ରପଦ ପୂର୍ଣ୍ଣିମାରେ ପଡୁଥିବା ଚନ୍ଦ୍ରଗ୍ରହଣରେ ଶନିଙ୍କ ସାଢ଼େସତୀ ଏବଂ ଢେୟା ରାଶିମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ ।
ଏହି ରାଶିଗୁଡ଼ିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ କାନ, ନାକ ଏବଂ ଗଳା ସମ୍ବନ୍ଧୀୟ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଶନିଦେବ ଗ୍ରହମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ପ୍ରତ୍ୟେକ ବ୍ୟକ୍ତି ଶନି ଦେବଙ୍କ ନାମ ଶୁଣିଲେ ଡରିଯାଆନ୍ତି । କିନ୍ତୁ ଶନି ସମସ୍ତଙ୍କୁ ହଇରାଣ କରନ୍ତି, ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍ ।
ଶନିଦେବ ଭଲ କର୍ମ ପାଇଁ ଭଲ ଫଳ ଏବଂ କୁକର୍ମ ପାଇଁ ଖରାପ ଫଳ ଦେଇଥାଆନ୍ତି । ଶନି ନିୟମ ଓ ଅନୁଶାସନ ପ୍ରିୟ ହୋଇଥାନ୍ତି । ଯେଉଁ ଲୋକ ଏହାକୁ ପାଳନ କରନ୍ତି ନାହିଁ । ନିୟମ ଭାଙ୍ଗିଥାନ୍ତି ଓ ଭୁଲ ଢ଼ଙ୍ଗରେ ଆଚରଣ କରିଥାନ୍ତି । ଶନି କେବେ ତାଙ୍କୁ କ୍ଷମା କରିନଥାନ୍ତି । ସମୟ କ୍ରମେ ଖରାପ ଫଳ ପ୍ରଦାନ କରିଥାନ୍ତି । କିନ୍ତୁ ଏଥିରେ ଭୟ କରିବାର କିଛିନାହିଁ । ଶନିରିଷ୍ଟ ଖଣ୍ଡନ ପାଇଁ ବହୁତ କିଛି ଉପାୟକୁ ଆପଣେଇ ପାରିବେ । ଯେମିିତିକି ପ୍ରତ୍ୟେକ ଶନିବାର ଶନି ମନ୍ଦିର ଯିବା ।
ରାଶି ତେଲ ଦୀପ ଲଗାଇବା ସହିତ ଲୁହାର ବ୍ୟବହାର କରି ଆପଣ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ । କୁହାଯାଏ ଭକ୍ତିର ସହ ସତ୍ ମନରେ ଯିଏ ବି ଶନିଦେବଙ୍କୁ ପୂଜା କରେ ତାର ଶନି ରିଷ୍ଟ ଖଣ୍ଡନ ହୋଇଯାଏ । ତେଣୁ ଆପଣ କେବେ ବି ମିଥ୍ୟା କୁହନ୍ତୁ ନାହିଁ ଅବା ଅଧର୍ମରେ ଚାଲନ୍ତୁ ନାହିଁ । ଦେଖିବେ ଆପଣଙ୍କ ଜୀବନରେ ସବୁକିଛି ଶାନ୍ତିର ସହ ହୋଇଯିବ ।
Also read: ଆସନ୍ତା ୭ ତାରିଖରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ, ମଧ୍ୟାହ୍ନ ୧୨ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ