ଚୈତ୍ର ନବରାତ୍ରିର ତୃତୀୟ ଦିନ: ଯୁଦ୍ଧ ସମୟରେ ଦେବୀ ଚନ୍ଦ୍ରଘଣ୍ଟା ଘଣ୍ଟ ଧ୍ୱନିରେ ହିଁ ଅସୁରଙ୍କର ବିନାଶ କରିଥିଲେ

ଚୈତ୍ର ନବରାତ୍ରୀର ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ କରାଯାଇଥାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି। ଦେବୀ ମାଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ରହିଛି। ଏହି କାରଣରୁ ଦେବୀ ମାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଇଥାଏ। ଏହି ଦେବୀ ମାଙ୍କ ରଙ୍ଗ ସୁନା ସମାନ ହୋଇଥାଏ। ମାଙ୍କ ଭୟାନକ ଧ୍ୱନିରେ ଅତ୍ୟାଚାରୀ ଦାନବ, ଦୈତ୍ୟ ଆଦି ସମସ୍ତେ ଭୟ କରିଥାନ୍ତି। ଯୁଦ୍ଧ ସମୟରେ ଦେବୀ ଚନ୍ଦ୍ରଘଣ୍ଟା ଘଣ୍ଟ ଧ୍ୱନିରେ ହିଁ ଅସୁରଙ୍କର ବିନାଶ କରିଥିଲେ।

ଜାଣନ୍ତୁ କିପରି କରିବେ ପୂଜା:

-ବୈଦିକ ଏବଂ ସପ୍ତସତୀ ମନ୍ତ୍ରୀ ଦ୍ୱାରା ମା ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଇଥାଏ। ଏଥିରେ ଆବାହନ, ଆସନ, ସ୍ନାନ, ବସ୍ତ୍ର, ସୌଭାଗ୍ୟ ସୂତ୍ର, ଚନ୍ଦନ, ସିନ୍ଦୂର, ହଳଦୀ, ଦୁବ, ପୁଷ୍ପ, ଦୀପ-ଧୂପ, ଫଳ, ପାନ, ଦକ୍ଷିଣା, ଆଳତୀ, ମନ୍ତ୍ର ପୁଷ୍ପାଞ୍ଜଳି ଆଦି ଅର୍ପଣ କରନ୍ତୁ।

-ମା ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରୁ ଭକ୍ତର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ସମସ୍ତ ବାଧା-ବିଗ୍ନହ ଦୂର ହୋଇଥାଏ। ଦେବୀ ମାଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଏବଂ ଭୟରୁ ମୁକ୍ତି ମିଳିଥାଏ। ମା ଚନ୍ଦ୍ରଘଣ୍ଟା ନିଜ ଭକ୍ତଙ୍କୁ ଅସୀମ ଶାନ୍ତି ଏବଂ ସୁଖ ପ୍ରଦାନ କରିଥାନ୍ତି।
puja
ମା ଚନ୍ଦ୍ରଘଣ୍ଟାଙ୍କ ଭୋଗ :
ମା’ ଚନ୍ଦ୍ରଘଣ୍ଟାକୁ କ୍ଷୀର ପ୍ରସ୍ତୁତ ଜିନିଷ ଭୋଗ ଲଗାଯାଏ। ଶାସ୍ତ୍ର ଅନୁସାରେ, ପୂଜା ଦିନ କନ୍ୟାମାନଙ୍କୁ ଖିରି, ହାଲଓ୍ଵା ଏବଂ ସ୍ୱାଦିଷ୍ଟ ମିଠା ଦେବା ଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି। ମାନ୍ୟତା ଅନୁସାରେ, ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରସାଦ ରୂପେ ଗାଈ କ୍ଷୀରରୁ ପ୍ରସ୍ତୁତ ଭୋଗ ଲଗାଇବା ଦ୍ୱାରା ସମସ୍ତ ବିଘ୍ନ ଏବଂ ବାଧା ଦୂର ହୋଇଥାଏ।

 

ପୂଜାରେ ଜପ କରନ୍ତୁ ଏହି ମନ୍ତ୍ର:

ଯା ଦେବୀ ସର୍ବଭୂତେଷୁ ମା ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ
ପିଣ୍ଡଜ ପ୍ରବରା ରୁଢ଼ା ଚଣ୍ଡ କୈୟୁର୍ତା
ପ୍ରସାଦଂ ତନୁତେ ମହ୍ୟଙ୍ଗ ଚନ୍ଦ୍ରଘଣ୍ଟେତି ବିଶୃତା
ଓଁ ଚଂ ଚଂ ଚଂ ଚନ୍ଦ୍ରଘଣ୍ଟା ୟୈଃ ଦ୍ରୀ ନମଃ।

Leave A Reply

Your email address will not be published.