ସ୍ପେଶାଲ

ପ୍ରତ୍ୟେକ ପ୍ରହରରେ ବଦଳେ ମା’ଙ୍କ ରୂପ, ଜାଣନ୍ତୁ ଜଗଦମ୍ବା ମନ୍ଦିରର ରହସ୍ୟ

ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଏହି ସ୍ଥାନମାନଙ୍କ ମଧ୍ୟରୁ ମନ୍ଦିର ଅନ୍ୟତମ । ପ୍ରତ୍ୟେକ ମନ୍ଦିରରେ ଭିନ୍ନ ମହିମା ରହିଛି । ତେବେ ଏହି ମନ୍ଦିରମାନଙ୍କ ମଧ୍ୟରୁ ମା ଜଗଦମ୍ବାଙ୍କ ମନ୍ଦିରର ମହିମା ଅନ୍ୟତମ । ମହାରାଷ୍ଟ୍ରର ନାଗପୁର ସହରରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏକ ମନ୍ଦିରରେ ମା’ ଜଗଦମ୍ବା ମାତା ବିରାଜମାନ ହୋଇଛନ୍ତି । ତେବେ ଏହି ମନ୍ଦିରର ରହସ୍ୟ କଣ ରହିଛି ଆପଣମାନେ ନିଶ୍ଚିତ ଜାଣିବାକୁ ଚାହୁଁଥିବେ । ଆସନ୍ତୁ ଜାଣିବା ମନ୍ଦିରର ରହସ୍ୟ ବିଷୟରେ ।

ମନ୍ଦିର ପ୍ରସିଦ୍ଧ ହେବାର ମୁଖ୍ୟ କାରଣ ହେଉଛି ମା’ ଜଗଦମ୍ବାଙ୍କ ମୂର୍ତ୍ତି ପ୍ରତ୍ୟେକ ପ୍ରହରରେ ପରିବର୍ତ୍ତନ ହୋଇଥାଏ । ସକାଳ ସମୟରେ ମା’ ଛୋଟ ପିଲା ରୂପରେ, ଦ୍ୱିପ୍ରହରରେ ଯୌବନ ଅବସ୍ଥାରେ ଏବଂ ରାତିରେ ବୃଦ୍ଧା ଅବସ୍ଥାରେ ଦର୍ଶନ ଦେଇଥାନ୍ତି । କୋରାଡ଼ି ରେ ମା’ଙ୍କ ମନ୍ଦିର ପ୍ରାୟ ୧୫୦ ଏକର ସ୍ଥାନରେ ବ୍ୟାପିଛି । ଏହି ମନ୍ଦିରର ଅନ୍ୟ ଏକ ବିଶେଷତଃ ହେଉଛି ମା’ଙ୍କ ଦରବାର ଚାନ୍ଦିରେ ପ୍ରସ୍ତୁତ ହୋଇଛି । ମହାରାଷ୍ଟ୍ର ସରକାର ପର୍ଯ୍ୟଟନ ବିଭାଗ ତରଫରୁ ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି । ଏହି ମନ୍ଦିରକୁ ଭବ୍ୟ ରୂପ ପ୍ରଦାନ କରି ଏହାର ପୁନଃରୁଦ୍ଧାର କରାଯାଇଥିଲା । ରାଜସ୍ଥାନର ଧୌଲପୁର ସ୍ଥାନରୁ ଅଣାଯାଇଥିବା ପଥରରେ ଏହାର ପୁନଃନିର୍ମାଣ କରାଯାଇଥିଲା ।

ମା’ ଜଗଦମ୍ବା ମନ୍ଦିରର ପ୍ରବେଶ ସ୍ଥଳରେ ଏକ ଭବ୍ୟ ଦ୍ୱାର ରହିଛି । ପଦ୍ମ ଫୁଲ ମା’ଙ୍କର ଅତିପ୍ରିୟ ହୋଇଥିବାରୁ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜ ପୂଜା ଥାଳିରେ ମା’ଙ୍କ ପାଇଁ ପଦ୍ମ ଫୁଲ ଆଣିଥାନ୍ତି ।
ମା’ଙ୍କ ମନ୍ଦିରରେ ଏକ ଦୀପ ରହିଛି ଯାହା ୨୪ ଘଣ୍ଟା ଏବଂ ୩୬୫ ଦିନ ପ୍ରଜ୍ୱଳିତ ହେଉଥାଏ । ମହାଲକ୍ଷ୍ମୀ ଜଗଦମ୍ବା ମନ୍ଦିର ପରିସରରେ ଭଗବାନ ଶିବଙ୍କ ମନ୍ଦିର ରହିଛି । ମନ୍ଦିର ପରିସରରେ ଅନେକ ଦୋକାନ ରହିଛି, ଯେଉଁଠାରେ ମା’ଙ୍କ ବସ୍ତ୍ର ଏବଂ ଫୁଲମାଳ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ । ମା ଜଗଦମ୍ବାଙ୍କ ମନ୍ଦିର ଯେପରି ସୁନ୍ଦର ଠିକ ସେହିପରି ମନ୍ଦିରର ଆଖପାଖ ଅଞ୍ଚଳ ପରିଷ୍କାର ରହିଥାଏ ।

ବାସ୍ତବରେ ଭକ୍ତମାନେ ଏହି ମନ୍ଦିରକୁ ଶକ୍ତି ପୀଠ ଭାବେ ମାନନ୍ତି । କୋରାଡ଼ିସ୍ଥିତ ଜଗଦମ୍ବାଙ୍କ ଏହି ମନ୍ଦିର ନାଗପୁର ଠାରୁ ପାଖାପାଖି ୧୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିର ପ୍ରାଚୀନତାକୁ ଦର୍ଶାଇଥାଏ । ଧର୍ମ, ଅର୍ଥ, ମୋକ୍ଷ ଏବଂ ସଫଳତା ମା’ଙ୍କ ଦର୍ଶନରୁ ହିଁ ପ୍ରାପ୍ତ ହୋଇଥାଏ । ଯେଉଁମାନଙ୍କର ସନ୍ତାନ ହୁଏ ନାହିଁ, ସେମାନେ ମା’ଙ୍କ ନିକଟରେ ପୂଜା କଲେ ହିଁ, ମା’ ସେମାନଙ୍କ ଇଚ୍ଛା ପୂରଣ କରିଥାନ୍ତି । ମା’ଙ୍କ ଏହି ଚମତ୍କାରିତା ପାଇଁ ଦୂର ଦୂରାନ୍ତରରୁ ଭକ୍ତମାନେ ଆସିଥାନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago